ଜନତା କର୍ଫ୍ୟୁ: ଭୋର୍‌ ୪ଟାରୁ ରାତି ୧୦ଟା ମଧ୍ୟରେ ମୂଳ ଷ୍ଟେସନରୁ ଛାଡ଼ିବ ନାହିଁ କୌଣସି ଟ୍ରେନ୍

ସବୁ ପେଟ୍ରୋଲ ପମ୍ପ ଏଇ ରବିବାର ଦିନକ ପାଇଁ ବନ୍ଦ ରହିବ । ଜନତା କର୍ଫ୍ୟୁରେ ସାମିଲ ହେବେ ଦେଶର ୭ କୋଟି ବ୍ୟବସାୟୀ ଓ ୪୦ ହଜାର ବ୍ୟବସାୟୀ ସଙ୍ଘ । ବ୍ୟବସାୟରେ ନିୟୋଜିତ ୪୦ କୋଟି କର୍ମଚାରୀ ଘରେ ରହିପାରିବେ ବୋଲି ସୂଚନା ଦେଇଛି ଅଖିଳ ଭାରତୀୟ ବ୍ୟବସାୟୀ ମହାସଙ୍ଘ ।

ଜନତା କର୍ଫ୍ୟୁ: ଭୋର୍‌ ୪ଟାରୁ ରାତି ୧୦ଟା ମଧ୍ୟରେ ମୂଳ ଷ୍ଟେସନରୁ ଛାଡ଼ିବ ନାହିଁ କୌଣସି ଟ୍ରେନ୍
ଜନତା କର୍ଫ୍ୟୁ ଉପରେ ଅମୁଲ୍ ଜାରି କରିଥିବା ବିଜ୍ଞାପନ
  • News18 Odia
  • Last Updated: March 21, 2020, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କରୋନା ଭାଇରସକୁ ପ୍ରତିହତ କରିବାକୁ ରବିବାର ଦିନ ଆୟୋଜିତ ହୋଉଥିବା ଜନତା କର୍ଫ୍ୟୁକୁ ଆଖିରେ ରଖି ସାରା ଦେଶରେ ଟ୍ରେନ୍ ଚଳାଚଳ ଉପରେ କଟକଣା ଜାରି କରିଛି ରେଳବାଇ । ଦେଶରେ ରବିବାର ଦିନ ୨,୪୦୦ ପାସେଞ୍ଜର ଟ୍ରେନ୍‌ ଓ ୧,୩୦୦ ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଚାଲିବନି । ଭୋର୍‌ ୪ଟାରୁ ରାତି ୧୦ଟା ମଧ୍ୟରେ ମୂଳ ଷ୍ଟେସନରୁ ଛାଡ଼ିବ ନାହିଁ କୌଣସି ଟ୍ରେନ୍ । ଭୋର ୪ଟା ପୂର୍ବରୁ ମୂଳ ଷ୍ଟେସନ ଛାଡ଼ିଥିବା ଟ୍ରେନ୍ ପୂର୍ବ ଭଳି ଚାଲିବ ।

ରବିବାର ଦିନକ ପାଇଁ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ । ଜନତା କର୍ଫ୍ୟୁରେ ସାମିଲ ହେବେ ଦେଶର ୭ କୋଟି ବ୍ୟବସାୟୀ ଓ ୪୦ ହଜାର ବ୍ୟବସାୟୀ ସଙ୍ଘ । ଏହା ଦ୍ବାରା ବ୍ୟବସାୟରେ ନିୟୋଜିତ ୪୦ କୋଟି କର୍ମଚାରୀ ଘରେ ରହିପାରିବେ ବୋଲି ସୂଚନା ଦେଇଛି ଅଖିଳ ଭାରତୀୟ ବ୍ୟବସାୟୀ ମହାସଙ୍ଘ ।

ରବିବାର ଠାରୁ ସପ୍ତାହେ ପର୍ଯ୍ୟନ୍ତ ଭାରତରେ କୌଣସି ଅନ୍ତର୍ଜାତୀୟ ବିମାନ ଅବତରଣ କରିପାରିବ ନାହିଁ ବୋଲି ପୂର୍ବରୁ ସରକାର ଆଦେଶ ଜାରି କରିଛନ୍ତି । ଘରୋଇ ବିମାନ ଚଳାଚଳ ସଂସ୍ଥା ମଧ୍ୟ ଉଡ଼ାଣରେ କାଟଛାଣ୍ଟ କରିବେ। ଦିଲ୍ଲୀ, ନୋଏଡା, ଜୟପୁର ଓ ବେଙ୍ଗଳୁରୁରରେ ବନ୍ଦ ରହିବ ମେଟ୍ରୋ ଟ୍ରେନ୍‌ ସେବା । ବିଭିନ୍ନ ରାଜ୍ୟରେ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ ।

ଏହି ‘ଜନତା କର୍ଫ୍ୟୁ’ ପାଳନ ବେଳେ ସନ୍ଧ୍ୟା ୫ଟାରେ ଲୋକେ ନିଜ ନିଜ ଘରର ଛାତ କିମ୍ବା ବାଲକୋନିକୁ ଆସି ପାଞ୍ଚ ମିନିଟ ପାଇଁ ତାଳି ମାରିବେ କିମ୍ବା ଘଣ୍ଟି ବଜାଇବେ ବୋଲି ମୋଦି ଦେଶ ପ୍ରତି ନିଜ ଉଦବୋଧନରେ କହିଥିଲେ । ‘‘ବର୍ତ୍ତମାନ ସ୍ଥିତିରେ ଆମ ପାଇଁ ଦିନ ରାତି ଏକ କରି ଯେଉଁମାନେ କାମ କରୁଛନ୍ତି, ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ଓ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ରବିବାର ସଂଧ୍ୟା ୫ଟାରେ ପାଞ୍ଚ ମିନିଟ ପାଇଁ ଥାଳି, ତାଳି ଓ ଘଣ୍ଟା ବଜାଇବା ଆମେ ସମସ୍ତେ,’’ ନିବେଦନ କରିଥିଲେ ପ୍ରଧାନ ମନ୍ତ୍ରୀ ।

ସାରା ଦେଶରେ କେବଳ ରବିବାର ଜନତା କର୍ଫ୍ୟୁ ଆୟୋଜିତ ହେଉଥିବା ବାଳେ ଏହି ରବିବାର ଠାରୁ ଆସନ୍ତା ରବିବାର (ମାର୍ଚ୍ଚ ୨୯ ତାରିଖ) ଯାଏଁ ଓଡ଼ିଶାରେ ଲକ୍‌ଡାଉନ୍‌ ବା ତାଲାବନ୍ଦ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଜନତା କର୍ଫ୍ୟୁରେ ଟ୍ରେନ୍‌, ବସ୍‌ ଓ ବିମାନ ସେବା ଦିନକ ପାଇଁ ବନ୍ଦ ରହିବ, କିନ୍ତୁ ଲକ୍‌ଡାଉନରେ ବସ୍‌, ଟ୍ରେନ, ବିମାନ ଓ ଜରୁରୀ ସେବା ଜାରି ରହିବ । ଜନତା କର୍ଫ୍ୟୁ ସାରା ଦେଶରେ ଦିନକ ପାଇଁ ଲାଗୁ ହେବ, କିନ୍ତୁ ଲକଡାଉନ ଓଡ଼ିଶାର ପାଞ୍ଚଟି ଜିଲ୍ଲା ଓ ଆଠଟି ସହରରରେ ସୀମିତ ରହିବ ।
First published: March 21, 2020, 11:52 PM IST