କରୋନା: ସାରା ରାଜ୍ୟର ପେଟ୍ରୋଲ୍ ପମ୍ପରେ ‘ନୋ ମାସ୍କ, ନୋ ପେଟ୍ରୋଲ’ ନିୟମ ଲାଗୁ ହେଲା

କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧି ପେଟ୍ରୋଲ୍ ବା ଡିଜେଲ୍ କିଣିବାକୁ ଆସିଲେ ତାଙ୍କୁ କୌଣସି ଇନ୍ଧନ ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ଘୋଷଣା କରିଛି ଉତ୍କଳ ପେଟ୍ରୋଲିଅମ ଡିଲର ସଙ୍ଘ ।

କରୋନା: ସାରା ରାଜ୍ୟର ପେଟ୍ରୋଲ୍ ପମ୍ପରେ ‘ନୋ ମାସ୍କ, ନୋ ପେଟ୍ରୋଲ’ ନିୟମ ଲାଗୁ ହେଲା
ଏଣିକି ପେଟ୍ରୋଲ୍ ବା ଡିଜେଲ୍ ନେବାକୁ ହେଲେ ମାସ୍କ ପିନ୍ଧି ପମ୍ପକୁ ଆସିବାକୁ ହେବ । (ରୟଟର୍ସ୍ ଛବି)
  • News18 Odia
  • Last Updated: April 10, 2020, 6:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ସରକାର ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଥିବା ବେଳେ ଏହି ନିୟମକୁ ଅଧିକ ଫଳପ୍ରଦ କରିବା ପାଇଁ ପେଟ୍ରୋଲ୍‌ ପମ୍ପ୍‌ ମାଲିକମାନେ ଆଗେଇ ଆସିଛନ୍ତି । ଏଣିକି କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧି ପେଟ୍ରୋଲ୍‌ ବା ଡିଜେଲ୍‌ କିଣିବାକୁ ଆସିଲେ ତାଙ୍କୁ କୌଣସି ଇନ୍ଧନ ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ଘୋଷଣା କରିଛି ଉତ୍କଳ ପେଟ୍ରୋଲିଅମ ଡିଲର ସଙ୍ଘ ।

ଆଜି ଠୁ ରାଜ୍ୟର ସବୁ ପେଟ୍ରୋଲ ପମ୍ପରେ ଏହି ନିୟମ ଲାଗୁ କରାଯାଇଛି । ରାଜ୍ୟର ଥିବା ୧,୬୦୦ଟି ପେଟ୍ରୋଲ ପମ୍ପରେ ଏହି ନିୟମ ଲାଗୁ କରିଛି ଉତ୍କକ ପେଟ୍ରୋଲିଅମ ଡିଲର ସଂଘ । ମାସ୍କ ବାଧ୍ୟତାମୂଳକ କରିବା ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ଏଭଲି ନିଷ୍ପତି ନେଇଛି ସଙ୍ଘ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଓ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।

ପ୍ରଥମ ଦିନରେ ଲୋକଙ୍କୁ ବୁଝାଇବା ସହ ମାସ୍କ ପିନ୍ଧିବା ପରେ ପେଟ୍ରୋଲ ଦେଉଛନ୍ତି କର୍ମଚାରୀ । ଆସନ୍ତା କାଲି ଠାରୁ ନିୟମ ନ ମାନିଲେ କୌଣସି ପ୍ରକାର ସହଯୋଗ କରାଯିବନି ବୋଲି ସ୍ପଷ୍ଟ କରିଛି ସଙ୍ଘ । ପେଟ୍ରୋଲ ପମ୍ପର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି । ତେଣୁ ଉଭୟ ଗ୍ରାହକ ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସଙ୍ଘ ଏହି ନିଷ୍ପତ୍ତି ନେଇଛି ବୋଲି କହିଛି । ତେବେ କରୋନା ଭାଇରସ୍‌ ମହାମାରୀ ଯୋଗୁଁ ପେଟ୍ରୋଲ୍‌ ପମ୍ପମାନଙ୍କର ପ୍ରାୟ ୮୫ ପ୍ରତିଶତ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି ବୋଲି ସଙ୍ଘ କହିଛି ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଇଛି ।


‘‘ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପଦକ୍ଷେପ ପରେ ଆମେ ଏପରି ନିଷ୍ପତି ନେଇଛୁ । ଉଭୟ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଲକଡାଉନ ଯୋଗୁଁ ଆମର ପ୍ରାୟ ୮୫ ପ୍ରତିଶତ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଜରୁରୀ ସେବା ପାଇଁ ପେଟ୍ରୋଲ ପମ୍ପ ଗୁଡିକ ଖୋଲିବା ଆବଶ୍ୟକ । ଏପରି ସ୍ଥଳେ ପ୍ରଥମ ଦିନରେ ଯେଉଁ ମାନେ ପେଟ୍ରୋଲ ପକାଇବାକୁ ଆସୁଛନ୍ତି ସେମାନଙ୍କୁ ମାସ୍କ ପିନ୍ଧିବାକୁ କହୁଛୁ । ଆଗକୁ ମାସ୍କ ନ ପିନ୍ଧିଲେ ପେଟ୍ରୋଲ ଦିଆଯିବନି,’’ କହିଛନ୍ତି ଉତ୍କଳ ପେଟ୍ରୋଲିଅମ ଡିଲର ସଙ୍ଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ପରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଇଛି । ଲକଡାଉନ ଯୋଗୁଁ ରାସ୍ତାଘାଟ ଶୁନଶନ ଥିଲେ ବି  ବି ଯେଉଁମାନେ ଆସୁଛନ୍ତି ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଚେକିଂ କରାଯାଉଛି । ପ୍ରାୟ ସବୁ ଲୋକ ମୁହଁରେ ମାସ୍କ ପିନ୍ଧିଥିବା ଦେଖାଯାଇଛି । ବର୍ତ୍ତମାନ ପତିସ୍ଥିତିର  ସବୁ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ଡିଏମଇଟି।

‘‘ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିଲେ ବି ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟର ସୁରକ୍ଷା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ମାନିବା ଉଚିତ,’’ କହିଛନ୍ତି ଡିଏମଇଟିର ଡାକ୍ତର ସିବିକେ ମହାନ୍ତି ।

ପେଟ୍ରୋଲ ପମ୍ପ ମାଲିକମାନଙ୍କର ଓ ସରକାରଙ୍କ କଠୋର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜଧାନୀ ବାସିନ୍ଦାମାନେ । ମାସ୍କ ନପିନ୍ଧିଲେ ସରକାର ଜୋରିମାନାର ବ୍ୟବସ୍ଥା ବି କରିଛନ୍ତି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ପ୍ରଥମ ତିନି ଥର ପାଇଁ ୨୦୦ ଟଙ୍କା ଓ ପରବତ୍ତୀ ମୁହୂର୍ତ୍ତରେ ୫୦୦ ଟଙ୍କା ଯାଏଁ ଜୋରିମାନ ଆଦାୟ କରାଯିବା ନିୟମ ରହିଛି ।
First published: April 10, 2020, 6:59 PM IST
corona virus btn
corona virus btn
Loading