କରୋନାକୁ ହରାଇଲା ୨୫ ଦିନର ଶିଶୁ; ୧୦ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ପାଇଲା ବିଜୟ

କଳାହାଣ୍ଡିରୁ ଭୁବନେଶ୍ୱର ଆସିଥିବା ଶିଶୁଟି ଜନ୍ମ ହେବାର ୧୫ ଦିନ ପରେ ତା’ ବାପା, ମା’ ଓ ଜେଜେବାପା କୋଭିଡ୍ ଆକ୍ରାନ୍ତ ହୋଇଥିଲେ । କିଛି ଦିନ ପରେ ତା’ ଜେଜେବାପାଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

କରୋନାକୁ ହରାଇଲା ୨୫ ଦିନର ଶିଶୁ; ୧୦ ଦିନ ଭେଣ୍ଟିଲେଟର୍‌ରେ ରହିବା ପରେ ପାଇଲା ବିଜୟ
ଜଗନ୍ନାଥ ହସପିଟାଲରେ ସୁସ୍ଥ ହେବା ପରେ ନବଜାତ ଶିଶୁ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରତି ଦିନ କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଓ ମୄତ୍ୟୁ ସଂଖ୍ୟା ବଢ଼ିଚାଲିଥିବାରୁ ଲୋକେ ମାନସିକ ସ୍ତରରେ ଭୟଭୀତ ହୋଇପଡୁଥିବା ବେଳେ ଏକ ଆଶ୍ବସ୍ତିକର ଖବର ଆସିଛି । ମାତ୍ର ୨୫ ଦିନର ଏକ ଶିଶୁ କରୋନାକୁ ହରାଇଦେଇଛି । କଳାହାଣ୍ଡିରୁ ଆସିଥିବା ଏହି ଶିଶୁ ଭୁବନେଶ୍ୱରରେ ସୁସ୍ଥ ହୋଇ ଘରକୁ ଫେରିଛି ।

ଭବାନୀପାଟଣା ଅଞ୍ଚଳର ଏହି ୨୫ ଦିନର ଶିଶୁ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥ ଜଗନ୍ନାଥ ହସ୍ପିଟାଲକୁ ଆସିବା ବେଳେ ତା’ ଅବସ୍ଥା ଗୁରୁତର ଥିଲା । ତାକୁ ଚିକିତ୍ସା କରିଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅରିଜିତ ମହାପାତ୍ର କହିଛନ୍ତି ଯେ ନବଜାତ ଶିଶୁଟି ଦଶ ଦିନ ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ ହେବା ଆରମ୍ଭ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

‘‘ଶିଶୁଟି ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ନିଶ୍ବାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଭେଣ୍ଟିଲଟର୍‌ ସାହାଯ୍ୟରେ ତା’ ନିଶ୍ବାସ ପ୍ରଶ୍ୱାସକୁ ସ୍ୱଭାବିକ କରାଯାଇଥିଲା। ତା’ ସହିତ ତାକୁ ରେମଡେସିଭର ଔଷଧ ଓ ଷ୍ଟେରଏଡ୍‌ ଆଦି ଦିଆଯାଇଥିଲା । ପିଲାଟି ୧୦ ଦିନ ଭେଣ୍ଟିଲଟରରେ ରହି ବହୁତ ସଂଗ୍ରାମ କଲା । ବହୁତ ଗୁରୁତର ଅବସ୍ଥା ଦେଇ ଗତିକରୁଥିଲା ସେ । ତା’ ବ୍ଲଡ୍‌ ପ୍ରେଶର୍‌ ବି ଉପର ତଳ ହେଉଥିଲା । ହେଲେ ଭେଣ୍ଟିଲଟରରୁ ବାହାରିବାର ଦୁଇ ତିନି ଦିନ ପରେ ସେ ଖାଇବା ଆରମ୍ଭ କରିଥିଲା,’’ କହିଛନ୍ତି ଡଃ ଅରିଜିତ ମହାପାତ୍ର ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ଶିଶୁଟି ଦଶ ଦିନ ଭେଣ୍ଟିଲେଟରରେ ରହିବା ପରେ ସୁସ୍ଥ ହେବା ଆରମ୍ଭ କରିଥିଲା ।


ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

ଜଗନ୍ନାଥ ହସପିଟାଲରୁ ସୁସ୍ଥ ହୋଇ ଗୁରୁବାର ଦିନ ଡିସଚାର୍ଜ୍‌ ହୋଇଥିବା ଏହି ନବଜାତ ଶିଶୁ ଛତିଶଗଡ଼ର ରାଜଧାନୀ ରାୟପୁରରେ ଜନ୍ମ ହୋଇଥିଲା । ସେ ଜନ୍ମ ହେବାର ୧୫ ଦିନ ପରେ ତା’ ବାପା, ମା’ ଓ ଜେଜେବାପା ସମସ୍ତେ କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ । ସମସ୍ତଙ୍କର ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ୍‌ ହେବା ପରେ ସେମାନେ କରୋନା ପଜିଟିଭ୍‌ ବୋଲି ସ୍ପଷ୍ଟ ହୋଇଥିଲା । କିଛି ଦିନ ପରେ ତା’ ଜେଜେବାପାଙ୍କର କରୋନାରେ ଦେହାନ୍ତ ହୋଇଥିଲା । ତା’ ବାପା ଓ ଜେଜେ ବାପା ଉଭୟେ ଆଇସିୟୁରେ ଥିଲେ । ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟସ୍ଥ ମଦନପୁରରେ । ଏବେ ତାଙ୍କ ପରିବାରର ସମସ୍ତେ ସୁସ୍ଥ ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ନଙ୍ଗୁଳି ଯୋଗ ନାରୀନାଁରେ ପ୍ରସିଦ୍ଧ ଏହି ଯୁବତୀ ଏମିତି ଯୋଗାଭ୍ୟାସ କରନ୍ତି

‘‘ଏବେ କରୋନା ଭାଇରସର ଯେଉଁ ନିର୍ଦ୍ଦିଷ୍ଟ ମ୍ୟୁଟେସନ ଆସିଛି ସେଥିରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ସେଇଥି ପାଇଁ ଛୋଟ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ପାଇଁ କୁହାଯାଉଛି । ଯଦିଓ ଏହା କଷ୍ଟସାଧ୍ୟ, ତଥାପି ଆମକୁ ଏହା କରିବାକୁ ପଡି଼ବ । ତେବେ ଛୋଟ ପିଲାମାନଙ୍କ ପାଇଁ ଯେଉଁ ଟିକାର ଟ୍ରାଏଲ୍‌ ରନ୍‌ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି ତାହା ଫଳପ୍ରଦ ହେବ । ଏହା ପ୍ରଥମେ ଯେଉଁ ମଧ୍ୟମ ବର୍ଗର ଲୋକଙ୍କଠାରେ ପରୀକ୍ଷଣ କରାଯାଇଛି, ତା’ ପରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କଠାରେ ପରୀକ୍ଷଣ ଏହାର ପରୀକ୍ଷଣ କରାଯାଏ । ଯେହେତୁ ଏହା ପ୍ରଥମ ଫେଜରେ ସଫଳ ହୋଇଛି, ତେଣୁ ଶିଶୁମାନଙ୍କ କ୍ଷେତ୍ରରେ ବି ଏହା ସଫଳ ହେବ ବୋଲି ଆଶା କରାଯାଉଛି,’’ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।



କରୋନା ମହାମାରୀର ଏହି ଦ୍ୱିତୀୟ ଲହର ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳା, ଶିଶୁ ଓ କିଶୋରମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ନୂଆ ଗାଇଡଲାଇନ୍ ଜାରି କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପରାମର୍ଶ ଦିଆଯାଇଛି । କରୋନାର ଦ୍ୱିତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଥିବାରୁ ଦୁଇ ବର୍ଷ ବୟସରୁ ଉର୍ଦ୍ଧ୍ୱ ସବୁ ପିଲାଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।
Published by: Anand ST Das
First published: May 14, 2021, 11:44 PM IST