କଟକରେ ୪ଟି ଯାକ COVID ହସ୍ପିଟାଲରେ ଖାଲି ନାହିଁ ICU ବେଡ୍; ଆଜି ଖୋଲୁଛି ଆଉ ଏକ ହସ୍ପିଟାଲ୍

କଟକ ସହରରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସି.ଏମ୍.ସି. ଅଧିକରୁ ଅଧିକ ବେସରକାରୀ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତିତ କରିବାକୁ ଉଦ୍ୟମ କରୁଛି । ଖାନ୍ ନଗରରେ ଥିବା ଏକ ହସ୍ପିଟାଲ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ ହେବାକୁ ଯାଉଛି।

କଟକରେ ୪ଟି ଯାକ COVID ହସ୍ପିଟାଲରେ ଖାଲି ନାହିଁ ICU ବେଡ୍; ଆଜି ଖୋଲୁଛି ଆଉ ଏକ ହସ୍ପିଟାଲ୍
କଟକରେ ଚାରିଟି କୋଭିଡ ହସ୍ପିଟାଲରେ ୧୮୩ଟି ଆଇ.ସି.ୟୁ. ବେଡ୍ ଅଛି ।
  • News18 Odia
  • Last Updated: April 25, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ବିଗୁଡ଼ୁଥିବା ବେଳେ କଟକରେ ସମସ୍ୟା ସଙ୍ଗୀନ ହେଉଥିବା ଦେଖିବାକୁ ମିଳିଛି । ସହରରେ ଥିବା ଚାରିଟି ଯାକ କୋଭିଡ ହସ୍ପିଟାଲରେ ଖାଲି ନାହିଁ ଆଇ.ସି.ୟୁ. ବେଡ୍‌ । ଏପରିକି ସେମି-ଆଇ.ସି.ୟୁ. ବା ଏଚ୍‌.ଡି.ୟୁ.ଗୁଡ଼ିକ ମଧ୍ୟ ପୂରଣ ହେବାକୁ ବସିଲାଣି । ଏହା ସହିତ ସାଧାରଣ ବେଡଗୁଡ଼ିକ ଉପରେ ମଧ୍ୟ ଚାପ ଅତ୍ୟଧିକ ମାତ୍ରରେ ବୃଦ୍ଧି ପାଉଛି ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

କଟକ ସହରରେ ଏସ୍‌.ସ.ବି. ହସପିଟାଲକୁ ମିଶାଇ ମୋଟ ଚାରିଟି କୋଭିଡ ହସ୍ପିଟାଲ ରହିଛି । ଏସ୍‌.ସି.ବି. ହସପିଟାଲରେ ୫୨ଟି ଆଇ.ସି.ୟୁ. ବେଡ୍ ଥିବା ବେଳେ ସୃଷ୍ଟି କୋଭିଡ୍ ହସ୍ପିଟାଲରେ ୫୦ଟି, ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ୫୦ଟି ଓ ସଦଗୁରୁ ହସପିଟାଲରେ ୩୦ଟି ବେଡ୍ ରହିଛି । ରବିବାର ଅପରାହ୍ଣ ସୁଦ୍ଧା ସବୁ ୧୮୩ଟି ଆଇ.ସି.ୟୁ. ବେଡରେ ରୋଗୀ ଭର୍ତ୍ତି ହୋଇ ସାରିଥିଲେ । ଫଳରେ ଆଇ.ସି.ୟୁ. ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ସେମି-ଆଇ.ସି.ୟୁ. ବା ଏଚ୍‌.ଡି.ୟୁ.ରେ ଭର୍ତ୍ତି କରି ଚିକିତ୍ସା କରିବା ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

‘‘ଆମ ହସ୍ପିଟାଲରେ ସବୁ ଆଇ.ସି.ୟୁ. ବେଡ୍‌ ଫୁଲ୍‌ ହୋଇଯାଇଛି । ସେଥି ପାଇଁ ଆମେ ଆଇ.ସି.ୟୁ. ଦରକାର କରୁଥିବା ରୋଗୀଙ୍କୁ ଏଚ୍‌.ଡି.ୟୁ୍.ରେ‌ ଭର୍ତ୍ତି କରାଇ ସେମାନଙ୍କ ଚିକିତ୍ସା କରୁଛୁ । ଜେନେରାଲ୍‌ ବେଡ୍‌ ମଧ୍ୟ ୮୦ ପ୍ରତିଶତ ଫୁଲ୍‌ ହୋଇଯାଇଛି । ଗତ କାଲିଠାରୁ ବହୁତ ସଂଖ୍ୟାରେ ରୋଗୀ ଭର୍ତ୍ତି ହେଉଥିବାରୁ ଏଭଳି ହୋଇଛି । ଅଧିକାଂଶ ରୋଗୀ ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି,’’ କହିଛନ୍ତି କଟକର ଏକ କୋଭିଡ ହସ୍ପିଟାଲର ଜଣେ କର୍ମକର୍ତ୍ତା ।

ଖାନ୍ ନଗରରେ ଥିବା ସାଉଥ୍ ପଏଣ୍ଟ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରାଯାଉଛି ।


ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ

ସହରରେ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ସି.ଏମ୍‌.ସି. ଅଧିକରୁ ଅଧିକ ବେସରକାରୀ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିବର୍ତ୍ତିତ କରିବା ପାଇଁ ଉଦ୍ୟମ କରୁଛି । ଏହି କ୍ରମରେ ସୋମବାର ସୁଦ୍ଧା ଖାନ୍‌ ନଗରରେ ଥିବା ସାଉଥ୍ ପଏଣ୍ଟ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତିତ କରିବାକୁ ଯାଉଛି ସି.ଏମ୍‌.ସି. । ଏହା ପରେ ବି ଆଉ ଦୁଇଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସି.ଏମ୍‌.ସି. ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

‘‘କଟକରେ ଆଇ.ସି.ୟୁ.ରେ ରହୁଥିବା ରୋଗୀଙ୍କ ସଂଖ୍ୟା ବଢି଼ ଯାଇଛି । ସେଥି ପାଇଁ ଯେଉଁମାନଙ୍କୁ ଆଇ.ସି.ୟୁ. ନିହାତି ଦରକାର ସେମାନଙ୍କୁ ହିଁ ତାହା ଯୋଗାଇ ଦିଆଯାଉଛି । ଯେଉଁମାନଙ୍କୁ କେବଳ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ରହିଛି, ସେମାନଙ୍କୁ ଆମେ ଆଇ.ସି.ୟୁ.ରୁ ଏଚ୍‌.ଡି.ୟୁ.କୁ ସ୍ଥାନାନ୍ତରିତ କରୁଛୁ । କାଲି ସୁଦ୍ଧା ଆଉ ଏକ କୋଭିଡ୍ ହସ୍ପିଟାଲ୍ ଆମେ ଖୋଲିବୁ । ସେଠି ୧୦୦ ବେଡ୍ ସହିତ ୫୦ଟି ଆଇ.ସି.ୟୁ. ରହିଛି,’’ କହିଛନ୍ତି ସି.ଏମ୍‌.ସି. କମିଶନର ଅନନ୍ୟା ଦାସ ।



କଟକ ସହରରେ ଦୈନିକ ହାରାହାରି ୨୦୦ କୋଭିଡ ରୋଗୀ ଚିହ୍ନଟ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗୀ ଏବେ ହୋମ୍‌ ଆଇସୋଲେସନରେ ଅଛନ୍ତି । ବାକି ୧୦ ପ୍ରତିଶତ ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି ।
Published by: Anand ST Das
First published: April 25, 2021, 11:53 PM IST