ବଢ଼ିଲା ନାଇଟ କର୍ଫ୍ଯୁ; ଜାଣନ୍ତୁ ନୂଆ କୋଭିଡ଼ ଗାଇଡ଼ ଲାଇନ ବାବଦରେ

ବଢ଼ିଲା କୋଭିଡ଼ ଗାଇଡ଼ଲାଇନ । ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ନେଇ ଲାଗୁ ହେବା ନେଇ ଏସଆରସି ସୂଚନା ଦେଇଛନ୍ତି ।

ବଢ଼ିଲା କୋଭିଡ଼ ଗାଇଡ଼ଲାଇନ

ବଢ଼ିଲା କୋଭିଡ଼ ଗାଇଡ଼ଲାଇନ

  • Share this:
News18 Odia Digital

ଭୁବନେଶ୍ୱର:ବଢ଼ିଲା କୋଭିଡ଼ ଗାଇଡ଼ଲାଇନ । ଆଗାମୀ ଦିନରେ ରାଜ୍ଯରେ ଲାଗୁ ହେବାକୁ ଥିବା କଟକଣାକୁ ନେଇ ଏସଆରସି ସୂଚନା ଦେଇଛନ୍ତି । ରାଜ୍ଯରେ ଲାଗୁ ହୋଇଥିବା ନିୟମ ବାବଦରେ ଜାଣନ୍ତୁ

କୋଭିଡ଼ ଗାଇଡ଼ ଲାଇନକୁ ନେଇ ଏସଆରସିଙ୍କ ସୂଚନା

ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ।

ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ।

ମାଟ୍ରିକ୍‌ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ, କ୍ଲାସ ବନ୍ଦ ରହିବ ।

ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ ।

କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ ।

ଯାତ୍ରରେ ହଜାରେ ଲୋକ ବସିପାରିବେ ।

ନନ୍ଦନକାନକ ପାଇଁ ଅନଲାଇନ ଟିକେଟ କାଟିବାକୁ ପଡ଼ିବ ।

ସରକାରୀ କାର୍ଯ୍ଯକ୍ରମ ପାଇଁ ଆଗୁଆ ଅନୁମତି ନେବେ ।

ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ କ୍ଲିୟରିଂ କ୍ଲାସ କରିପାରିବେ ।

ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ।

ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ।

ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମତି ।

ବିବାହ ପ୍ରୋସେସନରେ ତିରିଶ ଜଣ ଯାଇପାରିବେ ।

ଶୁଦ୍ଧିରେ ପଚାଶ ଲୋକ ରହିପାରିବେ ।

ବାହାଘର ଓ ରିସେପ୍ସନ କରିପାରିବେ ।

ବସା ଦୋକାନୀ ମାନେ ଦୋକାନ ଆଗରେ ଭିଡ଼ କରିବେ ନାହିଁ ।

ସରକାରୀ ଅଫିସ ଗୁ଼ଡ଼ିକ ପଚାଶ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ।

ବେସରକାରୀ ଅଫିସର ମଧ୍ଯ ଅଧା ଲୋକ ମାନଙ୍କୁ ନେଇ କାମ ଚାଲିବ ।
Published by:Soumya Das
First published:
)}