ଆଜି ରାତିରୁ ୧୦ଟି ସୀମା ଜିଲ୍ଲାରେ ରାତି କର୍ଫ୍ୟୁ ଲାଗୁ ହେଉଛି; ଅନ୍ୟ ୨୦ଟି ଜିଲ୍ଲାରେ କାଲିଠୁ ଲାଗୁ ହେବ

ଅଟୋ ଓ ଟ୍ୟାକ୍ସି ଚାଲିବା ନେଇ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଡ୍ରାଇଭରକୁ ବାଦ୍ ଦେଇ ଅଟୋ ଓ ଟ୍ୟାକ୍ସିରେ ସର୍ବାଧିକ ଦୁଇ ଜଣ ଯାତ୍ରୀ ଯାଇପାରିବେ । ବସ୍‌ରେ ଯେତିକି ସିଟ୍ କେବଳ ସେତିକି ଯାତ୍ରୀ ଯାଇପାରିବେ ।

ଅଟୋ ଓ ଟ୍ୟାକ୍ସି ଚାଲିବା ନେଇ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଡ୍ରାଇଭରକୁ ବାଦ୍ ଦେଇ ଅଟୋ ଓ ଟ୍ୟାକ୍ସିରେ ସର୍ବାଧିକ ଦୁଇ ଜଣ ଯାତ୍ରୀ ଯାଇପାରିବେ । ବସ୍‌ରେ ଯେତିକି ସିଟ୍ କେବଳ ସେତିକି ଯାତ୍ରୀ ଯାଇପାରିବେ ।

ଅଟୋ ଓ ଟ୍ୟାକ୍ସି ଚାଲିବା ନେଇ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଡ୍ରାଇଭରକୁ ବାଦ୍ ଦେଇ ଅଟୋ ଓ ଟ୍ୟାକ୍ସିରେ ସର୍ବାଧିକ ଦୁଇ ଜଣ ଯାତ୍ରୀ ଯାଇପାରିବେ । ବସ୍‌ରେ ଯେତିକି ସିଟ୍ କେବଳ ସେତିକି ଯାତ୍ରୀ ଯାଇପାରିବେ ।

  • Share this:
News18 Odia Digital

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଥିବା କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଶୁକ୍ରବାର (ଏପ୍ରିଲ୍‌ ୧୬) ସନ୍ଧ୍ୟା ଠାରୁ ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହେବାକୁ ଯାଉଛି । ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ଶନିବାର (ଏପ୍ରିଲ୍‌ ୧୭) ତାରିଖଠାରୁ ରାତ୍ରିକାଳୀନ କର୍ଫ୍ୟୁ ଜାରି ହେବ । ଏହି ସମୟରେ ରାଜ୍ୟରେ ସବୁ ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ।

ଛତିଶଗଡ଼ ଓ ଅନ୍ୟ ରାଜ୍ୟକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲାରେ ବଳବତ୍ତର ଥିବା ରାତ୍ରିକାଳୀନ କର୍ଫ୍ୟୁର (night curfew in Odisha) ସମୟରେ ପରିବର୍ତ୍ତନ କରାଯାଇଛି । ସୀମାନ୍ତବର୍ତ୍ତୀ ଦଶଟି ଜିଲ୍ଲାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ । ସେହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରେ ରାତି ୧୦ରୁ ସକାଳ ୬ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ ।

ଏହା ବି ପଢ଼ନ୍ତୁ | ଏବେ କରୋନା ଭାଇରସ୍ ସହପଙ୍ଗାନେବେ କଙ୍ଗନା ରାଣାୱତ; ଏପ୍ରିଲ୍ ୨୩ରେ ଆସୁଛିଥଲାଇଭି

ରାଜ୍ୟର ବାକି ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ବର ଓ କଟକରେ ମଧ୍ୟ ରାତି ୯ଟାରୁ ନାଇଟ୍‌ କର୍ଫ୍ୟୁ (night curfew in Odisha) ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର (Odisha chief secretary Suresh Chandra Mohapatra)।

ଏହା ବି ପଢ଼ନ୍ତୁ |ସୈନ୍ୟମାନେ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ

‘‘ରାଜ୍ୟର ଦଶଟି ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍‌ କରାଯିବ । ଶନିବାର ଓ ରବିବାର ସହରାଞ୍ଚଳରେ ସଟଡାଉନ୍‌ ରହିବ । ନାଇଟ୍‌ କର୍ଫ୍ୟୁ ସମୟରେ ସବୁ ଜରୁରୀ ସେବା ଜାରି ରହିବ । ଏହି କର୍ଫ୍ୟୁ ସମୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ପାସ୍‌ ବା ପରମିଟ୍‌ ଦିଆଯିବ ନାହିଁ,’’ କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର (ଫାଇଲ୍‌ ଫଟୋ)


ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

ରାଜ୍ୟର କରୋନା ମୁକାବିଲା କ୍ଷେତ୍ରରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇ ରାଜ୍ୟ ସରକାର ସୋମବାରଠୁ (ଏପ୍ରିଲ୍‌ ୧୯) ଅନ୍ୟ ରାଜ୍ୟକୁ ବସ୍‌ ଚଳାଚଳ ବି ବନ୍ଦ ରହିବ (bus service in Odisha) ବୋଲି ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟ ମଧ୍ୟରେ ବସ୍‌ ଚଳାଚଳ ଜାରି ରହିବ । ରାଜ୍ୟ ଭିତରେ ବସର ସିଟ୍‌ ସଂଖ୍ୟା ଅନୁସାରେ ଯାତ୍ରୀ ପରିବହନ ପାଇଁ ମିଳିବ ଅନୁମତି । ଏହି ଘୋଷଣାର କିଛି ଘଣ୍ଟା ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ୧୯ ତାରିଖରୁ ରାଜ୍ୟର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର୍‌ ବନ୍ଦ ରହିବ  (Odisha schools and coaching centres)।

ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା

ରାଜ୍ୟରେ ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦିଆଯିବ (new Corona rules in Odisha)  । ଏହି ସମୟରେ ରାଜ୍ୟରେ ସବୁ ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । କରୋନା ଚିକିତ୍ସାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ରାଜ୍ୟରେ ପୂର୍ବରୁ ବନ୍ଦ ଥିବା ସବୁ କୋଭିଡ୍‌ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରିବା ଆରମ୍ଭ କରିଛନ୍ତି ଓ ସବୁ ଜିଲ୍ଲାରେ ମାସ୍କ୍‌ ଓ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପରୀକ୍ଷା ପେ ଚର୍ଚ୍ଚା’: ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବିଷୟରେ ପରାମର୍ଶ ଦେଇଛନ୍ତି PM ମୋଦି; ଦେଖନ୍ତୁ VIDEO

ଅଟୋ ଓ ଟ୍ୟାକ୍ସି ଚାଲିବା ନେଇ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଡ୍ରାଇଭରକୁ ବାଦ୍ ଦେଇ ଅଟୋ ଓ ଟ୍ୟାକ୍ସିରେ ସର୍ବାଧିକ ଦୁଇ ଜଣ ଯାତ୍ରୀ ଯାଇପାରିବେ । ବସ୍‌ରେ ନିର୍ଦ୍ଧାରିତ ସିଟ୍ ଅନୁଯାୟୀ ଯାତ୍ରୀ ଯାଇପାରିବେ । କୌଣସି ଯାତ୍ରୀ ବସ୍‌ରେ ଛିଡ଼ା ହୋଇ ଯାଇପାରିବେ ନାହିଁ । ଧାର୍ମିକ ଅନୁଷ୍ଠାନ ଖୋଲିବ କି ନାହିଁ, ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ତାହା ଉପରେ ନିଷ୍ପତ୍ତି ନେବ ।



ବାହାରେ ବୁଲିବା ଓ ଦୋକାନକୁ ଯିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ଦୋକାନ ସିଲ୍‌ କରିବା ସହ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ସରକାର ।
Published by:Anand S.T. Das
First published: