କରୋନା ସାହାଯ୍ୟ ପାଇଁ ନୀତା ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ପରୋପକାରୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହେଲେ

ବିଶ୍ୱ ସ୍ତରରେ ଖ୍ୟାତନାମା ପରୋପକାରୀ ବ୍ୟକ୍ତିମାନଙ୍କ ଏହି ତାଲିକାରେ ନୀତା ଅମ୍ବାନୀ ଏକ ମାତ୍ର ଭାରତୀୟ । ଏହି ତାଲିକାରେ ଓପ୍ରା ୱିନଫ୍ରେ, ଆପଲ୍ ସିଇଓ ଟିମ୍ କୁକ୍, ଫ୍ୟାଶନ୍ ଡିଜାଇନର୍ ଡୋନାଟେଲା ଭର୍ସେସ୍, ଅଭିନେତା ଲିଓନାର୍ଡୋ ଆଦି ଅଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀ

  • Share this:
News18 Odia Digital

ମୁମ୍ବାଇ: ଆମେରିକୀୟ ପତ୍ରିକା ‘ଟାଉନ୍ ଆଣ୍ଡ କଣ୍ଟ୍ରି’ର ନୂତନ ସଂଖ୍ୟାରେ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀଙ୍କୁ (Nita Ambani) ୨୦୨୦ର ଟପ୍ ପରୋପକାରୀ ବ୍ୟକ୍ତିଙ୍କ (Top Philanthropists of 2020) ମଧ୍ୟରେ ସ୍ଥାନ ଦିଆଯାଇଛି ।

ଭାରତରେ କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନର (Reliance Foundation) ନେତୃତ୍ୱ ନେଇଥିବାରୁ ନୀତାଙ୍କୁ ଶ୍ରେଷ୍ଠ ପରୋପକାରୀ ବ୍ୟକ୍ତି ରୂପେ ପୁରସ୍କୃତ କରାଯାଇଛି । ରିଲାଏନ୍ସ ଫାଉଣ୍ଡେସନ କରୋନା ମୁକାବିଲାରେ ଲାଗିଥିବା ଫ୍ରଣ୍ଟଲାଇନ କର୍ମଚାରୀ ତଥା ଗରିବ ଓ ଅଭାବୀ ଲୋକଙ୍କୁ ଖାଇବାକୁ ଦେବାର ପ୍ରୟାସର ନେତୃତ୍ୱ ନେଇଥିଲେ । ଭାରତର ପ୍ରଥମ କୋଭିଡ-୧୯ ଡାକ୍ତରଖାନା ପ୍ରତିଷ୍ଠାର ଶ୍ରେୟ ମଧ୍ୟ ଏହି ସଙ୍ଗଠନକୁ ଯାଏ ।

ବିଶ୍ୱ ସ୍ତରରେ ଖ୍ୟାତନାମା ପରୋପକାରୀ ବ୍ୟକ୍ତିମାନଙ୍କ ଏହି ତାଲିକାରେ ନୀତା ଅମ୍ବାନୀ ଏକ ମାତ୍ର ଭାରତୀୟ । ଏହି ତାଲିକାରେ ଟକ୍ ସୋ ହୋଷ୍ଟ ଓପ୍ରା ୱିନଫ୍ରେ, ଆପଲ୍ ସିଇଓ ଟିମ୍ କୁକ୍, ଫ୍ୟାଶନ୍ ଡିଜାଇନର୍ ଡୋନାଟେଲା ଭର୍ସେସ୍, ଅଭିନେତା ଲିଓନାର୍ଡୋ ଡି କାପ୍ରିଓ ଓ ମାଇକେଲ୍ ବ୍ଲୁମବର୍ଗ ଓ ଲଅରିନ୍ ପାୱେଲ୍ ଜବ୍ସ ଭଳି ବିଶ୍ୱସ୍ତରୀୟ ଖ୍ୟାତିସମ୍ପନ୍ନ ପରୋପକାରୀ ବ୍ୟକ୍ତିଙ୍କ ନାମ ରହିଛି ।

ନୀତା ଅମ୍ବାନୀଙ୍କ ଉଦ୍ୟମକୁ ଶ୍ରେୟ ଦେଇ ‘ଟାଉନ୍ ଆଣ୍ଡ କଣ୍ଟ୍ରି’ (Town and Country) ପତ୍ରିକା ଲେଖିଛି: ‘‘ରିଲାଏନ୍ସ ଫାଉଣ୍ଡେସନ, ଯାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପରୋପକାରୀ ପଦକ୍ଷେପ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ଗରିବ ଲୋକଙ୍କୁ ଲକ୍ଷ ଲକ୍ଷ ଭୋଜନ ଓ ମାସ୍କ ବଣ୍ଟନ କରିଛି, କୋଭିଡ-୧୯ ରୋଗୀଙ୍କ ପାଇଁ ଭାରତର ପ୍ରଥମ ଡାକ୍ତରଖାନା ସ୍ଥାପନ କରିଛି ଏବଂ ଏକ ଜରୁରୀକାଳୀନ ପାଣ୍ଠିକୁ ୭୨ ମିଲିୟନ ଡଲାର ଦାନ କରିଛି ।’’

ନୀତା ଅମ୍ବାନୀ ଓ ତାଙ୍କ ପତି ରିଲାଏନ୍ସ CMD ମୁକେଶ ଅମ୍ବାନୀ


ଏହି ପରିଚୟ ଅବସରରେ ନୀତା ଅମ୍ବାନୀ କହିଛନ୍ତି: ‘‘ସଙ୍କଟ ସମୟରେ ଦରକାର ହୁଏ ତ୍ୱରିତ ଓ ଜରୁରୀ ଧ୍ୟାନ, ରିଲିଫ୍, ସମ୍ବଳ, ଚତୁରତା ଓ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ, ଦୟା ।’’

‘‘ବିଗତ ବର୍ଷମାନଙ୍କରେ ଆମ ଫାଉଣ୍ଡେସନ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ଆମେ ତ୍ୱରିତ, ବହୁମୁଖୀ ତଥା ବ୍ୟବସ୍ଥିତ ଓ କାଲିବ୍ରେଟେଡ୍ ପ୍ରତିକ୍ରିୟା ଦ୍ୱାରା ସଙ୍କଟକୁ ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତ କରିଛୁ । ଆମର ପଦକ୍ଷେପ ବିଶ୍ୱ ସ୍ତରରେ ସ୍ୱୀକୃତିପ୍ରାପ୍ତ ହେଉଛି ବୋଲି ଜାଣି ଆମେ ଖୁସି ଓ ନମ୍ର ଅନୁଭବ କରୁଛୁ । ଯେତେବେଳେ ଆବଶ୍ୟକ ପଡ଼ିବ ଆମ ସରକାର ତଥା ଆମ ଜନତାକୁ ସାହାଯ୍ୟ କରିବାକୁ ଆମର ପରୋପକାରିତା ପ୍ରତିବଦ୍ଧ,’’ କହିଛନ୍ତି ନୀତା ।

ନୀତା ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ ଫାଉଣ୍ଡେସନ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇରେ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ ଡାକ୍ତରଖାନା ନିର୍ମାଣ କରି ବଢ଼ୁଥିବା ରୋଗୀଙ୍କ ଚିକିତ୍ସାର ସୁବିଧା କରାଇଥିଲା । ମାର୍ଚ୍ଚ ଶେଷ ସୁଦ୍ଧା ରୋଗୀ ନେବା ଆରମ୍ଭ କରିଥିବା ଏହି ଡାକ୍ତରଖାନାରେ ଏପ୍ରିଲ୍ ଶେଷ ସୁଦ୍ଧା ଶଯ୍ୟା ସଂଖ୍ୟା ୨୨୦କୁ ବୃଦ୍ଧି ପାଇଥିଲା ।

ବଢ଼ୁଥିବା ମାନବିକ ସଙ୍କଟ ମଧ୍ୟରେ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ‘‘ଅନ୍ନ ସେବା’’ ନାମକ ଏକ ଖାଦ୍ୟ ଯୋଗାଣ ସେବା ମଧ୍ୟ ଆରମ୍ଭ କରିଥିଲା । କରୋନା ମହାମାରୀ ଆରମ୍ଭ ହେବା ସମୟରୁ ଏହି କାର୍ଯ୍ୟକ୍ରମ ପାଞ୍ଚ କୋଟି ଲୋକଙ୍କୁ ଖାଇବାକୁ ଦେବାରେ ସଫଳ ହୋଇଛି ।

ଏହା ବି ପଢ଼ନ୍ତୁ: 

କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲା

PMଙ୍କ କରୋନା ପାଣ୍ଠିକୁ ରିଲାଏନ୍ସ ଦେଲା ୫୦୦ କୋଟି ସହାୟତା; ୧୦୦-ବେଡ୍ ହସପିଟାଲ ବି ପ୍ରସ୍ତୁତ

ଜୀତା ରହେଗା ମେରା ଇଣ୍ଡିଆ: କରୋନା ବିରୋଧରେ ଲଢ଼େଇ ଉପରେ ରିଲାଏନ୍ସର ଭିଡିଓ ଗୀତ ଦେଖନ୍ତୁ

ନୀତା ଅମ୍ବାନୀ ନ୍ୟୁୟର୍କର ମ୍ୟୁଜିୟମ ଅଫ୍ ଆର୍ଟ ବୋର୍ଡ଼କୁ ନିର୍ବାଚିତ; ଗୌରବ ପାଇବାରେ ସେ ପ୍ରଥମ ଭାରତୀୟ

କରୋନା ଭାଇରସ୍କୁ ହରାଇବା ଲାଗି ଦୀପ ଜଳାଇଲେ ମୁକେଶ ଅମ୍ବାନି ପତ୍ନୀ ନୀତା ଅମ୍ବାନୀ

ନୀତା ଅମ୍ବାନୀ ଝିଅ ଈଶା ଜିଓ ବିଶ୍ୱ ଗାର୍ଡେନରେ NGOରୁ ଆସିଥିବା ୪,୦୦୦ ପିଲାଙ୍କ ସହ କ୍ରିସ୍ମାସ୍ ପାଳନ କଲେ 

ଋଷି କପୁରଙ୍କୁ ବହୁତ ଧ୍ୟାନ ଦେଇଥିବାରୁ ମୁକେଶ ଅମ୍ବାନୀ ପରିବାରକୁ ଧନ୍ୟବାଦ ଦେଲେ ନୀତୁ
Published by:Anand Shankar Thankur Das
First published: