News18 Odia Digital
ନୂଆ ଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର (WHO) ଅଧିକାରୀମାନେ ଦକ୍ଷିଣ ଆଫ୍ରିକା ଓ ବୋତସ୍ୱାନାରେ ତ୍ୱରିତ ବେଗରେ ବ୍ୟାପୁଥିବା କରୋନା ଭାଇରସର (Coronavirus) ଏକ ନୂଆ ପ୍ରକାର (ଭ୍ୟାରିଆଣ୍ଟ୍) ବିଷୟରେ ଚିନ୍ତା ବ୍ୟକ୍ତ କରିଛନ୍ତି । ଲଣ୍ଡନରେ UCL ଜେନେଟିକ୍ସ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଫ୍ରାଙ୍କୋଇସ୍ ବଲୁକ୍ସ ସାଇନ୍ସ ମିଡିଆ ସେଣ୍ଟର ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କହିଛନ୍ତି ଯେ B.1.1529 ନାମକ ଏହି ନୂଆ ଭ୍ୟାରିଆଣ୍ଟର ଅସାଧାରଣ ଭାବେ ଅନେକ ସଂଖ୍ୟାରେ ମ୍ୟୁଟେସନ୍ (ରୂପ ପରିବର୍ତ୍ତନ) ହେଉଛି ।
ଏହି ନୂଆ ଭ୍ୟାରିଆଣ୍ଟ୍ ବିଷୟରେ କୁହାଯାଉଛି ଯେ ଏହା ଚିକିତ୍ସିତ ହୋଇ ନ ଥିବା କୌଣସି ଏଚ୍.ଆଇ.ଭି. / ଏଡସ୍ ରୋଗୀଙ୍କଠାରୁ ବିକଶିତ ହୋଇଛି । କ୍ରୋନିକ୍ ସଂକ୍ରମଣ ସମୟରେ ଏହାର ବିକାଶ ହେଉଥିବାର ସମ୍ଭାବନା ରହିଛି ବୋଲି ବାଲୁକ୍ସ କହିଛନ୍ତି । ଏହି ସମୟରେ ଏହି ନୂଆ ଭ୍ୟାରିଆଣ୍ଟ୍ କେତେ ସଂକ୍ରମଣ ବିସ୍ତାର କରିବ ତାହା ଆକଳନ କରିବା କଷ୍ଟକର ବୋଲି କୁହାଯାଉଛି । ଏହା ଉପରେ କିଛି ଦିନ ପାଇଁ ତୀକ୍ଷ୍ଣ ନଜର ରଖିବା ଓ ଏହାର ବିଶ୍ଳେଷଣ କରାଯିବା ଉଚିତ୍ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅକରୋନା ଭାଇରସର ଏହି ନୂଆ ପ୍ରକାର ବିଷୟରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବଲ୍ ଡିଜିଜ୍ (NICD) ଏକ ବିବୃତ୍ତିରେ କହିଛି ଯେ ଦକ୍ଷିଣ ଆଫ୍ରିକାରେ ଏମିତି ୨୨ଟି ମାମଲା ଚିହ୍ନଟ ହୋଇଛି । NICDର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଡ୍ରିଆନ୍ ପ୍ୟୋରେନ୍ କହିଛନ୍ତି ଯେ ଏହା ଚିନ୍ତାର ବିଷୟ ଯେ ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ଏହି ନୂଆ ପ୍ରକାର ଚିହ୍ନଟ ହୋଇଛି କାରଣ ବର୍ତ୍ତମାନ ଏହା ବିଷୟରେ ସୀମିତ ତଥ୍ୟ ଥିବାରୁ ବିଶେଷଜ୍ଞମାନେ ସବୁ ପ୍ରତିଷ୍ଠିତ ଯାଞ୍ଚ ବ୍ୟବସ୍ଥା ସହିତ ଏହାକୁ ବୁଝିବା ପାଇଁ କାର୍ଯ୍ୟ କରୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ୩ ଜଣଙ୍କ ପ୍ରାଣ ଗଲାଏହାର ଅନ୍ୟ ସମ୍ଭାବ୍ୟ ପ୍ରଭାବ କ’ଣ ହୋଇପାରେ ତାହା ମଧ୍ୟ ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି । ଏହି ନୂଆ ଭ୍ୟାରିଆଣ୍ଟର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଗବେଷଣା ଚାଲିଛି । ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର ପୂର୍ବରୁ କହିଥଲା ଯେ କରୋନା ଭାଇରସର ଏହି ପ୍ରକାର ବିଷୟରେ ସପ୍ତାହକ ମଧ୍ୟରେ ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିବ ।
ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀଏହି ନୂଆ ଭାଇରସ୍ ଭ୍ୟାରିଆଣ୍ଟକୁ ନେଇ ଦକ୍ଷିଣ ଆଫ୍ରିକାରେ ଖୁବ୍ ଚିନ୍ତା ପ୍ରକାଶ ପାଇଛି । ଭାଇରୋଲୋଜିଷ୍ଟ ଟୁଲିଓ ଡି ଅଲିଭାଇରା କହିଛନ୍ତି ଯେ B.1.1529 ନାମକ ଏହି ନୂଆ ଭ୍ୟାରିଆଣ୍ଟ୍ ନିଜ ରୂପରେ ବହୁ ସଂଖ୍ୟକ ପରିବର୍ତ୍ତନ କରୁଥିବା ଦେଖାଯାଉଛି । ଦକ୍ଷିଣ ଆଫ୍ରିକାକୁ ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରେ ବୋତସ୍ୱାନା ଓ ହଂକଂରେ ମଧ୍ୟ ଭାଇରସର ଏହି ନୂଆ ରୂପ ଚିହ୍ନଟ ହୋଇଥିବା ସେ କହିଛନ୍ତି । ଏହା ବହୁତ ଶୀଘ୍ର ବିସ୍ତାର ହୋଇପାରେ ବୋଲି ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | Mamita Meher Murder Case: ଜେଲ୍ ଗଲା ଗୋବିନ୍ଦ; ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ ହେଲାଏହି ମାସର ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ପ୍ରାୟ ୧୦୦ଟି ନୂଆ କରୋନା ସଂକ୍ରମଣ ମାମଲା ଦେଖାଯାଇଥିଲା, ହେଲେ ବୁଧବାର ଦିନ ସୁଦ୍ଧା ତାହା ବଢ଼ି ଦୈନିକ ସଂକ୍ରମଣ ସଂଖ୍ୟା ୧,୨୦୦ରୁ ଅଧିକ ହୋଇଯିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋ’ରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅନୂଆ ଭୂତାଣୁ ପ୍ରକାର ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋ ଫହଲା କହିଛନ୍ତି । ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ବିଟା ସଂସ୍କରଣ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଏକାଧିକ ପରିବର୍ତ୍ତନ ସହିତ ଏକ ନୂଆ COVID-19 ପ୍ରକାର ଚିହ୍ନଟ ହୋଇଛି ଓ ତାହା ତୀବ୍ର ବେଗରେ ବ୍ୟାପୁଛି । କରୋନା ମହାମାରୀର ସବୁଠାରୁ ବଡ଼ ପ୍ରଭାବ ଦକ୍ଷିଣ ଆଫ୍ରିକାରେ ପଡ଼ିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।