Corona Vaccine: ନୂଆ ନିୟମ ଲାଗୁ ପରେ କେଉଁ ରାଜ୍ୟକୁ ମିଳିବ ଅଧିକ ଫାଇଦା

କେନ୍ଦ୍ର ରାଜ୍ୟମାନଙ୍କୁ ୭୫% କରୋନା ଟିକା ମାଗଣା ଦେବ। ଅବଶିଷ୍ଟ ୨୫% ସିଧାସଳଖ ଘରୋଇ ଡାକ୍ତରଖାନା ଦ୍ୱାରା ଉତ୍ପାଦକଙ୍କଠାରୁ କ୍ରୟ କରାଯିବ।

ଟିକାକୁ ନେଇ ନୂଆ ନିୟମ ଲାଗୁ କରିଛି କେନ୍ଦ୍ର (ପ୍ରତୀକାତ୍ମକ ଛବି)

ଟିକାକୁ ନେଇ ନୂଆ ନିୟମ ଲାଗୁ କରିଛି କେନ୍ଦ୍ର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ ମାଗଣା ଟିକା ନୀତି ଅନୁସାରେ ଜୁଲାଇ ମାସରେ ୧୦ଟି ରାଜ୍ୟ ମୋଟ ଟିକା ଡୋଜର ପ୍ରାୟ ୬୯% ପାଇଛନ୍ତି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ସଂଖ୍ୟା କମ ଥିବା ସତ୍ତ୍ୱେ କେନ୍ଦ୍ର ଏଇ ମାସରେ ସର୍ବାଧିକ ୯୧ ଲକ୍ଷ ମାଗଣା ଟିକା ଯୋଗାଇ ଦେଇଛି । ରାଜ୍ୟମାନଙ୍କୁ ମାଗଣା ଡୋଜ ଦେବା ପ୍ରତିବଦଳରେ କେନ୍ଦ୍ର ଏକ ନିୟମ ପ୍ରସ୍ତୁତ କରିଛି। ରାଜ୍ୟର ପ୍ରଦର୍ଶନ ଓ ଟିକା ଅପଚୟ ବ୍ୟବସ୍ଥାକୁ ଯାଞ୍ଚ କରାଯାଇ ରାଜ୍ୟମାନଙ୍କୁ ମାଗଣା ଟିକା ଯୋଗାଇ ଦିଆଯିବା ନେଇ ନିୟମ ଲାଗୁ ହୋଇଛି।

କେଉଁ ଶ୍ରେଷ୍ଠ ୧୦ଟି ରାଜ୍ୟକୁ ଟିକା ଯୋଗାଇ ଦିଆଯିବ?

ଜୁଲାଇ ୨୦ ପର୍ଯ୍ୟନ୍ତ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୬ କୋଟି ୩୦ ଲକ୍ଷ ଟିକା ମାଗଣାରେ ଦେଇଛି।  ଏଥିରେ ୬୯% ମାଗଣା ଡୋଜ କେବଳ ୧୦ଟି ରାଜ୍ୟ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏଥିରେ ଉତ୍ତରପ୍ରଦେଶକୁ ପ୍ରାୟ ୯୧ ଲକ୍ଷ, ମହାରାଷ୍ଟ୍ରକୁ ୫୨ ଲକ୍ଷ, ମଧ୍ୟପ୍ରଦେଶ ଏବଂ ବିହାରକୁ ୪୭ ଲକ୍ଷ, କର୍ଣ୍ଣାଟକ ଏବଂ ରାଜସ୍ଥାନକୁ ୩୭ ଲକ୍ଷ, ପଶ୍ଚିମବଙ୍ଗ ଏବଂ ଗୁଜୁରାଟକୁ ୩୩ ଲକ୍ଷ, ତାମିଲନାଡୁକୁ ୩୧ ଲକ୍ଷ, ଆନ୍ଧ୍ର ପ୍ରଦେଶକୁ ୨୫ ଲକ୍ଷ ପ୍ରଦାନ କରାଯାଇଛି।

ଆଇସିଏମଆର ଉପଦେଷ୍ଟା ଡ଼. ସୁନୀଲ ଗର୍ଗ କହିଛନ୍ତି ଯେ ଆମକୁ ରାଜ୍ୟଗୁଡ଼ିକରେ ପ୍ରତିରୋଧକ ଶକ୍ତି ବୃଦ୍ଧିକୁ ନଜର ଦେବା ସହ କେଉଁ ରାଜ୍ୟରେ ଟିକାର ଭଲ ବ୍ୟବହାର ହୋଇଛି ତାହା ମଧ୍ୟ ଦେଖିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ଟିକାକରଣ ଯଥାଶୀଘ୍ର କିପରି କରାଯିବା ସେ ନେଇ ଦୃଷ୍ଟି ଦେବାକୁ ପଡ଼ିବ।

ଟିକାକରଣର ନୂତନ ନୀତି କ’ଣ?

ଜୁନ ୨୧ରୁ ଟିକା ସମ୍ବନ୍ଧରେ କେନ୍ଦ୍ର ଏକ ନୂତନ ନୀତି ଆପଣାଇଛି। ଏହା ଅଧୀନରେ କେନ୍ଦ୍ର ରାଜ୍ୟମାନଙ୍କୁ ୭୫% ମାଗଣା ଟିକା ଦେବ।  ଅବଶିଷ୍ଟ ୨୫% ସିଧାସଳଖ ଘରୋଇ ଡାକ୍ତରଖାନା ଦ୍ୱାରା ଉତ୍ପାଦକଙ୍କଠାରୁ କ୍ରୟ କରାଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ୫୯ ଲକ୍ଷ ୩୯ହଜାର ଡୋଜ ପାଇପ ଲାଇନରେ ଅଛି ଯାହା ଶୀଘ୍ର ରାଜ୍ୟମାନଙ୍କୁ ପଠାଯିବ। ବର୍ତ୍ତମାନ ରାଜ୍ୟଗୁଡ଼ିକରେ ୩ କୋଟି ୯ ଲକ୍ଷ ୧୧ ହଜାର ଡୋଜ ଅଛି ଯାହା ବ୍ୟବହାର କରାଯାଇନାହିଁ।
Published by:Soumya Das
First published: