‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ଼’ ଯୋଜନା ବିଷୟରେ ସରକାର ବଡ଼ ଘୋଷଣା କଲେ

ଏହି ଯୋଜନା ଅଧୀନରେ ଆପଣ ଦେଶର ଯେ କୌଣସି ସ୍ଥାନରେ ରହିଲେ ବି ନିଜ କୋଟାର ରେସନ ସେଠାରୁ ନେଇପାରିବେ । ଅଗଷ୍ଟ ସୁଦ୍ଧା ୨୩ଟି ରାଜ୍ୟର ୬୭ କୋଟି ହିତାଧିକାରୀଙ୍କୁ ଏଥିରେ ଯୋଡ଼ାଯିବ ।

‘ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ଼’ ଯୋଜନା ବିଷୟରେ ସରକାର ବଡ଼ ଘୋଷଣା କଲେ
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ଅର୍ଥନୈତିକ ପ୍ୟାକେଜର ଦ୍ୱିତୀୟ କିସ୍ତି ବିଷୟରେ ବିବରଣୀ ଦେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ପ୍ରବାସୀ ଶ୍ରମିକ, ବୁଲା ବିକାଳୀ ଓ କ୍ଷୁଦ୍ର ଚାଷୀଙ୍କ ବିଷୟରେ ନଅଟି ବଡ଼ ଘୋଷଣା କରିଛନ୍ତି । ବିଶେଷକରି ‘ୱାନ ନେସନ ୱାନ ରେସନ କାର୍ଡ’ ସ୍କିମ (One Nation One Ration Card Scheme, ଗୋଟିଏ ଦେଶ, ଗୋଟିଏ ରେସନ୍‌ କାର୍ଡ଼ ଯୋଜନା) ବିଷୟରେ ସେ ଏକ ବଡ ଘୋଷଣା କରିଛନ୍ତି ।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ୨୦୨୦ ସୁଦ୍ଧା ଜାତୀୟ ପୋର୍ଟେବିଲିଟି ଦ୍ୱାରା ପିଡିଏସର ୮୩ ପ୍ରତିଶତ ଜନସଂଖ୍ୟା ଥିବା ୨୩ଟି ରାଜ୍ୟର ୬୭ କୋଟି ହିତାଧିକାରୀଙ୍କୁ ‘ୱାନ ନେସନ, ୱାନ ରେସନ କାର୍ଡ’ ସ୍କିମ ସହିତ ସଂଯୁକ୍ତ କରାଯିବ ।

‘ୱାନ୍‌ ନେସନ୍‌, ୱାନ୍‌ ରେସନ୍‌ କାର୍ଡ଼’ ଯୋଜନାରେ ମାର୍ଚ୍ଚ ୨୦୨୧ ସୁଦ୍ଧା ୧୦୦ ପ୍ରତିଶତ ଜାତୀୟ ପୋର୍ଟେବିଲିଟିର ଲକ୍ଷ୍ୟ ମଧ୍ୟ ହାସଲ ହେବ ବୋଲି ସେ କହିଛନ୍ତି । ଏହି ଯୋଜନା ଲାଗୁ ହେବା ପରେ ଯେ କୌଣସି ରାଜ୍ୟର ଲୋକ ଅନ୍ୟ ରାଜ୍ୟରେ ରହିଲେ ବି ସେଠାରେ ରେସନ କାର୍ଡ ଦେଖାଇ ରାସନ ପାଇପାରିବେ ।

କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାସୱାନ


ନିକଟରେ କେନ୍ଦ୍ର ସରକାର ନିଜର ଉଚ୍ଚାଭିଳାଷୀ ଯୋଜନା 'ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ'ରେ ମୋଟ ୨୦ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଡିବାକୁ ଘୋଷଣା କରିଥିଲେ । କେତେକ ରାଜ୍ୟ ଏଥିରେ ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିଲେ ଓ ଅନ୍ୟ କେତେକଙ୍କୁ ପରେ ଯୋଗ କରାଯାଇଥିଲା ।

ଗୋଟିଏ ନେସନ୍ ୱାନ୍ କାର୍ଡ ସ୍କିମ୍ ଣ?

ଗତ ବର୍ଷ ଅଗଷ୍ଟ ୧ରୁ ଏକ ପାଇଲଟ୍‌ ପ୍ରୋଜେକ୍ଟ ଅନୁସାରେ ଆନ୍ଧ୍ର ପ୍ରଦେଶ-ତେଲେଙ୍ଗାନା ଓ ଗୁଜୁରାଟ-ମହାରାଷ୍ଟ୍ର ମଧ୍ୟରେ ରେସନ କାର୍ଡ ପୋର୍ଟେବିଲିଟି ସୁବିଧା ପାଇଁ 'ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ' ଯୋଜନା ଆରମ୍ଭ ହୋଇଛି । ଏହା ଯୋଗୁଁ ଆନ୍ଧ୍ର ପ୍ରଦେଶର ଲୋକମାନେ ତେଲେଙ୍ଗାନାର ଯେ କୌଣସି ପିଡିଏସ୍‌ କେନ୍ଦ୍ରରୁ ନିଜ ନିଜର ରାସନ ନେଇ ପାରୁଛନ୍ତି । ସେହି ଭଳି ତେଲେଙ୍ଗାନାର ଲୋକେ ବି ଆନ୍ଧ୍ର ପ୍ରଦେଶର ଯେ କୌଣସି ପିଡିଏସ୍‌ କେନ୍ଦ୍ରରୁ ନିଜ ରେସନ କାର୍ଡ ବ୍ୟବହାର କରି ନିଜର ରାସନ ନେଇପାରୁଛନ୍ତି ।

ସେହି ଭଳି ମହାରାଷ୍ଟ୍ର ଓ ଗୁଜୁରାଟ ମଧ୍ୟରେ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ ଉଭୟ ରାଜ୍ୟର ଲୋକେ ଉଭୟ ରାଜ୍ୟର ଯେ କୌଣସି ପିଡିଏସ୍‌ କେନ୍ଦ୍ରରୁ ସେମାନଙ୍କ ରାସନ କାର୍ଡ ମାଧ୍ୟମରେ ନିଜ କୋଟାର ରାସନ ନେଇପାରୁଛନ୍ତି । ଚଳିତ ବର୍ଷ ଜୁନ୍ ୧ରୁ ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି ।

ଆପଣ ଏହାର ଲାଭ କେମିତି ପାଇବେ

‘ୱାନ୍‌ ନେସନ୍ ୱାନ୍ ରେସନ୍ କାର୍ଡ’ ସ୍କିମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ପରି । ଆପଣ ଯେମିତି ମିଜ ମୋବାଇଲ୍ ନମ୍ବର ନ ବଦଳାଇ ଅନ୍ୟ ଏକ ଟେଲିକମ୍ କମ୍ପାନୀର ସେବା ନେଇପାରୁଛନ୍ତି, ମେମିତି ରେସନ କାର୍ଡ ପୋର୍ଟେବିଲିଟି ଅଧୀନରେ ଆପଣ ଦେଶର ଯେ କୌଣସି ସ୍ଥାନରେ ରହିଲେ ବି ନିଜ କୋଟାର ରେସନ ନେଇପାରିବେ ।

ଯଦି ଗୋଟିଏ ରେସନ କାର୍ଡରେ ପାଞ୍ଚ ଜଣ ସଦସ୍ୟ ଅଛନ୍ତି ଓ ସେମାନେ ପାଞ୍ଚଟି ଭିନ୍ନ ଭିନ୍ନ ରାଜ୍ୟରେ ରହୁଛନ୍ତି, ତେବେ ବି ସେମାନେ ସେହି ରାଜ୍ୟଗୁଡ଼ିକରୁ ନିଜ ନିଜ କୋଟାର ରେସନର ପାଇପାରିବେ ।

କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ରାମ ବିଳାସ ପାସୱାନ ନିକଟରେ କହିଥିଲେ ଯେ ଜୁନ୍ ୧ ରୁ ୨୦ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ସେସନ କାର୍ଡ ପୋର୍ଟେବିଲିଟି ଆରମ୍ଭ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ପ୍ରଚଳିତ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଏବେ ଦେଶର ୮୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ରେସନ କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି ।

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

ଏହା ବି ପଢ଼ନ୍ତୁ: ୧୪୯ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ରାତିରେ ଦୁବାଇରୁ ଭୁବନେଶ୍ୱର ଆସୁଛି ବିମାନ

ଏହା ବି ପଢ଼ନ୍ତୁ: ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

 
First published: May 14, 2020, 10:39 PM IST
corona virus btn
corona virus btn
Loading