ଏ ବର୍ଷ ପୁରୀରେ ରଥ ଯାତ୍ରାର ଆୟୋଜନ ହେବ କି ନାହିଁ ସେ ବିଷୟରେ ହୋଇପାରିଲାନି ନିଷ୍ପତ୍ତି

ରଥ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେଉଥିବାରୁ କରୋନା ଭାଇରସ୍ ସଂକ୍ରମଣ ନିୟନ୍ତ୍ରଣ କରିବା କଷ୍ଟକର ହେବ । ଅକ୍ଷୟ ତୃତୀୟା ପୂର୍ବରୁ ନିଷ୍ପତ୍ତି ନେବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ପରାମର୍ଶ ଦେଇଛନ୍ତି ।

ଏ ବର୍ଷ ପୁରୀରେ ରଥ ଯାତ୍ରାର ଆୟୋଜନ ହେବ କି ନାହିଁ ସେ ବିଷୟରେ ହୋଇପାରିଲାନି ନିଷ୍ପତ୍ତି
ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଚାଲିଛି ।
  • News18 Odia
  • Last Updated: April 24, 2020, 3:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରାକୁ ନେଇ ଆଜି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ହୋଇପାରିଲା ନାହିଁ କୌଣସି ନିଷ୍ପତ୍ତି । ରଥ ଯାତ୍ରା ପ୍ରସଙ୍ଗରେ ଆଜି ସନ୍ଧ୍ୟା ୭ଟାରେ ଗୋବର୍ଦ୍ଧନ ମଠରେ ପୁଣି ବସିବ ବୈଠକ ।

ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହେବାକୁ ଥିହା ଏହି ବୈଠକରେ ରଥ ଯାତ୍ରାକୁ ନେଇ ହୋଇପାରେ ନିଷ୍ପତ୍ତି । ଅକ୍ଷୟ ତୃତୀୟା ପୂର୍ବରୁ ନିଷ୍ପତ୍ତି ନେବାକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦେଇଛନ୍ତି ପରାମର୍ଶ । ଆଜି ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ଯୋଗଦେବେ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ ଓ ଛତିଶା ନିଯୋଗର ସଦସ୍ୟମାନେ ବି ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏ ବର୍ଷ ରଥ ଯାତ୍ରା ଆୟୋଜନ କରାଯିବ କି ନାହିଁ ଓ ଯଦି କରାଯାଏ ସେତେବେଳେ ଲକଡାଉନ୍‌ ବଳବତ୍ତର ଥିଲେ କେମିତି କରାଯିବ ସେହି ବିଷୟରେ ଆଲୋଚନା ପାଇଁ ଆଜି ହେଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଭିଡିଓ କନଫରେନ୍ସିଂରେ ଗଜପତି ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରହିଥିବା ବେଳେ ଜିଲ୍ଲା ଭିସି ହଲ୍‌ରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ସହିତ ପରିଚାଳନା କମିଟିର ଛଅ ଜଣ ସଦସ୍ୟ ଏଥିରେ ଭାଗ ନେଇଥିଲେ ।

ଆଜି ସକାଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଭାଇରସ୍‌ ମୁକାବିଲାର ସ୍ଥିତି ଓ ରଥ ଯାତ୍ରା ସମ୍ପର୍କରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ଆଜି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ସମ୍ପର୍କରେ ମଧ୍ୟ ପ୍ରଧାନ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମୁଖ୍ୟ ମନ୍ତ୍ରୀ । ଚଳିତ ବର୍ଷ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କିଭଳି ଆୟୋଜନ ହେବ ତାକୁ ନେଇ ଲାଗି ରହିଛି ଆଶଙ୍କା । ଏହି ସମୟରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହେଉଥିବାରୁ ସଂକ୍ରମଣ ନିୟନ୍ତ୍ରଣ କରିବା କଷ୍ଟକର ହେବ । ତେଣୁ ଅନୁମାନ କରାଯାଉଛି ଏ ନେଇ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି ।
First published: April 24, 2020, 3:51 PM IST
corona virus btn
corona virus btn
Loading