ନ୍ୟୁଜିଲ୍ୟାଣ୍ଡର ଫାଷ୍ଟ୍‌ ବୋଲର୍‌ ଲକି ଫର୍ଗୁସନ୍‌ କରୋନା ସନ୍ଦିଗ୍ଧ; ତାଙ୍କ ନମୂନା ପରୀକ୍ଷା ପାଇଁ ଗଲା

ଗଳାରେ ଯନ୍ତ୍ରଣା ହେବାରୁ ଲକି ଫର୍ଗୁସନଙ୍କ ନମୂନା କରୋନା ଭାଇରସ୍ ପରୀକ୍ଷଣ ପାଇଁ ନିଆଯାଇଛି । ଅଷ୍ଟ୍ରେଲିଆର ଫାଷ୍ଟ୍ ବୋଲର କେନ୍ ରିଚାର୍ଡସନଙ୍କ ଗଳାରେ ଯନ୍ତ୍ରଣା ହେବା ପରେ ତାଙ୍କ ନମୂନା ପରୀକ୍ଷା ପାଇଁ ଯାଇଥିଲା । କିନ୍ତୁ ସେ ସୁସ୍ଥ ବୋଲି ଜଣାପଡ଼ିଥିଲେ ।

ନ୍ୟୁଜିଲ୍ୟାଣ୍ଡର ଫାଷ୍ଟ୍‌ ବୋଲର୍‌ ଲକି ଫର୍ଗୁସନ୍‌ କରୋନା ସନ୍ଦିଗ୍ଧ; ତାଙ୍କ ନମୂନା ପରୀକ୍ଷା ପାଇଁ ଗଲା
ଲକି ଫର୍ଗୁସନ
  • News18 Odia
  • Last Updated: March 15, 2020, 1:41 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସିଡନୀ: କରୋନା ଭାଇରସର ଜଣେ ସନ୍ଦିଗ୍ଧ ଆକ୍ରାନ୍ତ ଭାବେ ନ୍ୟୁଜିଲ୍ୟାଣ୍ଡର ଫାଷ୍ଟ୍‌ ବୋଲର ଲକି ଫର୍ଗୁସନଙ୍କ ନମୂନା ପରୀକ୍ଷା କରାଯିବା ସହ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।  ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ଦିନିକିଆ ମ୍ୟାଚ ପରେ ତାଙ୍କ ଗଳାରେ ଯନ୍ତ୍ରଣା ହେବାରୁ ତାଙ୍କର ପରୀକ୍ଷା କରାଯାଇଥିଲା ବୋଲି ଦଳର ଅଧିକାରୀମାନେ କହିଛନ୍ତି।

ଶୁକ୍ରବାର ଦିନ ସିଡନୀରେ ହୋଇଥିବା ମ୍ୟାଚରେ ୭୧ ରନରେ ପରାଜୟ ପରେ ଏହି ଡାହାଣହାତୀ ଦ୍ରୁତଗାମୀ ବୋଲଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ତାଙ୍କର ନମୂନା ପରୀକ୍ଷା ଚାଲିଥିବାବେଳେ ଅତି କମରେ ୨୪ ଘଣ୍ଟା ପାଇଁ ଅଲଗା ରଖାଯାଇଛି ।

‘‘ଦିନିକିଆ ମ୍ୟାଚ ସରିବା ପରେ ସୁପାରିଶ କରାଯାଇଥିବା ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ଅନୁଯାୟୀ ଲକି ଫର୍ଗୁସନଙ୍କୁ ଆସନ୍ତା ୨୪ ଘଣ୍ଟା ପାଇଁ ଟିମ୍ ହୋଟେଲରେ ପୃଥକ ଭାବରେ ରଖାଯାଇଛି,’’ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ କହିଛି ।

‘‘ପରୀକ୍ଷାର ଫଳାଫଳ ଆସିବା ପରେ ଓ ଆବଶ୍ୟକ ପଡ଼ିଲେ ନିରାକରଣ କରାଯିବା ପରେ ସେ କେବେ ଦଳକୁ ଫେରିବେ ତାହା ସ୍ଥିର ହୋଇପାରିବ,’’ ଏହି ବିବୃତିରେ ଆଗକୁ କୁହାଯାଇଛି ।

ଅଷ୍ଟ୍ରେଲିଆର ଦ୍ରୁତ ବୋଲର କେନ୍ ରିଚାର୍ଡସନ ଗୁରୁବାର ଦିନ ଗଳାରେ ଯନ୍ତ୍ରଣା ଅନୁଭବ କରିବା ପରେ କରୋନା ଭାଇରସର ସନ୍ଦିଗ୍ଧ ଭାବେ ତାଙ୍କର ନମୂନା ପରୀକ୍ଷା ପାଇଁ ନିଆଯିବା ସହ ତାଙ୍କୁ ଅଲଗା ରଖାଯାଇଥିଲା । ତେଣୁ ସେ ଉଦଘାଟନୀ ମ୍ୟାଚ ଖେଳିପାରି ନ ଥିଲେ, କିନ୍ତୁ ସେ ଶୁକ୍ରବାର ଏହି ଜୀବାଣୁରୁ ମୁକ୍ତି ପାଇଥିଲେ ।

ସିଡନୀ ଏବଂ ହୋବାର୍ଟରେ ଚାଲିଥିବା ତିନିଟି ମ୍ୟାଚର ଏହି ସିରିଜରେ କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ପ୍ରସଂଶକମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ବାରଣ କରାଯାଇଛି । କରୋନା ଭାଇରସ୍‌ ବିନା ପ୍ରସଂଶକରେ ଅନେକ କ୍ରୀଡା ଇଭେଣ୍ଟ ଆୟୋଜନ କରାଯିବାକୁ ବାଧ୍ୟ କରିଛି ।ଏହି ସିରିଜର ଦ୍ବିତୀୟ ମ୍ୟାଚ ରବିବାର ହେବାର ଅଛି ।
First published: March 15, 2020, 1:41 AM IST