News18 Odia Digital
କରୋନା ଭାଇରସ୍ ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ୍ ଓ ସାମାଜିକ ଦୂରତା ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବ୍ରିଟେନରେ ଲକଡାଉନ୍ ମାସଗୁଡ଼ିକରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଛଅ ଜଣ ଯୌନ ସମ୍ପର୍କ ରଖି ପାରିନାହାଁନ୍ତି ।
ବ୍ରିଟେନର ଲୋକଙ୍କ ପାଇଁ ପରିସ୍ଥିତିକୁ ଯାହା ଆହୁରି ଦୁଃଖଦାୟକ କରିଛି ତାହା ହେଉଛି ନୂଆ ଜାରି ହୋଇଥିବା ଗାଇଡଲାଇନ । ଯେକୌଣସି ଦୁଇଟି ଅଲଗା ପରିବାରର ଦୁଇ ଜଣ ଲୋକ କୌଣସି ବ୍ୟକ୍ତିଗତ ସ୍ଥାନରେ ଏକାଠି ହେବା ଏହି ଗାଇଡଲାଇନରେ ବାରଣ କରାଯାଇଛି । ଏଥିରେ କୁହାଯାଇଛି ଯେ କୌଣସି ଘର ଭିତରେ ବା ସାର୍ବଜନୀନ କିମ୍ବା ବେସରକାରୀ ସ୍ଥାନରେ ହେଉଥିବା ଓ ଦୁଇ ବା ଅଧିକ ବ୍ୟକ୍ତି ଥିବା କୌଣସି ସମାବେଶରେ କେହି ଅଂଶ ଗ୍ରହଣ କରିପାରିବେ ନାହିଁ । ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ବ୍ୟକ୍ତିଗତ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇ ନ ଥିଲା, କିନ୍ତୁ ଏବେ ହୋଇଛି ।
କରୋନା ଭାଇରସ୍ ସଙ୍କଟ ସମୟରେ ବ୍ରିଟେନର ମାତ୍ର ୩୯.୯ ପ୍ରତିଶତ ସାବାଳକ ବ୍ୟକ୍ତି ଯୌନ ସକ୍ରିୟ (sexually active) ଅଛନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ସାମାଜିକ ଦୂରତା ନିୟମ ବ୍ରଟେନର ଲୋକଙ୍କ ପ୍ରେମ ଜୀବନକୁ ଏକ ବଡ଼ ଝଟକା ଦେଇଛି ।

ଲୋକଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ସାବାଳକମାନଙ୍କୁ ଯୌନ ସମ୍ପର୍କ ରଖିବାକୁ ସରକାର ଉତ୍ସାହିତ କରିବା ଉଚିତ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଲୋକଙ୍କ ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ସାବାଳକମାନଙ୍କୁ ଲକଡାଉନରେ ଯୌନ ସମ୍ପର୍କ (sex relation) ରଖିବାକୁ ସରକାର ଉତ୍ସାହିତ କରିବା ଉଚିତ୍ ।
ଆଙ୍ଗଲିଆ ରସ୍କିନ୍ ଓ ଅଲଷ୍ଟର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ପାଖାପାଖି ୯୦୦ ସାବାଳକଙ୍କ ସମ୍ପର୍କ ଉପରେ ସାମ୍ପ୍ରତିକ କରୋନା ଭାଇରସ୍ ଜନିତ ନିର୍ଦ୍ଦେଶାବଳୀଗୁଡ଼ିକର ପ୍ରଭାବ ଅଧ୍ୟୟନ କରିଛନ୍ତି ।
ଏହି ଅଧ୍ୟୟନର ଅଗ୍ରଣୀ ଲେଖକଦ୍ୱୟ ଡଃ ଲି ସ୍ମିଥ୍ ଓ ପ୍ରଫେସର ମାର୍କ ଟୁଲି ସରକାରଙ୍କୁ ଆହ୍ୱାନ କରିଛନ୍ତି ଯେ ସାବାଳକ ବ୍ରିଟିଶମାନଙ୍କୁ ଉଭୟ ଶରୀର ଓ ମନରେ ସୁସ୍ଥ ରଖିବା ପାଇଁ ଯୌନ କାର୍ଯ୍ୟକଳାପକୁ (sexual activity) ପ୍ରୋତ୍ସାହିତ କରିବା ସହିତ ସଚେତନତା, ସାମାଜିକ ଦୂରତା ଓ ନିୟମିତ ହାତ ଧୋଇବା ପାଇଁ ପରାମର୍ଶ ଦିଆଯିବା ଉଚିତ ।
ଏହା ବି ପଢ଼ନ୍ତୁ: କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।