କରୋନା 3rd Wave: ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି କହିଲା ନୀତି ଆୟୋଗ

ଦେଶରେ କରୋନା ସଂକ୍ରମଣର ସ୍ଥିତି ଓ ଗତିର ଆକଳନ କରିବା ପରେ ନୀତି ଆୟୋଗ ଚେତାବନୀ ଦେଇ କହିଛି ଯେ ଦେଶ ଆହୁରି ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଆସନ୍ତା ମାସ ସୁଦ୍ଧା ଦୁଇ ଲକ୍ଷ ଆଇ.ସି.ୟୁ. ଶଯ୍ୟା ପ୍ରସ୍ତୁତ ହୋଇ ରହିବା ଉଚିତ ।

ନୀତି ଆୟୋଗର ଚେତାବନୀକୁ ଗୁରୁତ୍ୱ ଦିଆଯାଉଛି । (ପ୍ରତୀକାତ୍ମକ ଛବି)

ନୀତି ଆୟୋଗର ଚେତାବନୀକୁ ଗୁରୁତ୍ୱ ଦିଆଯାଉଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଯୋଗୁଁ ଦେଶ ତଥା ବିଶ୍ୱ ସାରା ବହୁ ସଂଖ୍ୟକ ଲୋକ ପ୍ରଭାବିତ ହୋଇଛନ୍ତି । ଭାରତରେ ମଧ୍ୟ ଦ୍ୱିତୀୟ ତରଙ୍ଗ ସମୟରେ ବହୁ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ କରୋନା ସଂକ୍ରମଣର ସମ୍ବାବ୍ୟ ତୃତୀୟ ତରଙ୍ଗ (COVID third wave) ଭୟ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ନୀତି ଆୟୋଗ (NITI Aayog) ସଦସ୍ୟ ଭି.କେ. ପଲ୍‌ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଏଥିରେ କୁହାଯାଇଛି ଯେ ଭବିଷ୍ୟତରେ ପ୍ରତି ୧୦୦ କରୋନା ସଂକ୍ରମଣ ମାମଲା ମଧ୍ୟରୁ ୨୩ଟିକୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ ।

‘ଇଣ୍ଡିଆନ୍‌ ଏକ୍ସପ୍ରେସ’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ପୂର୍ବରୁ ସେପ୍ଟେମ୍ବର ୨୦୨୦ରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଆରମ୍ଭ ହେବା ପୂର୍ବରୁ ମଧ୍ୟ NITI ଆୟୋଗ ଏମିତି ପୂର୍ବାନୁମାନ କରିଥିଲେ, କିନ୍ତୁ ଏବେ ଏହି ଆକଳନ ତା’ଠାରୁ ବହୁତ ଅଧିକ । ସେହି ସମୟରେ ପ୍ରାୟ ୨୦ ପ୍ରତିଶତ ଗୁରୁତର ବା ମଧ୍ୟମ-ଗୁରୁତର ଲକ୍ଷଣ ଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିବ ବୋଲି କହିଥିଲେ ନୀତି ଆୟୋଗ ।

ଏହା ବି ପଢ଼ନ୍ତୁ | ଚାଲିଗଲେ ବାପି: ଓଡ଼ିଶା କଂଗ୍ରେସର ଯୁବ ନେତା ସଂଗ୍ରାମ କେଶରୀ ଜେନାଙ୍କୁ ଛଡ଼େଇ ନେଲା କରୋନା

କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ପରେ ବହୁ ସଂଖ୍ୟକ ଡାକ୍ତରଖାନା ଶଯ୍ୟାକୁ ପୃଥକ କରିବା ବ୍ୟବସ୍ଥା ଚଳିତ ବର୍ଷ ଏପ୍ରିଲ ଓ ଜୁନରେ ଦେଖାଯାଇଥିବା ସଂକ୍ରମଣ ସ୍ଥିତି ଉପରେ ଆଧାରିତ । ରିପୋର୍ଟ ମୁତାବକ ଜୁନ୍ ୧ ତାରିଖରେ ସଂକ୍ରମଣର ଶିଖର ସମୟରେ ଥିବା ବେଳେ ସମଗ୍ର ଦେଶରେ ସକ୍ରିୟ ମାମଲା ଭାର ୧୮ ଲକ୍ଷ ଥିଲା ଓ ସର୍ବାଧିକ ମାମଲା ଥିବା ୧୦ଟି ରାଜ୍ୟରେ ୨୧.୭୪ ପ୍ରତିଶତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକ ପଡ଼ିଥିଲା । ସେଥିମଧ୍ୟରୁ ୨.୨% ରୋଗୀ ଆଇ.ସି.ୟୁ.ରେ ଭର୍ତ୍ତି ହୋଇଥିଲେ।

ଏହା ବି ପଢ଼ନ୍ତୁ | ସୌମ୍ୟ ମୃତ୍ୟୁ: ବିଦ୍ୟାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗ ସାମନା କରୁଥିବା DFOଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ

‘‘ଏବେ ଆମେ ଆହୁରି ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଗୋଟିଏ ଦିନରେ ଚାରିରୁ ପାଞ୍ଚ ଲକ୍ଷ କରୋନା ମାମଲା ଆସିପାରେ । ଆସନ୍ତା ମାସ ସୁଦ୍ଧା ଦୁଇ ଲକ୍ଷ ଆଇ.ସି.ୟୁ. ଶଯ୍ୟା ପ୍ରସ୍ତୁତ ହୋଇ ରହିବା ଉଚିତ । ସେଥିରେ ଭେଣ୍ଟିଲେଟର୍‌ ଲାଗିଥିବା ୧.୨ ଲକ୍ଷ ଆଇ.ସି.ୟୁ. ବେଡ୍, ସାତ ଲକ୍ଷ ଅଣ-ଆଇସିୟୁ ହସ୍ପିଟାଲ୍ ବେଡ୍ (ସେଥି ମଧ୍ୟରୁ ୫ ଲକ୍ଷ ଅମ୍ଳଜାନ ଶଯ୍ୟା) ଓ ୧୦ ଲକ୍ଷ କୋଭିଡ୍ ବିଚ୍ଛିନ୍ନତା ଯତ୍ନ ଶଯ୍ୟା ରହିବା ଉଚିତ୍,’’ କହିଛି ନୀତି ଆୟୋଗ ।



ସେପ୍ଟେମ୍ବର ୨୦୨୦ରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଆରମ୍ଭ ହେବାର କିଛି ମାସ ପୂର୍ବରୁ ନୀତି ଆୟୋଗ ଆକଳନ କରିଥିଲେ ଯେ ୧୦୦ଟି ପଜିଟିଭ୍‌ ମାମଲା ମଧ୍ୟରୁ ୨୦ଟି ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକତା ପଡ଼ିବ ଓ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଆଇ.ସି.ୟୁ.ରେ ଭର୍ତ୍ତି କରିବାକୁ ପଡ଼ିବ । ଅନ୍ୟାନ୍ୟ ଲକ୍ଷଣହୀନ ମାମଲାଗୁଡ଼ିକ ପାଇଁ ଅନୁମାନ କରାଯାଉଥିଲା ଯେ ସେଥିରୁ ୫୦ ପ୍ରତିଶତକୁ କରୋନା କେୟାର୍‌ ସେଣ୍ଟରରେ ସାତ ଦିନ ପାଇଁ ରଖାଯିବା ଆବଶ୍ୟକ । ଅବଶିଷ୍ଟମାନେ ଘରେ ରହିପାରିବେ ବୋଲି କୁହାଯାଇଥିଲା ।
Published by:Anand S.T. Das
First published: