#News18IndiaSentimeter ৷ ୮୪% ଭାରତୀୟ ଲୋକେ ଚୀନକୁ ଶତ୍ରୁ ବୋଲି ଭାବନ୍ତି: ସର୍ଭେରେ ମତ

ଭାରତ ବିରୋଧୀ କାର୍ଯ୍ୟକଳାପରେ ପାକିସ୍ତାନକୁ ଚୀନ୍‌ ସମର୍ଥନ କରୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭୧ ପ୍ରତିଶତ ଭାରତୀୟ ଚୀନରେ ତିଆରି ହେଉଥିବା ସାମଗ୍ରୀ କିଣିବେ ନାହିଁ ବୋଲି କହିଥିବା ବେଳେ ୨୪ ପ୍ରତିଶତ ଚୀନ ଉତ୍ପାଦ କିଣିବା କମ୍‌ କରିବେ ବୋଲି କହିଛନ୍ତି ।

#News18IndiaSentimeter ৷ ୮୪% ଭାରତୀୟ ଲୋକେ ଚୀନକୁ ଶତ୍ରୁ ବୋଲି ଭାବନ୍ତି: ସର୍ଭେରେ ମତ
ସାରା ଦେଶରେ ୧୩ଟି ଭାଷାରେ ହୋଇଥିଲା ଏହି ଅନ୍‌ଲାଇନ୍ ସର୍ଭେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ଭୁବନେଶ୍ୱର: ସୀମା ବିବାଦକୁ ନେଇ ଏବେ ଭାରତ ଓ ଚୀନ୍‌ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ପ୍ରଥମେ ଡୋକଲାମ, ଆଉ ଏବେ ଲଦାଖ । ସୀମାରେ ମୁତୟନ ଦୁଇ ଦେଶର ସେନା ବି ଅନେକ ଥର ମୁହାଁମୁହିଁ ହୋଇସାରିଲେଣି । ପ୍ରକୃତରେ ଚୀନ ଭାରତର ବନ୍ଧୁ ନା ଶତ୍ରୁ? ଭାରତ ବିରୋଧରେ ଚୀନ ଯେଉଁ ଚାଲ୍ ଖେଳୁଛି, ତାକୁ ନେଇ କଣ ଭାବୁଛି ସାରା ଦେଶ? ଚୀନ ସମ୍ପର୍କରେ ଦେଶର ମୁଡ୍ ଜାଣିବା ପାଇଁ ନ୍ୟୁଜ୍୧୮ ନେଟୱର୍କ ପକ୍ଷରୁ ସବୁ ଠୁ ବଡ଼ ସର୍ଭେ କରାଯାଇଥିଲା । ଆପଣମାନଙ୍କ ମଧ୍ୟରୁ ଅନେକ ଏହି ୱେବସାଇଟରେ ସେ ସର୍ଭେରେ ଭାଗ ନେଇଥିବେ ।

ସାରା ଦେଶରେ ୧୩ଟି ଭାଷାରେ ହୋଇଥିଲା ଏହି ଅନ୍‌ଲାଇନ୍ ସର୍ଭେ । ହଜାର ହଜାର ଲୋକ ଏଥିରେ ଭାଗ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ଅନଲାଇନ ସର୍ଭେରେ ଆମେ ପଚାରିଥିଲୁ ୨୧ଟି ପ୍ରଶ୍ନ । ସେହି ପ୍ରଶ୍ନଗୁଡ଼ିକର ଉତ୍ତରରେ ଭାରତୀୟ ଜନତା ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି ।

ଭାରତବାସୀ ଚୀନକୁ କେମିତି ଦେଖନ୍ତି ବୋଲି ପ୍ରଶ୍ନର ଉତ୍ତରରେ ୮୪% ଲୋକ ଚୀନକୁ ଖରାପ ବୋଲି କହିଛନ୍ତି । ମାତ୍ର ୫ ପ୍ରତିଶତ ଲୋକ ଚୀନ୍‌କୁ ନେଇ ଭଲ ଭାବନା ରଖନ୍ତି । ଆଉ ୧୧ ପ୍ରତିଶତ ଲୋକଙ୍କର ଏଥିରୁ କିଛି ଯାଏ ଆସେ ନାହିଁ ବୋଲି ସେମାନେ କହିଛନ୍ତି ।

ଏହି ଅନଲାଇନ ସର୍ଭେରେ ଚୀନ ବିଷୟରେ ଆମେ ପଚାରିଥିଲୁ ୨୧ଟି ପ୍ରଶ୍ନ ।


ଆପଣ ଚୀନକୁ କେମିତି ଦେଖନ୍ତି?

ଭଲ ୫%

ଖରାପ ୮୪.୨%

ମୋ’ର କିଛି ଯାଏ ଆସେନି ୧୦.୮%

ଚୀନର ଭାରତ ପ୍ରତି ହାବଭାବ ସମ୍ପର୍କରେ ଭାରତୀୟ ଲୋକଙ୍କ ଭାବନା କଣ? ଏହି ପ୍ରଶ୍ନର ଉତ୍ତରରେ ୬୧ ପ୍ରତିଶତ ଲୋକ କହିଛନ୍ତି ଚୀନ୍‌ ଗୋଟିଏ ଶତ୍ରୁ ଦେଶ ପରି ଭାରତ ସହ ବ୍ୟବହାର କରୁଛି । ଆଉ ୨୭ ପ୍ରତିଶତ ଭାରତୀୟ ଚୀନର ବ୍ୟବହାରକୁ ଦେଖାଣିଆ ବୋଲି କହିଛନ୍ତି । ଏ ନେଇ କିଛି କହିବାକୁ ମନା କରିଦେଇଛନ୍ତି ୧୨ ପ୍ରତିଶତ ଲୋକ ।

ଚୀନର ଭାରତ ପ୍ରତି ହାବଭାବ ମ୍ପର୍କରେ ଆପଣ ଭାବନ୍ତି?

ଗୋଟେ ଶତ୍ରୁ ଦେଶ ପରି ହାବଭାବ ୬୧%

ଖାଲି ଦେଖାଣିଆ ଭାବ ୨୭%

ମୋର କିଛି କହିବାର ନାହିଁ ୧୨%

ଭାରତ ବିରୋଧୀ କାର୍ଯ୍ୟକଳାପରେ ପାକିସ୍ତାନକୁ ଚୀନ୍‌ର ସମର୍ଥନ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚୀନ୍‌ ସାମଗ୍ରୀ କିଣିବେ କି ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ୭୧ ପ୍ରତିଶତ ଲୋକ ଏଥିରୁ ଦୂରେଇ ରହିବେ ବୋଲି କହିଥିବା ବେଳେ ଆଉ ୨୪ ପ୍ରତିଶତ ଚୀନ ଉତ୍ପାଦ କିଣିବା କମ୍‌ କରିଦେବେ ବୋଲି କହିଛନ୍ତି । ୭୭ ପ୍ରତିଶତ ଲୋକ ଚୀନ୍‌କୁ ଏକ ଦାୟିତ୍ବହୀନ ମହାଶକ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

ଆପଣ ଜାଣନ୍ତି କି ଚୀନ୍‌ ପାକିସ୍ତାନର ଏକ ବଡ଼ ସମର୍ଥକ?

ହଁ ୯୩%

ନା ୦୭%

ଆପଣ ନିଜେ ବ୍ୟବହାର କରୁଥିବା ଚୀନ ସାମଗ୍ରୀ ମ୍ପର୍କରେ ପୁନର୍ବିଚାର କରିବେ କି?

ନିଶ୍ଚୟ, ଯଦି ସମ୍ଭବ ହୁଏ ମୁଁ ଚୀନ ସାମଗ୍ରୀ କିଣିବି ନାହିଁ ୭୨%

ମୁଁ ଚୀନ ସାମଗ୍ରୀ କିଣିବା କମ୍‌ କରିଦେବି ୨୪%

ଚୀନ ସାମଗ୍ରୀ ଶସ୍ତା, ତେଣୁ ମୁଁ କିଣିବା ଜାରି ରଖିବି ୦୪%

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 12:17 AM IST
corona virus btn
corona virus btn
Loading