ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ସର୍ତ୍ତାବଳୀ: ନିଜ ଖର୍ଚ୍ଚରେ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ହେବ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦେଶରୁ ଫେରୁଥିବା ଭାରତୀୟଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

#ନୂଆ ଦିଲ୍ଲୀ: ଦେଶରେ ଘରୋଇ ବିମାନ ସେବା ସୋମବାର ଠାରୁ ଆରମ୍ଭ ହେଉଛି । ବର୍ତ୍ତମାନ ଆଶା କରାଯାଉଛି ଯେ ଅନ୍ତର୍ଜାତୀୟ ବିମାନ ମଧ୍ୟ ଶୀଘ୍ର ଆରମ୍ଭ ହୋଇପାରେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ (Hardeep Singh Puri) କହିଛନ୍ତି ଯେ ସରକାର ଆଶା କରୁଛନ୍ତି ଅଗଷ୍ଟ-ସେପ୍ଟେମ୍ବର ପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବ ।

କରୋନା ଭୂତାଣୁ ମହାମାରୀର ମୁକାବିଲା ପାଇଁ ମାର୍ଚ୍ଚ ୨୨ ତାରିଖରୁ ଭାରତକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରାଯାଇଥିଲା । ଏହା ପରେ ଦେଶରେ ଘୋଷିତ ଲକଡାଉନ୍‌ ଯୋଗୁଁ ଘରୋଇ ବିମାନ ଚଳାଚଳ ମଧ୍ୟ ବାରଣ କରାଯାଇଥିଲା । ବର୍ତ୍ତମାନ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Ministry of Health) ଏକ ନିର୍ଦ୍ଦେଶାବଳୀ ଜାରି କରିଛି ।

ଏହି ଗାଇଡଲାଇନ ଅନୁଯାୟୀ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟିନରେ ରହିବାକୁ ପଡ଼ିବ ।

ଆସନ୍ତୁ ଜାଣିବା ସରକାର କଣ କଣ ସର୍ତ୍ତ ରଖିଛନ୍ତି:

> ବିମାନରେ ଚଢ଼ିବା ପୂର୍ବରୁ ଯାତ୍ରୀମାନଙ୍କୁ ଲିଖିତ ଭାବରେ ଦେହାକୁ ପଡ଼ିବ ଯେ ସେମାନେ ଦେଶରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟିନରେ ରହିବାକୁ ପଡ଼ିବ । ଏହା ନିୟମ ଅଧୀନରେ ପ୍ରଥମ ସାତ ଦିନର କ୍ୱାରେଣ୍ଟିନ୍ ସରକାରଙ୍କ ଦ୍ୱାରା କରାଯିବ, ଯାହାର ଖର୍ଚ୍ଚ ଯାତ୍ରୀମାନଙ୍କୁ ବହନ କରିବାକୁ ପଡ଼ିବ । ଏହା ପରେ ଆଗାମୀ ସାତ ଦିନ ପାଇଁ ସେମାନେ ନିଜ ଘରେ କ୍ୱାରେଣ୍ଟିନରେ ରହିବେ ।

> କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ପୂରା ୧୪ ଦିନର କ୍ୱାରେଣ୍ଟିନ ନିଜ ଘରେ କରିବାକୁ ଅନୁମତି ଦିଆଯାଇପାରେ । ଯେଉଁମାନେ ଗୁରୁତର ଭାବେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ଏହି ଅନୁମତି ଦିଆଯିବ । ଏହି ପରି ଲୋକଙ୍କୁ ସମସ୍ତ ପରିସ୍ଥିତିରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପଡିବ ।

> ବିମାନ, ଜାହାଜ ଓ ପାଦରେ ଚାଲି ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ସବୁ ସର୍ତ୍ତ ପ୍ରଯୁଜ୍ୟ । କରୋନା ପଜିଟିଭ୍ କିମ୍ବା ଲକ୍ଷଣାତ୍ମକ ଯାତ୍ରୀଙ୍କୁ ଦେଶକୁ ଆସିବାକୁ ଦିଆଯିବ ନାହିଁ ।

> ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ମଧ୍ୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିପାରିବେ ।

> ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ଦେଶକୁ ଫେରିବା ମାତ୍ରେ କରାଯିବ । ଏହାର ଲକ୍ଷଣ ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବ ।

> ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରକୁ ପଠାଯିବ ।

> ଯେଉଁମାନେ ଅଧିକ ଲକ୍ଷଣ ଦେଖାଉଛନ୍ତି ସେମାନଙ୍କୁ ତୁରନ୍ତ ସ୍ୱତନ୍ତ୍ର କରୋନା ୱାର୍ଡ଼କୁ ପଠାଯିବ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: