କରୋନା ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥ ମନ୍ତ୍ରୀ; ₹୭,୫୦୦ କୋଟିର ଗ୍ୟାରେଣ୍ଟେଡ୍ ଋଣ ମିଳିବ

FM Nirmala Sitharaman Announces Corona Financial Package with Loans | କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଅଧୀନରେ କୋଭିଡ-୧୯ ଦ୍ୱାରା ପ୍ରଭାବିତ ୨୫ ଲକ୍ଷରୁ ଅଧିକ ଲୋକଙ୍କୁ ତିନି ବର୍ଷ ପାଇଁ ୧.୨୫ ଲକ୍ଷ ଟଙ୍କା ଲେଖାଏଁ ଋଣ ଦିଆଯିବ ।

ଆର୍ଥିକ ପ୍ୟାକେଜ୍ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

ଆର୍ଥିକ ପ୍ୟାକେଜ୍ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍‌ ମହାମାରୀ (Coronavirus Pandemic) ସଙ୍କଟ ଯୋଗୁଁ ଦେଶରେ ଦେଖାଦେଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala sitharaman) ଆଜି ଏକ ନୂଆ ରିଲିଫ୍‌ ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଅନୁଯାୟୀ କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା (Loan Guarantee Scheme) ସେ ଘୋଷଣା କରିଛନ୍ତି । ଏହା ସହିତ ୧.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ECLGS) ବି ଘୋଷଣା କରାଯାଇଛି ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଅଧୀନରେ କୋଭିଡ-୧୯ ଦ୍ୱାରା ପ୍ରଭାବିତ ୨୫ ଲକ୍ଷରୁ ଅଧିକ ଲୋକଙ୍କୁ ତିନି ବର୍ଷ ପାଇଁ ୧.୨୫ ଲକ୍ଷ ଟଙ୍କା ଲେଖାଏଁ ଋଣ ଦିଆଯିବ । ଏହି ଯୋଜନା ଘୋଷଣା କରି ଅର୍ଥ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ଋଣ ଉପରେ ଲାଗିବାକୁ ଥିବା ସୁଧ ବ୍ୟାଙ୍କଗୁଡିକ ପାଇଁ ସ୍ଥିର ହୋଇଥିବା MCLR ଠାରୁ ୨ ପ୍ରତିଶତ ଅଧିକ ହେବ ।

ଏହା ବି ପଢ଼ନ୍ତୁ | ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ସଡ଼କ ଦୁର୍ଘଟଣାରେ ପ୍ରାଣ ଗଲା; ଅଜଣା ଗାଡ଼ି ଧକ୍କା ଦେଲା

ନିର୍ମଳା ସୀତାରମଣ କହିଛନ୍ତି ଯେ ମାଇକ୍ରୋଫାଇନାନ୍ସ ପ୍ରତିଷ୍ଠାନ ମାଧ୍ୟମରେ ୨୫ ଲକ୍ଷ ଲୋକ ଏହି ଋଣର ଲାଭ ପାଇବେ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ସେବା ପାଇଁ ୫୦,୦୦୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଏଥିରେ ସମ୍ପ୍ରସାରଣ ପାଇଁ ୫୦ ପ୍ରତିଶତ ଗ୍ୟାରେଣ୍ଟି କଭରେଜ୍ ଉପଲବ୍ଧ ହେବ ଓ ନୂତନ ପ୍ରକଳ୍ପ ପାଇଁ ୭୫ପ୍ରତିଶତ ଗ୍ୟାରେଣ୍ଟି କଭରେଜ୍ ଉପଲବ୍ଧ ହେବ । ଏଥିରେ ତିନି ବର୍ଷ ପାଇଁ ସର୍ବାଧିକ ୧୦୦ କୋଟି ଟଙ୍କାର ଋଣ ଉପଲବ୍ଧ ହେବ । ଏହା ଉପରେ ସର୍ବାଧିକ ସୁଧ ହାର ୭.୯୫ ପ୍ରତିଶତ ହେବ । ଏଥି ସହିତ ଅନ୍ୟ କ୍ଷେତ୍ରଗୁଡିକ ପାଇଁ ସର୍ବାଧିକ ସୁଧ ହାର ୮.୨୫ ପ୍ରତିଶତ ରଖାଯାଇଛି । ଆବଶ୍ୟକତା ଅନୁଯାୟୀ ଏହାର କଭରେଜରେ ପରିବର୍ତ୍ତନ କରାଯିବ । ଗ୍ୟାରେଣ୍ଟି ବିନା ସାଧାରଣ ସୁଧ ହାର ୧୦ ରୁ ୧୧ ପ୍ରତିଶତ ରହିଛି ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ରାସ୍ତା କଡ଼ରେ ମହିଳାଙ୍କ ଗଳାକଟା ଶବ ତାପାଖରେ ରକ୍ତାକ୍ତ ଜୀବିତ ଶିଶୁ ପୁତ୍ର ମିଳିଲା



ଏହି ରିଲିଫ୍ ପ୍ୟାକେଜ୍ ମାଧ୍ୟମରେ ନିର୍ମଳା ସୀତାରମଣ ଦେଶର ୧୧,୦୦୦ ପଞ୍ଜୀକୃତ ପର୍ଯ୍ୟଟକ ଗାଇଡ୍ (tourist guide) ଓ ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରର ହିତାଧିକାରୀମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଲାଇସେନ୍ସପ୍ରାପ୍ତ ଗାଇଡମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦୦% ଗ୍ୟାରେଣ୍ଟେଡ୍‌ ଋଣ ପାଇବେ । ସ୍ୱୀକୃତିପ୍ରାପ୍ତ ଭ୍ରମଣ ଓ ପର୍ଯ୍ୟଟନ ଷ୍ଟେକହୋଲଡରମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇବେ । ଏହି ଋଣ ଉପରେ କୌଣସି ପ୍ରକ୍ରିୟାକରଣ ଶୁଳ୍କ (processing fee) ଲାଗିବ ନାହିଁ ।

ଏହା ବି ପଢ଼ନ୍ତୁ | Dana Majhi Daughter: ମ୍ୟାଟ୍ରିକ୍ ପାସ୍ କଲେ କଳାହାଣ୍ଡିର ଦାନ ମାଝୀଙ୍କ ଝିଅ; KISSରେ ପଢ଼ୁଥିଲେ

ଦେଶକୁ ଆସିବାକୁ ଥିବା ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଟୁରିଷ୍ଟ ଭିସା ବ୍ୟବସ୍ଥା ମଧ୍ୟ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ । ପ୍ରତି ପର୍ଯ୍ୟଟକଙ୍କୁ ମାତ୍ର ଥରେ ଏହି ସୁବିଧା ମିଳିବ । ୨୦୨୨ ମାର୍ଚ୍ଚ ୩୧ ତାରିଖ କିମ୍ବା ପ୍ରଥମ ୫ ଲକ୍ଷ ଭିସା ପ୍ରଦାନ ଶେଷ ହେବା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ । ଏଥିପାଇଁ ୧୦୦ କୋଟିର ବ୍ୟୟବରାଦ ରଖାଯାଇଛି । ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହି ଘୋଷଣା କରାଯାଇଛି ।

ଏହା ବି ପଢ଼ନ୍ତୁ | ପ୍ରକାଶ ପାଇଲା Odisha Matric Exam Results: ରେଗୁଲାରରେ ପାସ୍ହାର ୯୭.୮୯%, ଏକ୍ସ ୮୮.୩୩%

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (Aatmanirbhar Bharat Rojgar Yojana) ଅଧୀନରେ ନିଯୁକ୍ତିଦାତା କମ୍ପାନୀ ଓ କର୍ମଚାରୀମାନଙ୍କୁ ମିଳୁଥିବା EPF ସହାୟତା ଏବେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହି ଯୋଜନା ଅକ୍ଟୋବର ୨୦୨୦ରେ ଆରମ୍ଭ ହୋଇଥିଲା । ୫୮.୫୦ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଇବେ । ଏଥି ପାଇଁ ୨୨,୮୧୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଯୋଜନାରେ ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ୩୦ ଜୁନ୍ ୨୦୨୧ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରୁ ବି ବାହାରିଲା କରୋନାର Delta Plus ଭ୍ୟାରିଆଣ୍ଟ୍‌; ଦେବଗଡ଼ରେ ରାଜ୍ୟର ପ୍ରଥମ ରୋଗୀ ଚିହ୍ନଟ

କରୋନା ମାହମାରୀ ଦ୍ବାରା ଗୁରୁତର ଭାବେ ପ୍ରଭାବିତ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ହେଉଛି କେନ୍ଦ୍ର ସରକାରଙ୍କ ଏହି ଦ୍ୱିତୀୟ କୋଭିଡ୍ ପ୍ୟାକେଜର ଲକ୍ଷ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ପ୍ୟାକେଜର ମୋ’ଟ ମୂଲ୍ୟ ହେଉଛି ୬ ଲକ୍ଷ ୨୮ ହଜାର ୯୯୩ କୋଟି ଟଙ୍କା । ଏହି ପ୍ୟାକେଜ ମାଧ୍ୟମରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହାମାରୀ ଦ୍ବାରା ପ୍ରଭାବିତ ବିଭିନ୍ନ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା; ନିରାଶ ହେଲେ ତାଙ୍କ ସ୍ୱାମୀ MP ଅନୁଭବ

ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବାକୁ ଥିବା ୫୦ ହଜାର କୋଟି ଟଙ୍କାରେ ବିଭିନ୍ନ ସହର ଓ ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ । ଜନ ସ୍ବାସ୍ଥ୍ୟ, ବିଶେଷକରି ଶିଶୁମାନଙ୍କ ସ୍ବାସ୍ଥ୍ୟ ସେବା, ଉପରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଇଛନ୍ତି । ଏଥି ପାଇଁ ଅତିରିକ୍ତ ୨୩ ହଜାର ୨୨୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଛି । ଏହି ଅର୍ଥ ଚଳିତ ଆର୍ଥିକ ବର୍ଷରେ ହିଁ ବ୍ୟୟ ହେବ ।



ଗରିବଙ୍କୁ ମାଗଣା ରେସନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏ ବାବଦରେ ସରକାର ଖର୍ଚ୍ଚ କରିବେ ୯୩ ହଜାର ୮୬୯ କୋଟି ଟଙ୍କା । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚାଷୀମାନଙ୍କୁ ସାର ସବସିଡି ବାବଦରେ ଅତିରିକ୍ତ ୧୫ ହଜାର କୋଟି ଟଙ୍କା ବ୍ୟୟ କରବେ କେନ୍ଦ୍ର ସରକାର ।
Published by:Anand S.T. Das
First published: