କରୋନା ଟିକାକରଣକୁ ନେଇ ମହାରାଷ୍ଟ୍ରରେ ନୂଆ ରେକର୍ଡ଼; ଗୋଟିଏ ଦିନରେ ୧୨ ଲକ୍ଷ ଲୋକ ନେଲେ ଟିକା
ମହାରାଷ୍ଟ୍ରରେ ଶନିବାର ଦିନ କୋଭିଡ ବିରୋଧରେ ୧୧.୯୧ ଲକ୍ଷ ହିତାଧିକାରୀଙ୍କୁ ଟିକାକରଣ କରାଯାଇଥିଲା। ଏହା ପୂର୍ବରୁ ଅଗଷ୍ଟ ୨୧ରେ ରାଜ୍ୟରେ ଗୋଟିଏ ଦିନରେ ୧୧.୦୪ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା।
ମହରାଷ୍ଟ୍ରରେ ତୀଵ୍ରତର ହେଉଛି ଟିକାକରଣ (ପ୍ରତୀକାତ୍ମକ ଛବି)
- News18 Odia
- Last Updated: September 5, 2021, 9:53 AM IST
ମୁମ୍ବାଇ: ମହାରାଷ୍ଟ୍ରରେ ଶନିବାର ଦିନ କୋଭିଡ ବିରୋଧରେ ୧୧.୯୧ ଲକ୍ଷ ହିତାଧିକାରୀଙ୍କୁ ଟିକାକରଣ କରାଯାଇଥିଲା, ଯେଉଁଥିରେ ରାଜ୍ୟରେ ଗୋଟିଏ ଦିନରେ ଟିକାକରଣ ପାଇଁ ଏକ ନୂତନ ରେକର୍ଡ଼ ସୃଷ୍ଟି ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୨୧ରେ ରାଜ୍ୟରେ ଗୋଟିଏ ଦିନରେ ୧୧.୦୪ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା।
ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଆଜି ୧୧,୯୧,୯୨୧ଲୋକଙ୍କୁ ଟିକାକରଣ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୬.୨୭ କୋଟି ଟିକା ଦିଆଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ପ୍ରଦୀପ ଭାୟ କହିଛନ୍ତି, “ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୧୧,୯୧,୯୨୧ ଟିକା ଦିଆଯାଇଥିଲା। ଅନେକ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟିକାକରଣ ଅଭିଯାନ ଚାଲିଛି। ଆସନ୍ତାକାଲି ଚୂଡାନ୍ତ ଆକଳନ ବାହାରକୁ ଆସିବ ବୋଲି ସେ କହିଛନ୍ତି। ବିଭାଗର ସୂଚନାନୁସାରେ, ଟିକାକରଣ କ୍ଷେତ୍ରରେ ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଉଭୟ ଡୋଜ ଟିକା ନେଉଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ରାଜ୍ୟ ଶୀର୍ଷରେ ରହିଛି। ବିବୃତ୍ତିରେ କୁହାଯାଇଛି ଯେ ମହାରାଷ୍ଟ୍ରର ୧.୭୧ କୋଟି ଲୋକ ଉଭୟ ଡୋଜ ନେଇଛନ୍ତି।
ରାଜ୍ୟରେ ସଂକ୍ରମଣର ଗତି କ’ଣ?
ହିଙ୍ଗୋଲି ଓ ଚନ୍ଦ୍ରପୁର, ନନ୍ଦେଡ, ଆକୋଲା ଓ ନାଗପୁର ଜିଲ୍ଲାର ଗ୍ରାମାଞ୍ଚଳ ତଥା ପାର୍ବନୀରେ କୋଭିଡର କୌଣସି ମାମଲା ଦେଖିବାକୁ ମିଳି ନାହିଁ। ଅହମ୍ମଦନଗର ଜିଲ୍ଲାରେ ସର୍ବାଧିକ ୭୩୦ଟି ନୂଆ ମାମଲା ରୁଜୁ ହୋଇଛି। ଏହା ପରେ ପୁଣେର ଗ୍ରାମାଞ୍ଚଳରୁ ୫୦୬ ରୋଗୀଙ୍କୁ ମିଳିଛି। ରାଜ୍ୟର ଆଠଟି ଅଞ୍ଚଳ ମଧ୍ୟରୁ ପୁଣେ ଅଞ୍ଚଳରେ ସର୍ବାଧିକ ୧,୫୬୦ ନୂତନ ରୋଗୀ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି, ତା’ପରେ ମୁମ୍ବାଇ ଅଞ୍ଚଳରେ ୯୫୧ ଜଣ ରୋଗୀ ଅଛନ୍ତି।






