ରଜ ସପିଙ୍ଗ୍ ପାଇଁ ରାତ୍ରିକାଳୀନ କର୍ଫ୍ୟୁ କୋହଳ ହେଲା; ସନ୍ଧ୍ୟା ୭ଟା ପରିବର୍ତ୍ତେ ୧୦ଟାରୁ ଲାଗୁ ହେବ

ଏହି କୋହଳତାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ସତ୍ତ୍ୱେ ସାମାଜିକ ଦୂରତା ରଖିବା ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ରହିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।

ରଜ ପର୍ବ ଆସିବାକୁ ବର୍ଷ ସାରା ଲୋକେ ଅନେଇ ରହିଥାନ୍ତି ।

ରଜ ପର୍ବ ଆସିବାକୁ ବର୍ଷ ସାରା ଲୋକେ ଅନେଇ ରହିଥାନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ଆଗକୁ ରଜ ପର୍ବ ଆସୁଥିବାରୁ ଲୋକଙ୍କୁ ଆବଶ୍ୟକୀୟ ବସ୍ତୁ କିଣାକିଣିରେ ସୁବିଧା କରେଇବା ପାଇଁ ସରକାର ରାତ୍ରିକାଳୀନ କର୍ଫ୍ୟୁ କୋହଳ କରିଛନ୍ତି । ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ ଲାଗୁ ହେବ କର୍ଫ୍ୟୁ । କେବଳ ୧୨ ତାରିଖ ପାଇଁ ଏହି କୋହଳତା ରହିବ ବୋଲି ସୂଚନା ଦିଆଯାଇଛି ।

ରଜ ସପିଙ୍ଗ ପାଇଁ ଏହି କୋହଳତାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ସତ୍ତ୍ୱେ ଜାନୁଆରୀ ୧ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମା ପୂର୍ବବତ ଜାରି ରହିବ। ସାମାଜିକ ଦୂରତା ରଖିବା ଓ  ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ରହିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।

୧୨ ତାରିଖକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୭ ଟାରୁ ସକାଳ ୫ ଟା ଯାଏ ଜାରି ରହିବ । ଏହି ସମୟରେ ପୂର୍ବରୁ ଯେପରି ନିର୍ମାଣ କାର୍ଯ୍ୟ ଓ ଶିଳ୍ପ କାର୍ଯ୍ୟ ଚାଲିଥିଲାସେ ସବୁ ଚାଲିବ । ପୋଲିସ, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଆଦି ନିଜ ଡ୍ୟୁଟି ଜାରି ରଖିବେ । ମେଡିକାଲ ସମ୍ପର୍କିତ ଜରୁରୀକାଳୀନ କାର୍ଯ୍ୟ ପାଇଁ ଲୋକେ ଯାତାୟାତ କରିପାରିବେ। ମେଡିକାଲ ଷ୍ଟୋରର ମାଲିକ ଓ ଷ୍ଟାଫ ବି ଯାତାୟାତ କରିପାରିବେ । ବିମାନ ବନ୍ଦର ଓ ରେଳ ଷ୍ଟେସନରୁ ଓଲା ଓ ଉବେର ଭଳି ପରିବହନ ସେବା ଜାରି ରହିବ । ଜୁନ ମାସରେ ବି ସାପ୍ତାହିକ ଦୁଇ-ଦିନିଆ ସଟଡାଉନ ଜାରି ରହିବ।

ସରକାରଙ୍କ ପକ୍ଷରୁ କୋହଳତା ଉପରେ ଜାରି ହୋଇଥିବା ନିର୍ଦ୍ଦେଶନାମା ।


ଗୋଟେ ପଟେ ରାଜ୍ୟ ସରକାର ରାତ୍ରିକାଳୀନ କର୍ଫ୍ୟୁ କୋହଳ କରିଥିବା ବେଳେ କେନ୍ଦୁଝର ଜିଲ୍ଲା ପ୍ରଶାସନ କିଛି ନୂଆ ନିୟମ ଜାରି କରିଛି । ଜୁନ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ କିଛି କଟକଣା ଲାଗୁ କରାଯାଇଛି । ସମସ୍ତ ଅତ୍ୟାବଶ୍ୟକୀୟ ଦୋକାନ ସହ କପଡ଼ା ଦୋକାନ ଓ ଷ୍ଟେସନାରୀ ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିୟମ କରାଯାଇଛି । ଅଣ-ଅତ୍ୟାବଶ୍ୟକୀୟ ଦୋକାନଗୁଡ଼ିକ ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ରଜ ମଉଜ ପାଳନ କିପରି କରିବେ ସେ ନେଇ ଜିଲ୍ଲା ପ୍ରଶାସନ ବି ନିର୍ଦ୍ଦେଶନାମା ଜାରି କରିଛି । ରଜ ସମୟରେ ମେଳିକୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି । ରଜଦୋଳି, ମେଳା, ମହୋତ୍ସବ ଓ ଭୋଜି ଉପରେ ସମ୍ପୂର୍ଣ କଟକଣା କରାଯାଇଛି ।

ବିଭିନ୍ନ ଜିଲ୍ଲାରେ ରଜ ପାଇଁ ଗ୍ରାମଞ୍ଚଳରେ ଗହଳି ଦେଖିବାକୁ ମିଳୁଥିବା ବେଳେ ସରକାର କଣ ପଦକ୍ଷେପ ନେବେ ତାହା ଏବେ ବଡ଼ ପ୍ରଶ୍ନ । କେନ୍ଦୁଝର ଜିଲ୍ଲା ପ୍ରଶାସନ ଆଗୁଆ କଟକଣା ଜାରିକରିଥିବା ବେଳେ ଅଧିକ ସଂକ୍ରମିତ ଜିଲ୍ଲାରେ ଏଭଳି କିଛି ପଦକ୍ଷେପ ନେବା ଉପରେ ସରକାର ବିଚାର କରିପାରନ୍ତି । ପୂର୍ବରୁ ସଟଡାଉନକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହେଉଥିବା ବେଳ ଏଥିରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଥିଲେ ସରକାର । ତେବେ ଆଗକୁ ରଜ ଥିବାରୁ ଗହଳି ରୋକିବାକୁ କିଛି ନୂଆ ପଦକ୍ଷେପ ନିଆଯାଇପାରେ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: