News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ହାହାକାର ମଧ୍ୟରେ ରାଜନୈତିକ ବିବାଦ ବି ଜାରି ରହିଛି । ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (PM Narendra Modi) ଏକ ଚିଠି ଲେଖି କିଛି ନିର୍ଦ୍ଦିଷ୍ଟ କୋଭିଡ୍ ଚିକିତ୍ସା ଉପକରଣ, ଔଷଧ ଓ କରୋନା ଚିକିତ୍ସା ସହ ଜଡିତ ସାମଗ୍ରୀ ଉପରେ କଷ୍ଟମ୍ ଡ୍ୟୁଟି ଓ ଜି.ଏସ୍.ଟି. (Custom Duty and GST on Corona Material) ଛାଡ କରିବାକୁ ଦାବି କରିଥିଲେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଏହାର ଉତ୍ତର ଦେଇଛନ୍ତି ।
ଅର୍ଥ ମନ୍ତ୍ରୀ ଅନେକ ସାମଗ୍ରୀର ତାଲିକା ପ୍ରକାଶ କରି କହିଛନ୍ତି ଯେ କରୋନା ସହ ଜଡିତ ଏହି ଉତ୍ପାଦଗୁଡି଼କ ମେ ୩ ତାରିଖରେ ଜି.ଏସ୍.ଟି. ସୀମାରୁ ମୁକ୍ତ କରାଯାଇଛି ଓ ସେମାନଙ୍କ ଉପରେ କଷ୍ଟମ ଡ୍ୟୁଟି ଓ ସ୍ୱାସ୍ଥ୍ୟ ସେସ୍ ବି ଛାଡ କରାଯାଇଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ମମତା ବାନାର୍ଜୀଙ୍କ ଚିଠିର ଉତ୍ତରରେ ନିର୍ମଳା ସୀତାରମଣ ଏକ ଟ୍ୱିଟ କରି ଏହି ତାଲିକା ପ୍ରକାଶ କରିଛନ୍ତି । ସେ ସେହି ସାମଗ୍ରୀଗୁଡିକର ଏକ ତାଲିକା ଶେୟାର୍ କରିଛନ୍ତି ଯାହାର ଆମଦାନୀ ଉପରେ ଗତ ୩ ତାରିଖରୁ GST ଛାଡ କରାଯାଇସାରିଥି । ଏହି ସାମଗ୍ରୀଗୁଡ଼ିକ ଉପରେ କଷ୍ଟମ୍ ଡ୍ୟୁଟି ଓ ସ୍ୱାସ୍ଥ୍ୟ ସେସ୍ ବି ପୂର୍ବରୁ ଛାଡ଼ କରାଯାଇଛି ବୋଲି କହିଛନ୍ତି ସୀତାରମଣ । ସେ ଲେଖିଛନ୍ତି ଯେ କୋଭିଡ ରିଲିଫ ସାମଗ୍ରୀଗୁଡ଼ିକୁ IGST ସମେତ କଷ୍ଟମ ଡ୍ୟୁଟିରୁ ଛାଡ଼ ଦିଆଯାଇଛି । Sହି ସାମଗ୍ରୀଗୁଡ଼ିକୁ ଭାରତୀୟ ରେଡ କ୍ରସ୍ ଦ୍ୱାରା କରିଥାଏ ଓ ଏଗୁଡ଼ିକ ଦେଶରେ ମାଗଣାରେ ବଣ୍ଟନ ହେବ ।
ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି ରାଜ୍ୟ ସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର; କରୋନା ଆକ୍ରାନ୍ତ ଥିଲେଅର୍ଥ ମନ୍ତ୍ରୀ ଲେଖିଛନ୍ତି ଯେ ରେମଡେସିଭିର୍ ଇଞ୍ଜେକ୍ସନ, ରେମଡେସିଭିର୍ API ଓ ଏହି ଔଷଧ ତିଆରିରେ ବ୍ୟବହୃତ ଉପାଦାନଗୁଡିକ ୩ ମଇରୁ ତୁରନ୍ତ ପ୍ରଭାବ ସହିତ ସବୁ ଟ୍ୟାକ୍ସରୁ ମୁକ୍ତ କରାଯାଇଛି ।

ପ୍ରଧାନ ମନ୍ତ୍ରୀଙ୍କୁ ମମତା ଲେଖିଥିବା ଚିଠି
ସୀତାରମଣ ଆହୁରି କହିଛନ୍ତି ଯେ ଡାକ୍ତରୀ ଅମ୍ଳଜାନ (medical oxygen), ଏହାର ସଂରକ୍ଷଣ ଓ ପରିବହନ ପାଇଁ ବ୍ୟବହୃତ ଉପକରଣ, କୋଭିଡ ରୋଗୀଙ୍କୁ ଅମ୍ଳଜାନ ଥେରାପି ଯୋଗାଇବା ପାଇଁ ବ୍ୟବହୃତ ଯନ୍ତ୍ର ଯଥା ଅକ୍ସିଜେନ୍ କନସେଣ୍ଟ୍ରେଟର୍, ଭେଣ୍ଟିଲେଟର, ନନ୍-ଇନଭେସିଭ୍ ଅକ୍ସିଜେନ୍ ମାସ୍କ ଆଦି ଉପରେ ଜି.ଏସ୍.ଟି. ଓ କଷ୍ଟମ୍ ଡ୍ୟୁଟି ଛାଡ଼ କରାଯାଇଛି । ଏହା ସହିତ କୋଭିଡ୍ ପରୀକ୍ଷା ଓ କୋଭିଡ୍ ଟିକା ପାଇଁ ଇନଫ୍ଲାମେଟୋରୀ ଡାଇଗ୍ନୋଷ୍ଟିକ୍ କିଟ୍ ଓ ରିଜେଣ୍ଟସ୍ ଉପରେ ବି କର ଛାଡ଼ କରାଯାଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲାଅର୍ଥ ମନ୍ତ୍ରୀ ଲେଖିଛନ୍ତି ଯେ ଏହି ରିହାତି ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସାର୍ଟିଫିକେଟ୍ ଆଧାରରେ କୌଣସି ଅନୁଷ୍ଠାନ, ରାଜ୍ୟ ସରକାର, ରିଲିଫ୍ ଏଜେନ୍ସି ବା ସ୍ୱୟଂଶାସିତ ସଂସ୍ଥା ଦ୍ୱାରା ଦେଶରେ ମାଗଣା ବଣ୍ଟନ ପାଇଁ ଆମଦାନୀ ହେଉଥିବା ସମସ୍ତ ବସ୍ତୁ ଉପରେ ଲାଗୁ ହେବ।
ଏହା ବି ପଢ଼ନ୍ତୁ | COVIDରେ ଆଖି ବୁଜିଲେ CRPF DIG ସୁନୀଲ କୁମାର ପାର୍ଥ; ରାଜ୍ୟରେ ଆଉ ୧୭ ଜୀବନ ନେଲା ମହାମାରୀସୀତାରମଣ କହିଛନ୍ତି ଯେ ଏହି ସବୁ ସାମଗ୍ରୀର ଉପଲବ୍ଧତା ବୃଦ୍ଧି କରିବା ପାଇଁ ସରକାର ସେମାନଙ୍କ ବାଣିଜ୍ୟିକ ଆମଦାନୀ ଉପରେ ମୌଳିକ କଷ୍ଟମ ଡ୍ୟୁଟି ଓ ସ୍ୱାସ୍ଥ୍ୟ ସେସ୍ ମଧ୍ୟ ସମ୍ପୂର୍ଣ୍ଣ ଛାଡ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଟିକା ଉପରେ ୫%, କୋଭିଡ ଔଷଧ ଉପରେ ୧୨%, ଅମ୍ଳଜାନ କନସେଣ୍ଟ୍ରେଟର୍ ଓ ଏହି ସବୁ ସାମଗ୍ରୀର ଘରୋଇ ଯୋଗାଣରେ ଭିନ୍ନ ଭିନ୍ନ ହାରରେ GST ଲାଗୁ ହେଉଥିଲା ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏକ ସାମଗ୍ରୀ ଉପରେ IGST ୧୦୦ ଟଙ୍କା ସଂଗ୍ରହ କରାଯାଉଛି ତାହେଲେ କେନ୍ଦ୍ର ଓ ରାଜ୍ୟ ଯଥା କ୍ରମେ CGST ଓ SGST ଭାବରେ ୫୦ ଟଙ୍କା ପାଉଛନ୍ତି । ଏହା ବ୍ୟତୀତ CGST ରାଜସ୍ୱର ୪୧% ରାଜ୍ୟମାନଙ୍କୁ ଦିଆଯାଉଛି । ତେଣୁ ୧୦୦ ଟଙ୍କା ମଧ୍ୟରୁ ପ୍ରାୟ ୭୦ ଟଙ୍କା ୫୦ ପଇସା ରାଜ୍ୟଗୁଡିକର ଭାଗରେ ପଡ଼ୁଛି ।
ସୀତାରମଣ କହିଛନ୍ତି ଯେ ଯଦି ଜି.ଏସ୍.ଟି.ରୁ ସମ୍ପୂର୍ଣ୍ଣ ରିହାତି ଦିଆଯାଏ, ତେବେ ଏହି ସାମଗ୍ରୀଗୁଡ଼ିକର ଘରୋଇ ଉତ୍ପାଦକମାନେ ନିଜ ଇନପୁଟ୍ ଓ ଇନପୁଟ୍ ସେବା ଉପରେ ଦେଉଥିବା ଟିକସ ଭରିବାବାରେ ଅସମର୍ଥ ହେବେ ଓ ଶେଷରେ ସେମାନେ ଏହି ସାମଗ୍ରୀଗୁଡ଼ିକର ଦାମ୍ ବୃଦ୍ଧି କରି ଗ୍ରାହକଙ୍କଠାରୁ ଅସୁଲ୍ କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।