ରାଜ୍ୟରେ ହଟିଲା ରାତି କର୍ଫ୍ୟୁ ଓ ଲକଡାଉନ୍; ୨୧ ତାରିଖରୁ ସ୍କୁଲ୍ ଆସିପାରିବେ ୫୦% ଶିକ୍ଷକ

ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ସବୁ ପୂଜା ଛୁଟି ଯାଏଁ ବନ୍ଦ ରହିବ । ଏହି ମାସରେ ପରୀକ୍ଷା ଓ ଖାତାଦେଖାକୁ ବି ଅନୁମତି ଦିଆଯାଇଛି । ସେପ୍ଟେମ୍ବର ୩୦ ଯାଏଁ ରାଜ୍ୟରେ ବନ୍ଦ ରହିବ ସବୁ ଧାର୍ମିକ ସ୍ଥଳୀ ।

ରାଜ୍ୟରେ ହଟିଲା ରାତି କର୍ଫ୍ୟୁ ଓ ଲକଡାଉନ୍; ୨୧ ତାରିଖରୁ ସ୍କୁଲ୍ ଆସିପାରିବେ ୫୦% ଶିକ୍ଷକ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 31, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନଲକ୍‌ ୪ ଗାଇଡଲାଇନ୍‌ ପରେ ଏବେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ ବା ଅନଲକ୍‌ ୪ ପାଇଁ ନିର୍ଦ୍ଦେଶାବଳୀ ଆସିଛି । ଏଥିରେ ଅନେକ କୋହଳତା ଦିଆଯାଇଛି । ସବୁ ଠାରୁ ବଡ଼ କଥା ହେଉଛି ଯେ ଏଥିରେ ନାଇଟ୍‌ କର୍ଫ୍ୟୁ, ଲକଡାଉନ୍‌ ଓ ସଟଡାଉନ୍‌ ସବୁକୁ ହଟାଇନିଆଯାଇଛି ।

କେବଳ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷିତ ଅଞ୍ଚଳରେ ଲକଡାଉନର ସବୁ କଟକଣା ରହିବ । ନୂଆ କରି ଯଦି କୌଣସି ଅଞ୍ଚଳ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷିତ ହୁଏ ତେବେ ସେଠାରେ ବି ସବୁ କଟକଣା ବଳବତ୍ତର ରହିବ । ମାତ୍ର କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକଡାଉନ୍‌ ବା ସାପ୍ତାହିକ ଦୁଇଦିନିଆ ସଟଡାଉନ୍‌ କଟକଣା ଆଉ ରହିବ ନାହିଁ । କଣ୍ଟେନମେଣ୍ଟ ଜୋନରେ ବିଭିନ୍ନ କଟକଣା ବିଷୟରେ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ ।

ସେପ୍ଟେମ୍ବର ୨୧ ତାରିଖରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକୁ ଯାଇପାରିବେ ୫୦ ପ୍ରତିଶତ ଶିକ୍ଷକ । ସରକାରଙ୍କ ଗାଇଡଲାଇନରେ ଅନଲାଇନ କ୍ଲାସକୁ ଅଧିକ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆୟାଇଛି । ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ସବୁ ପୂଜା ଛୁଟି ଯାଏଁ ବନ୍ଦ ରହିବ । ଏହି ମାସରେ ପରୀକ୍ଷା ଓ ଖାତାଦେଖାକୁ ବି ଅନୁମତି ଦିଆଯାଇଛି ।

ସେପ୍ଟେମ୍ବର ୩୦ ଯାଏଁ ରାଜ୍ୟରେ ବନ୍ଦ ରହିବ ସବୁ ଧାର୍ମିକ ସ୍ଥଳୀ । କୌଣସି ଲୋକଙ୍କୁ ଧାର୍ମିକ ସ୍ଥଳ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ସିନେମା ହଲ, ଜିମ୍‌ ଓ ସୁଇମିଂ ପୁଲ ଆଦି ବି ବନ୍ଦ ରହିବ ।

ଏହା ବି ପଢ଼ନ୍ତୁ Pranab Mukherjee: ଭୂମି ସହ ଜଡ଼ିତ ବ୍ୟକ୍ତି; କିରାଣୀରୁ ଭାରତ ରତ୍ନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା

ଏହା ବି ପଢ଼ନ୍ତୁ ସାମାଜିକ ଦୂରତା ପାଇଁ ମଥାରେ ଖଟିଆ ଟାଙ୍ଗି ସାଇକେଲ୍ ଚଳେଇଲେ! ଦେଖନ୍ତୁ ମଜାଦାର Video

ସେପ୍ଟେମ୍ବର ୩୦ ଯାଏଁ ରାଜନୈତିକ, ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମାବେଶର ଆୟୋଜନକୁ ବି ମନା କରାଯାଇଛି । ତେବେ ୨୧ ସେପ୍ଟେମ୍ବରରୁ ମୁକ୍ତାକାଶ ରଙ୍ଗମଞ୍ଚକୁ ଅନୁମତି ମିଳିଛି । ରାଜ୍ୟ ଭିତରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଯାତାୟତକୁ ଅନୁମତି ମିଳିଛି । ସପ୍ଟେମ୍ବର ୧ରୁ ଅନ୍ୟ ରାଜ୍ୟକୁ ଓ ଓଡ଼ିଶା ଭିତରେ ବସ୍‌ ଚଳାଚଳ କରିବ ।



ରାଜ୍ୟରେ ସୋମବାର ଦିନ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୪,୦୫୩ ଜଣ ଆକ୍ରାନ୍ତ । ରାୟଗଡ଼ାରେ ସର୍ବାଧିକ ୬୦୮ ଜଣ ସୁସ୍ଥ ହୋଇଛନ୍ତି । କଟକରୁ ୪୬୮, ଖୋର୍ଦ୍ଧାରୁ ୩୦୭, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩ ଏବଂ ସୁନ୍ଦରଗଡ଼ରୁ  ୨୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୭୭,୨୮୬ ରେ ପହଞ୍ଚିଛି ।
Published by: Anand Shankar Thankur Das
First published: August 31, 2020, 11:59 PM IST
corona virus btn
corona virus btn
Loading