ହେମା ମାଳିନୀ କରୋନା ପଜିଟିଭ ହୋଇଥିବା ଖବର ଆସିଲା; ଅଭିନେତ୍ରୀ ଭିଡିଓରେ ଏହି ଉତ୍ତର ଦେଲେ

ବଲିଉଡର ଅନେକ ସେଲିବ୍ରିଟି କରୋନା ପଜିଟିଭ୍ ହୋଇଛନ୍ତି ବୋଲି ଖବର ଆସୁଛି । ଏହି ତାଲିକାରେ ଅଭିନେତ୍ରୀ ହେମା ମାଳିନୀଙ୍କ ନାଁ ବି ଅଛି । ନିଜେ ହେମା ଏହି ଖବର ଉପରେ ଏକ ଭିଡିଓ ରିଲିଜ୍ କରି ପ୍ରତିକ୍ରିୟା ରଖିଛନ୍ତି ।

ହେମା ମାଳିନୀ

ହେମା ମାଳିନୀ

  • Share this:
News18 Odia Digital

ମୁମ୍ବାଇ: ସମଗ୍ର ଦେଶ କରୋନା ଭାଇରସ୍ (Coronavirus) ସମସ୍ୟା ସହ ସଙ୍ଘର୍ଷ କରୁଛି । ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରୁ (Bollywood) ବି ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ (Amitabh Bachchan) କରୋନା ପଜିଟିଭ ବୋଲି ଜଣାପଡିବା ପରେ ଅଭିନେତା ଅନୁପମ ଖେରଙ୍କ (Anupam Kher) ଘରେ ଚାରି ଜଣ ବ୍ୟକ୍ତି କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଛି। ତା’ ସହିତ ସୋସିଆଲ ମିଡ଼ିଆରେ କୋତେକ ଗୁଜବ ବ୍ୟାପିବାରେ ଲାଗିଛି ଯେ ଆହୁରି ଅନେକ ସେଲିବ୍ରିଟି କରୋନା ପଜିଟିଭ୍ ହୋଇଛନ୍ତି । ଏହି ତାଲିକାରେ ଅଭିନେତ୍ରୀ ହେମା ମାଳିନୀଙ୍କ (Hema Malini) ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ହେଲେ ନିଜେ ହେମା ମାଳିନୀ ଏହି ଖବର ଉପରେ ଏକ ଭିଡିଓ ରିଲିଜ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଅସଲରେ ଅଭିନେତ୍ରୀ ହେମା ମାଳିନୀ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ଖବର ପ୍ରସାରିତ ହେଉଥିଲା । ଏହା ପରେ ତାଙ୍କ ଝିଅ ଅଭିନେତ୍ରୀ ଇଶା ଦେଓଲ୍ (Esha Deol) ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ସେଗୁଡ଼ିକୁ ଭୁଲ ବୋଲି କହିଥିଲେ । ଏବେ ଅଭିନେତ୍ରୀ ହେମା ମାଳିନୀ ନିଜେ ଏହି ମାମଲାରେ ଆଗକୁ ଆସିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘‘ରାଧେ ରାଧେ... କିଛି ଲୋକ କିଛି ଖବର ଶୁଣି ବହୁତ ବ୍ୟସ୍ତ ହୋଇଛନ୍ତି । ହେଲେ ସେପରି କିଛି ନାହିଁ । ମୁଁ ସମ୍ପୂର୍ଣ୍ଣ ଭଲ ଅଛି ।’’




ଏହା ପୂର୍ବରୁ ଇଶା ଦେଓଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ତାଙ୍କ ମା’ ହେମା ମାଳିନୀ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ‘‘ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସମ୍ପୂର୍ଣ୍ଣ ମିଥ୍ୟା । ଏପରି ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ । ଭଲପାଇବା ଓ ଚିନ୍ତା କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’’

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ସ୍ୱର୍ଗତ ଋଷି କପୁରଙ୍କ ପତ୍ନୀ ନୀତୁ ସିଂ, ତାଙ୍କ ପୁଅ ରଣବୀର କପୁର ଓ ନିର୍ଦ୍ଦେଶକ କରଣ ଜୋହରଙ୍କ ବିଷୟରେ ବି ଏମିତି ଖବର ପ୍ରସାରିତ ହୋଇଥିଲା । ଏହି ଖବରର ଉତ୍ତରରେ ନୀତୁ ସିଂଙ୍କ ଝିଅ ରିଦ୍ଧିମା କପୁର ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି । ଯେଉଁମାନେ ଏପରି ଖବର ପ୍ରଚାର କରୁଛନ୍ତି ସେମାନଙ୍କ ଉପରେ ସେ କ୍ରୋଧ ପ୍ରକାଶ କରିଛନ୍ତି ସେ ।
Published by:Anand Shankar Thankur Das
First published: