ସଟଡାଉନରେ ବି ଆପଣଙ୍କ ଘରେ ପହଞ୍ଚିବ ଆମିଷ; କଲ୍ କଲେ ହୋମ୍ ଡେଲିଭରି ହେବ

ଆମିଷ ଖାଇବାକୁ ଭଲ ପାଉଥିବା ଲୋକଙ୍କୁ ସଟଡାଉନରେ ଆଉ ହନ୍ତସନ୍ତ ହେବାକୁ ପଡ଼ିବ ନାହିଁ । ଗୋଟିଏ ଫୋନ୍ କଲ୍ କଲେ ହିଁ ଆପଣଙ୍କ ଘରେ ପହଞ୍ଚିବ ମଟନ୍, ଚିକେନ୍, ମାଛ ଓ ଚିଙ୍ଗୁଡ଼ି ।

ସଟଡାଉନରେ ବି ଆପଣଙ୍କ ଘରେ ପହଞ୍ଚିବ ଆମିଷ; କଲ୍ କଲେ ହୋମ୍ ଡେଲିଭରି ହେବ
ଗୋଟିଏ କଲରେ ଘରେ ପହଞ୍ଚିଯିବ ଆମିଷ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖାଦ୍ୟ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ସଟଡାଉନ କାରଣରୁ ଯେଉଁମାନେ ଘରରନ୍ଧା ଆମିଷ ଖାଦ୍ୟରୁ ବଞ୍ଚିତ ହୋଇଛନ୍ତି ବର୍ତ୍ତମାନ ସେମାନେ ସଟଡାଉନ୍‌ ଦିନରେ ବି କଞ୍ଚା ମଟନ୍, ଚିକେନ୍, ମାଛ ଏବଂ ଚିଙ୍ଗୁଡ଼ି ଅର୍ଡର କରିପାରିବେ । ଗୋଟିଏ କଲରେ ଘରେ ପହଞ୍ଚିଯିବ ଆମିଷ ।

ରଜକୁ ପ୍ରଭାବିତ କରିଛି କରୋନା । ସଂକ୍ରମଣ ରୋକିବା ଲକ୍ଷରେ ଶନିବାର ଓ ରବିବାର ଦୁଇ ଦିନ ରହିଛି ସଟଡାଉନ। ଅର୍ଥାତ ରଜ ସଜବାଜ ଆଉ ପହିଲି ରଜରେ ହୋଇଛି ସଟଡାଉନ। ତେବେ ଖାଦ୍ୟପ୍ରେମୀଙ୍କ ପାଇଁ ଚିନ୍ତା କରିବାର କିଛି ନାହିଁ। କାରଣ ସଟଡାଉନରେ ବି ଆପଣଙ୍କୁ ମିଳିଯିବ ମନ ମୁତାବକ ଆମିଷ। ଆମିଷ ଖାଦ୍ୟପ୍ରେମୀଙ୍କ ଆବଶ୍ୟକତାକୁ ପୂରଣ କରିବ ଓପଲଫେଡ ଓ ଚିଲିକା ଫ୍ରେସ। ଏ ନେଇ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଏମସିର ଅନୁମତି ପାଇବା ପରେ ଆମିଷ ହୋମ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି ଓପଲଫେଡ ଓ ଚିଲିକା ଫ୍ରେସ।

ଶହିଦ ନଗର, ଆଇଆରସି ଭିଲେଜ, ଓୟୁଏଟି କ୍ୟାମ୍ପସ, ଚନ୍ଦ୍ରଶେଖରପୁରରେ ଓପଲଫେଡର ଚାରିଟି କାଉଣ୍ଟର ରହିଛି। 8480226086/ 9938288468 ନମ୍ବରରେ ଶହିଦ ନଗର, 8480228053/ 9439349521 ରେ ଆଇଆରସି ଭିଲେଜ, 7873009619/ 7873558833 ନମ୍ବରରେ ଓୟୁଏଟି କ୍ୟାମ୍ପସ, 9861092138/ 9040516496 ନମ୍ବରରେ ଚନ୍ଦ୍ରଶେଖରପୁର କାଉଣ୍ଟରକୁ କଲ କରି ଆମିଷ ଅର୍ଡର କରିହେବ। ସର୍ବନିମ୍ନ ୪୯୯ ଟଙ୍କାର ଅର୍ଡର କରି ହେବ। ୫୦ ଟଙ୍କା ରହିଛି ହୋମ ଡେଲିଭରି ଚାର୍ଜ।

ଭୁବନେଶ୍ୱରରେ ଓପଲଫେଡର ଚାରିଟି କାଉଣ୍ଟର ରହିଛି ।


ଚିଲିକା ଫ୍ରେସରୁ ଆମିଷ ଅର୍ଡର କରିବାକୁ ହେଲେ ଶିରିପୁରରେ ଥିବା କାଉଣ୍ଟର ପାଇଁ 9040144065 ନମ୍ବର, 9040711566 ସିଆରପିଏଫ କାଉଣ୍ଟର, 9861511198 ନମ୍ବରରେ ଶହିଦ ନଗରରେ ଥିବା କାଉଣ୍ଟରକୁ କଲ କରି ମାଛ, ଚିକେନ୍, ମର୍ଟନ, ଚିଙ୍ଗୁଡ଼ି ଅର୍ଡର କରି ପାରିବେ।

‘‘କାଉଣ୍ଟରରୁ ୧୦ କିଲୋମିଟର ବ୍ୟବଧାନ ଭିତରେ ହୋମ ଡେଲିଭରି ସୁବିଧା ଉପଲବ୍ଧ ହେଇଛି। ଏନେଇ ୫୦ ଟଙ୍କା ରହିଛି ଡେଲିଭରି ଚାର୍ଜ। ତେବେ ଗ୍ରାହକମାନେ ନିଜ ଆବଶ୍ୟକତା ମୁତାବକ ଆମିଷ ଅର୍ଡର କରିପାରିବେ,’’ କହିଛନ୍ତି ଚିଲିକା ଫ୍ରେସ ଜେନେରାଲ ମ୍ୟାନେଜର ଭାରତ ଭୂଷଣ ସାହୁ।

ଯୁବ ଉଦ୍ୟୋଗୀଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ‘RAW Prawn’। ଏହା କଟକ ଏବଂ ଭୁବନେଶ୍ୱରରେ ଆମିଷ ଖାଦ୍ୟପ୍ରେମୀଙ୍କ ଆବଶ୍ୟକତାକୁ ପୂରଣ କରିବ। ଖାଦ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ବ୍ୟତୀତ ଏହା ହୋମ ଡେଲିଭରି ପାଇଁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରେ ନାହିଁ । ମୁମ୍ବାଇ ସ୍ଥିତ ସିନେମାଟୋଗ୍ରାଫର ଆଲୋକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ମଧ୍ୟ ଏହା ନିଶ୍ଚିତ କରେ ଯେ ଏହାର ଉତ୍ପାଦ ପାଇଁ କୌଣସି ରାସାୟନିକ କିମ୍ବା ପ୍ରିଜରବେଟିଭ୍ ବ୍ୟବହାର କରାଯାଏ ନାହିଁ । ସତେଜତାର ଗ୍ୟାରେଣ୍ଟି ସହିତ, ଆଲୋକ ଦାବି କରିଛନ୍ତି ଯେ କରୋନା ଭାଇରସକୁ ନଜରରେ ରଖି ସମସ୍ତ ଜିନିଷ ଗୁଡିକ ସ୍ୱଚ୍ଛ ଭାବରେ ପ୍ୟାକ୍ କରାଯିବା ସହ ତାଙ୍କ ଷ୍ଟାଫ ମାନେ ଗ୍ରାହକଙ୍କ ଘରକୁ ଅତ୍ୟନ୍ତ ଯତ୍ନ ସହକାରେ ଖାଦ୍ୟ ଡେଲିଭରି କରିଥାନ୍ତି ।

ଆଲୋକ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ସପ୍ତାହରୁ କମ୍ ସମୟ ତଳେ ଏହି ପଦକ୍ଷେପ ଆରମ୍ଭ କରାଯାଇଛି ଓ ସେମାନେ ଫୋନ୍ କଲରେ ମଧ୍ୟ ଅର୍ଡର ନେଉଛନ୍ତି । ଖୁବ ଶୀଘ୍ର ନିକଟବର୍ତ୍ତୀ ଅନ୍ୟାନ୍ୟ ସ୍ଥାନକୁ ସେମାନଙ୍କର ସେବା ବିସ୍ତାର କରିବେ ବୋଲି କହଛନ୍ତି । ୯୮୬୧୪୪୩୬୩୬ ରେ ଜଣେ କଲ କରି ‘The Raw Prawns’ ସହିତ ଯୋଗାଯୋଗ ମଧ୍ୟ କରିପାରିବେ।

‘‘ସଟଡାଉନ ବେଳେ ଏଭଳି ଆମିଷ ହୋମ ଡେଲିଭରି ବେଶ ସହାୟକ ହେବ,’’ କହିଛନ୍ତି ନିଳାଦ୍ରୀବିହାର ବାସିନ୍ଦା ଶ୍ରୀରାମ ନାୟକ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 14, 2020, 4:21 PM IST
corona virus btn
corona virus btn
Loading