ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଏ ବର୍ଷ ପୁରୀରେ ଗଡ଼ିବନି ରଥ; କରୋନା ସ୍ଥିତି ଯୋଗୁଁ ସୁପ୍ରିମ୍ କୋର୍ଟ୍ ଘୋଷ ଯାତ୍ରା ଉପରେ ରୋକ ଲଗାଇଲେ

ଏ ବର୍ଷ ପୁରୀରେ ଗଡ଼ିବନି ରଥ; କରୋନା ସ୍ଥିତି ଯୋଗୁଁ ସୁପ୍ରିମ୍ କୋର୍ଟ୍ ଘୋଷ ଯାତ୍ରା ଉପରେ ରୋକ ଲଗାଇଲେ

ଯଦି ଚଳିତ ବର୍ଷ ରଥ ଯାତ୍ରା ଆୟୋଜିତ କରିବାକୁ ଅନୁମତି ଦିଆଯାଏ, ତେବେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ ବୋଲି ରାୟ ଦେବା ବେଳେ ପ୍ରଧାନ ବିଚାରପତି ଏସ୍. ବୋବଡ଼େ ମନ୍ତବ୍ୟ ଦେଇଛନ୍ତି ।

ଏ ବର୍ଷ ପୁରୀରେ ଗଡ଼ିବନି ରଥ; କରୋନା ସ୍ଥିତି ଯୋଗୁଁ ସୁପ୍ରିମ୍ କୋର୍ଟ୍ ଘୋଷ ଯାତ୍ରା ଉପରେ ରୋକ ଲଗାଇଲେ
ରଥ ଯାତ୍ରାର ଏକ ଫାଇଲ୍ ଫଟୋ ଓ (ଡାହାଣ) ସୁପ୍ରିମ୍‌ କୋର୍ଟ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ପୁରୀର ଜଗନ୍ନାଥ ମନ୍ଦିରରେ ଜୁନ୍‌ ୨୩ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାକୁ ବନ୍ଦ କରି ଦେଇଛନ୍ତି । ଭାରତର ପ୍ରଧାନ ବିଚାରପତି ଏସ୍. ବୋବଡ଼େଙ୍କ ନେତୃତ୍ୱାଧୀନ ଏକ ଖଣ୍ଡପୀଠ ରଥ ଯାତ୍ରା ସହିତ ଜଡ଼ିତ ସମସ୍ତ କାର୍ଯ୍ୟକଳାପକୁ ମଧ୍ୟ ବନ୍ଦ କରିଦେଇଛନ୍ତି ।

‘‘ଯଦି ଚଳିତ ବର୍ଷ ଏହା (ରଥ ଯାତ୍ରା) ଆୟୋଜିତ କରିବାକୁ ଅନୁମତି ଦିଆଯାଏ, ତେବେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,’’ ରାୟ ଦେବା ବେଳେ ପ୍ରଧାନ ବିଚାରପତି ଏସ୍. ବୋବଡ଼େ ମନ୍ତବ୍ୟ ଦେଇଛନ୍ତି ।

ଖଣ୍ଡପୀଠ ମତ ଦେଇଛି ଯେ ଦେଶ ମୁକାବିଲା କରୁଥିବା କୋଭିଡ-୧୯ ମହାମାରୀ ସମୟରେ ରଥ ଯାତ୍ରା ପରି ଧାର୍ମିକ ସମ୍ମେଳନକୁ ଆଦୌ ଅନୁମତି ଦିଆଯାଇପାରିବ ନାହିଁ । ‘‘ଜନ ସ୍ୱାସ୍ଥ୍ୟ ଓ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥ ଯାତ୍ରାକୁ ଚଳିତ ବର୍ଷ ଅନୁମତି ଦିଆଯାଇପାରିବ ନାହିଁ,’’ ଖଣ୍ଡପୀଠ ଏହି ରାୟରେ କହିଛି ।

ମନ୍ଦିର ପ୍ରଶାସନକୁ କୋଭିଡ-୧୯ର ସବୁ ନିୟମ ମାନି ରଥ ଯାତ୍ରା ସମ୍ବନ୍ଧୀୟ କେତେକ ନୀତି କରିବା ପାଇଁ କିଛି କୋହଳତା ଦେବା ପାଇଁ ସଲିସିଟର ଜେନେରାଲ୍ ତୁଶର ମେହେଟା ଅନୁରୋଧ କରିଥିଲେ, ହେଲେ ଖଣ୍ଡପୀଠ ତାହା ବି ପ୍ରତ୍ୟାଖ୍ୟାନ କରିଛି ।

ତିନି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ।


‘‘ଆମର ଏଭଳି ମାମଲାର ଯଥେଷ୍ଟ ଅଭିଜ୍ଞତା ଅଛି । ଥରେ ଆମେ ଯଦି କିଛି ଅନୁମତି ଦେଉ, ତାହେଲେ ଲୋକେ ନିଜ ଧାର୍ମିକ ଉତ୍ସାହ ଯୋଗୁଁ ବହୁ ସଂଖ୍ୟାରେ ଏକାଠି ହେବେ । ତେଣୁ ଆମେ କିଛି ବି ଅନୁମତି ଦେବୁ ନାହିଁ... ଚଳିତ ବର୍ଷ କିଛି ହେବ ନାହିଁ,’’ ପ୍ରଧାନ ବିଚାରପତି କହିଥିଲେ । ବରିଷ୍ଠ ଓକିଲ ହରିଶ ସାଲଭେ ଓ ମୁକୁଲ ରୋହତଗୀ କୋର୍ଟଙ୍କ ଏହି ମତକୁ ସମର୍ଥନ କରିଥିଲେ ।

ଏନଜିଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏହି ପ୍ରସଙ୍ଗରେ ଦାୟର ହୋଇଥିବା ପିଏଲରେ କୋର୍ଟକୁ ସୂଚନା ଦିଆଯାଇଥିଲା ଯେ ଅକ୍ଷୟ ତୃତୀୟା ଓ ସ୍ନାନ ପୂର୍ଣ୍ଣିମା ପରି ଶ୍ରୀମନ୍ଦିରର ସମସ୍ତ ରୀତିନୀତିକୁ ଓଡ଼ିଶା ସରକାର ଅନୁମତି ଦେଇଛନ୍ତି । ତେଣୁ ଆବେଦନକାରୀ ଆଶଙ୍କା ପ୍ରକାଶ କରିଥିଲେ ଯେ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରୁଥିବା ରଥ ଯାତ୍ରାକୁ ମଧ୍ୟ ଓଡ଼ିଶା ସରକାର ଅନୁମତି ଦେବେ ।

୨୦୧୯ରେ ରଥ ଯାତ୍ରାରେ ୧୦ ଲକ୍ଷ ଭକ୍ତଙ୍କ ସମାବେଶ ହୋଇଥିବା ଦର୍ଶାଇ ଏହି ପିଆଇଏଲରେ କୋର୍ଟଙ୍କୁ କୁହାଯାଇଥିଲା ଯେ ଯଦି ଚଳିତ ବର୍ଷ ସେହି ବ୍ୟବସ୍ଥାର ପୁନରାବୃତ୍ତି ହୁଏ, ତେବେ କରୋନା ବାଇରସ୍‌ ସଂକ୍ରମଣ ଜନିତ ସ୍ଥିତି ଯୋଗୁଁ ଫଳାଫଳ “ଏକ ବିଶାଳ ବିପର୍ଯ୍ୟସ୍ତ” ହେବ ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 1:58 PM IST