ପୁରୀରେ ରଥ ଯାତ୍ରା ପରେ ସେବାୟତମାନଙ୍କ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇନାହିଁ

ରଥ ଯାତ୍ରା ପାଇଁ ଅନୁମତି ଦେଇଥିବା ସୁପ୍ରିମ କୋର୍ଟଙ୍କର ସର୍ତ୍ତ ରହିଥିଲା ଯେ ଯାତ୍ରା ଶେଷ ହେବା ପରେ ଯେଭଳି ସେବାୟତଙ୍କ ମଧ୍ୟରେ କୋବିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନ ପାଏ ବା ଗୋଷ୍ଠୀ ସଂକ୍ରମଣ ନ ହୁଏ ତାହା ସୁନିଶ୍ଚିତ କରିବା ।

ପୁରୀରେ ରଥ ଯାତ୍ରା ପରେ ସେବାୟତମାନଙ୍କ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇନାହିଁ
ପୁରୀରେ ତିନି ରଥ; ସେବାୟତମାନଙ୍କର କୋଭିଡ୍ ଟେଷ୍ଟ୍ ଚାଲିଛି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରଥ ଯାତ୍ରାରେ ସଂମ୍ପୃକ୍ତ ଥିବା ସେବାୟତ ଓ ରଥ ନିର୍ମାଣ ସେବକଙ୍କ ସହ ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ପ୍ରାୟ ୫,୦୦୦ ଲୋକଙ୍କର କୋବିଡ ଟେଷ୍ଟ ହେଉଛି । ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ଏ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇ ନ ଥିବା ଖବର ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ।

ରଥ ଯାତ୍ରା ପାଇଁ ଅନୁମତି ଦେଇଥିବା ସୁପ୍ରିମ କୋର୍ଟଙ୍କର ସର୍ତ୍ତ ରହିଥିଲା ଯେ ଯାତ୍ରା ଶେଷ ହେବା ପରେ ଯେଭଳି ସେବାୟତଙ୍କ ମଧ୍ୟରେ କୋବିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନ ପାଏ ବା ଗୋଷ୍ଠୀ ସଂକ୍ରମଣ ନ ହୁଏ ତାହା ସୁନିଶ୍ଚିତ କରିବା । ସେହି ନିୟମକୁ ଆଧାର କରି ସେବାୟତଙ୍କର ରଥ ଯାତ୍ରା ପୂର୍ବ ଦିନ ଓ ବାହୁଡା ପୂର୍ବ ଦିନ ଦୁଇ ଥର ଟେଷ୍ଟ କରାଯାଇଥିବା ବେଳେ ଜୁଲାଇ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଛି  ତୃତୀୟ ପର୍ଯ୍ୟାୟ କୋବିଡ ଟେଷ୍ଟ ।

ସେବାୟତ ଓ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଯୋଗାଣିଆ, ତୁଣିଆ ଓ ଅନ୍ୟ ମନ୍ଦିର ମାନଙ୍କରେ ପୂଜକ ସମସ୍ତଙ୍କର ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟେଷ୍ଟ ତିନୋଟି ସେଣ୍ଟରରେ କରାଯାଉଛି । ‘‘ସୁପ୍ରିମ କୋର୍ଟଙ୍କ ନିୟମକୁ ଅନୁପାଳନ କରି ରଥ ଯାତ୍ରା ଶୃଙ୍ଖଳିତ ହୋଇଥିବା ବେଳେ ଅନୁମତିର ସର୍ତ୍ତ ଅନୁଯାୟୀ ସେବାୟତଙ୍କର କୋବିଡ ଟେଷ୍ଟ ରିପୋର୍ଟ ଦାଖଲ କରାଯିବ । ତେଣୁ ରଥ ଯାତ୍ରାରେ ସେଭଳି ଗୋଷ୍ଠୀ ସଂକ୍ରମଣ ଏ ଯାବତ ଦେଖିବାକୁ ମିଳି ନ ଥିବା ବେଳେ ଏବେ ତାଜା କୋବିଡ ଟେଷ୍ଟ ରିପୋର୍ଟ ଆସିବା ପରେ କୋର୍ଟଙ୍କୁ ଅବଗତ କରାଯିବ । ଆମେ କୋବିଡ-୧୯ ଗାଇଡଲାଇନ ପାଳନ କରି ଯେଭଳି ରଥ ଯାତ୍ରା କରିପାରିଲୁ ତାହା ବିଶ୍ୱରେ ଅନ୍ୟମାନଙ୍କ ପାଇଁ ଏକ ଦିଗଦର୍ଶକ ହୋଇପାରିଛି ଓ ଶ୍ରୀମନ୍ଦିର ପାଇଁ ଏକ ଇତିହାସ ହୋଇଛି,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର ।

ସେବାୟତମାନଙ୍କ ପାଇଁ ହୋଇଥିବା ଏକ କୋଭିଡ୍ ପରୀକ୍ଷା କେନ୍ଦ୍ର


ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଦେବୀ ପ୍ରସାଦ ଦାଶ  କହିଛନ୍ତି ଯେ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଯେଉଁ ନିଯୋଗର ତାଲିକା ଓ ସଂଖ୍ୟା ଦେଇଛି ସେହି ଅନୁସାରେ ସ୍ୱାବ ଟେଷ୍ଟିଂ କିଟ ଆଣି ଟେଷ୍ଟ ହେଉଛି । ‘‘ତିନୋଟି ସେଣ୍ଟରରେ ଏହି ଟେଷ୍ଟ୍‌ ହେଉଛି । ଉତ୍କଳ ହିନ୍ଦି ବିଦ୍ୟାପୀଠରେ ଦୁଇଟି ଟିମ, ମାର୍କଣ୍ଡେଶ୍ୱର ସାହି ବାଳିକା ବିଦ୍ୟାଳୟରେ ଗୋଟିଏ ଟିମ ଓ ବାଗେଡ଼ିଆ ଧର୍ମଶାଳାରେ ଦୁଇଟି ଟିମ ଦ୍ୱାରା ଟେଷ୍ଟ କରାଯାଉଛି । ପ୍ରତି ଦିନ ସ୍ୱାବ ସ୍ୟାମ୍ପଲ୍‌ ପରୀକ୍ଷା ପାଇଁ ପଠାଯାଉଛି । ସ୍ୱାବ କଲେକ୍ସନ ହୋଇ ଯିବାର ୨୪ ଘଣ୍ଟା ଭିତରେ ଯେମିତି ରିପୋର୍ଟ ଆସିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି,’’ କହିଛନ୍ତି ଦାଶ ।

ଦଇତାପତି ନିଯୋଗର ମୁଖପାତ୍ର ଗଣପତି ଦାଶ ମହାପାତ୍ର  କହିଛନ୍ତି ଯେ ଦୁଇ ଦୁଇ ଥର ସ୍ୱାବ ଟେଷ୍ଟ କରିବା ପରେ ତୃତୀୟ ଥର ପାଇଁ ବି ନିଯୋଗ ତରଫରୁ ସହଯୋଗ କରାଯାଇଛି । ‘‘ଆମେ ସୁରକ୍ଷିତ ରହିଲେ ଆମ ପରିବାର ବି ସୁରକ୍ଷିତ ରହିବ । ଆମ ଘରମାନଙ୍କରେ ମଧ୍ୟ ପୌର ସଂସ୍ଥାର ଟିମ ଯାଇ ଥର୍ମାଲ ସ୍କ୍ରିନିଂ କରି ସମସ୍ତ ଲକ୍ଷଣର ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି । ତେଣୁ ମହାପ୍ରଭୁଙ୍କ ରଥ ଯାତ୍ରାରେ ସେଭଳି କୌଣସି ଅଘଟଣ ହୋଇ ନ ଥିବା ବେଳେ ଆମେ ସେବାୟତମାନେ ଯେଭଳି କଟକଣାରେ ରହିଛୁ ମହାପ୍ରଭୁ ଆମ ଭିତରୁ କାହାରି ରିପୋର୍ଟ ପଜିଟିଭ ନ କରନ୍ତୁ,’’ କହିଛନ୍ତି ଦାଶ ମହାପାତ୍ର ।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାଧବ ମହାପାତ୍ର କହିଛନ୍ତି ଯେ ସେବାୟତଙ୍କୁ ଛାଡି ୩,୦୦୦ ଲୋକଙ୍କର ଟେଷ୍ଟ କରାଯାଉଛି । ‘‘ସେବାୟତମାନେ ସୁରକ୍ଷିତ ରହିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ ହୋଇପାରିବ ବୋଲି ଆଶା କରି ଏଭଳି ପଦକ୍ଷେପ ନେଇଛୁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଜଲଦି ଆସିବ କରୋନା ଭ୍ୟାକ୍ସିନ; ରୁଷିଆରେ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେଲା

ଏହା ବି ପଢ଼ନ୍ତୁ: ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ

ଶ୍ରୀମନ୍ଦିର ପ୍ରଶାସନର ଏଭଳି କୋବିଡ୍‌ ଟେଷ୍ଟକୁ ସବୁ ମହଲରୁ ସ୍ୱାଗତ ସହ ସହଯୋଗ କରାଯାଉଛି ବୋଲି କହିଛନ୍ତି ସେବାୟତମାନେ । ଗୋଟିଏ ପଟେ ସୁପ୍ରିମ କୋର୍ଟରେ ସେବାୟତଙ୍କ କୋବିଡ ଟେଷ୍ଟ ରିପୋର୍ଟ ଦାଖଲ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟ ପଟେ ଆଗାମୀ ଦିନରେ ଶ୍ରୀମନ୍ଦିରରେ ସେବା ପୂଜାରେ ଯେମିତି ସମସ୍ୟା ନ ହେବ ସେଥି ପାଇଁ ଶ୍ରୀମନ୍ଦିର ସହ ଜଡ଼ିତ ସମସ୍ତଙ୍କର କୋବିଡ ଟେଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ ।
Published by: Anand Shankar Thankur Das
First published: July 13, 2020, 8:27 PM IST
corona virus btn
corona virus btn
Loading