ଆନ୍ଧ୍ରରେ ମଦ ପିଇବାକୁ ନ ମିଳିବାରୁ ଲୋକେ ସାନିଟାଇଜର୍ ପିଇଲେ; ୯ ଜଣଙ୍କ ମୃତ୍ୟୁ ହେଲାଣି

ମୃତକମାନେ କେବଳ ସାନିଟାଇଜର ପିଇଛନ୍ତି ନା ତା’ ସହ ଅନ୍ୟ କିଛି ରାସାୟନିକ ପଦାର୍ଥ ମିଶେଇ ପିଇଛନ୍ତି ତାହା ଜାଣିବାକୁ ପୋଲିସ୍‌ ଚେଷ୍ଟା କରୁଛି । ମୃତକମାନଙ୍କ ମଧ୍ୟରେ ତିନି ଜଣ ଭିକାରୀ ଅଛନ୍ତି ।

ଆନ୍ଧ୍ରରେ ମଦ ପିଇବାକୁ ନ ମିଳିବାରୁ ଲୋକେ ସାନିଟାଇଜର୍ ପିଇଲେ; ୯ ଜଣଙ୍କ ମୃତ୍ୟୁ ହେଲାଣି
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର (Andhra Pradesh) ପ୍ରକାଶମ (Prakasham) ଜିଲ୍ଲା ଅନ୍ତର୍ଗତ କରାମଚେଡୁ (Karamchedu)ରେ କୋଭିଡ-୧୯ (COVID-19) ମହାମାରୀ ଯୋଗୁଁ ଜାରି ଥିବା ଲକଡାଉନ୍ ଯୋଗୁଁ ତିନି ଦିନ ଧରି ମଦ ପିଇବାକୁ ନ ପାଇବାରୁ ଶେଷରେ ସାନିଟାଇଜର୍‌ ପିଇଲେ କିଛି ଲୋକ । ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କତ ଗୁରୁବାର ରାତିରେ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ଅନ୍ୟ ଛଅ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ମୃତମାନଙ୍କର ମଧ୍ୟରେ ଏ ଶ୍ରୀନୁ (୨୫), ବି ତିରୁପତାୟା (୩୭), ଜି ରାମିରେଡି(୬୦), କାଦିଆମ୍ ରାମାୟା (୨୯), ରାମନାୟା (୬୫), ରାଜିରେଡି(୬୫), ବାବୁ(୪୦), ଚାର୍ଲ୍ସ (୪୫) ଓ ଅଗଷ୍ଟାଇନ(୪୭) ଅଛନ୍ତି ବୋଲି ପୋଲିସ୍‌ ସୂତ୍ରରୁ ଜଣାପଡ଼ିଛି ।

କୋଭିଡ-୧୯ (COVID-19) ସଂକ୍ରମଣ ବୃଦ୍ଧି ହେଉଥିବାରୁ ଆନ୍ଧ୍ର ପ୍ରଦେଶର ପ୍ରକାଶମ୍‌ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ମଦ ଦୋକାନଗୁଡିକ ବନ୍ଦ ରହିଛି । ସେଇଥି ପାଇଁ ଲୋକେ ମଦ ପିଇବାକୁ ନ ପାଇ ତା’ ବଦଳରେ ହ୍ୟାଣ୍ଡ ସାନିଟାଇଜର ପିଇଦେଇଥିଲେ ବୋଲି ଅନୁସନ୍ଧାନକାରୀ ପୋଲିସ୍‌ କହିଛି ।

ସାନିଟାଇଜର୍‌କୁ କେବଳ ହାତରେ ଲଗେଇବା ଉଚିତ । ପିଇବା ଆଦୌ ଉଚିତ ନୁହେଁ ।


ମୃତକମାନଙ୍କ ମଧ୍ୟରେ ତିନି ଜଣ ଭିକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସ୍ଥାନୀୟ ମନ୍ଦିରରେ ଭିକ ମାଗୁଥିବା ବେଳେ ଗୁରୁବାର ରାତିରେ ପେଟ ଜଳା ପୋଡ଼ା ହେବାର ଅଭିଯୋଗ କରିଥିଲେ । ଜଣଙ୍କର ତୁରନ୍ତ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାରସିର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶୁକ୍ରବାର ସକାଳେ ଆଉ ଛଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନେ ଚିକିତ୍ସା ସମୟରେ ମୄତ୍ୟୁ ବରଣ କରିଥିଲେ । ଏହି ପ୍ରକାର ଅଭିଯୋଗ ସହିତ ଆଉ କିଛି ଲୋକଙ୍କୁ ଡାକ୍ତରଖାନା ଅଣାଯାଇଛି କି ନାହିଁ ପୋଲିସ ଜାଣିବାକୁ ଚେଷ୍ଟା କରିଥିଲା। ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଅଞ୍ଚଳର ଦୋକାନରୁ ସାନିଟାଇଜର ଜବତ କରାଯାଇ ରାସାୟନିକ ବିଶ୍ଳେଷଣ ପାଇଁ ପଠାଯାଇଛି ।

ଏହା ବି ପଢ଼ନ୍ତୁ: ଆଜି ଦେଶ ପାଇଁ ଐତିହାସିକ ଦିନ: ଦେଶର ପ୍ରଥମ ମୋବାଇଲ ଫୋନ୍ କଲ୍‌କୁ ପୂରିଲା ୨୫ ବର୍ଷ

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

ଏହା ବି ପଢ଼ନ୍ତୁ: ଅନଲକ୍ ୩ରେ ଓଡି଼ଶାରେ ଅଗଷ୍ଟ ୩୧ ଯାଏଁ ରାତି କର୍ଫ୍ୟୁ ଜାରି ରହିବ; ମାସ୍କ ଫାଇନ୍ ବଢ଼ିଲା



ପୀଡ଼ିତମାନେ କେବଳ ସାନିଟାଇଜର ବ୍ୟବହାର କରିଛନ୍ତି ନା ଅନ୍ୟ ରାସାୟନିକ ପଦାର୍ଥ ତା’ ସହ ମିଶ୍ରଣ କରିଛନ୍ତି ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି । କୋଭିଡ-୧୯ (COVID-19) ମାମଲା ବଢୁଥିବା ଦୃଷ୍ଟିରୁ କୁରିଚେଡୁ (Kurichedu) ଓ ଏହାର ଆଖପାଖ ଗ୍ରାମଗୁଡିକରେ ଲକଡାଉନ୍ ଯୋଗୁଁ ଗତ ଦଶ ଦିନ ଧରି ସମସ୍ତ ମଦ ଦୋକାନ ବନ୍ଦ ରହିଥିଲା ।
Published by: Anand Shankar Thankur Das
First published: July 31, 2020, 9:10 PM IST
corona virus btn
corona virus btn
Loading