ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌; କୋହଳ ହେଲା କଟକଣା; ରାଜ୍ୟରୁ ହଟିଲା ସପ୍ତାହାନ୍ତ ସଟଡାଉନ୍‌

ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌; କୋହଳ ହେଲା କଟକଣା; ରାଜ୍ୟରୁ ହଟିଲା ସପ୍ତାହାନ୍ତ ସଟଡାଉନ୍‌

New Corona guidelines for September in Odisha announced | ଏଣିକି ଶତ ପ୍ରତିଶତ ଦର୍ଶକ ହଲରେ ବସି ଫିଲ୍ମ ଦେଖିପାରିବେ । ସାମାଜିକ ଉତ୍ସବ ପାଇଁ କଟକଣାକୁ ବି ଟିକେ କୋହଳ କରାଯାଇଛି । ଏଣିକି ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ।

ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌; କୋହଳ ହେଲା କଟକଣା; ରାଜ୍ୟରୁ ହଟିଲା ସପ୍ତାହାନ୍ତ ସଟଡାଉନ୍‌
ଭୁବନେଶ୍ୱରରେ ଏକ ମଲରେ ଯୁବତୀମାନେ; (ଡାହାଣ) ପ୍ରଦୀପ ଜେନା ନୂଆ ଗାଇଡଲାଇନରେ ଘୋଷଣା କରୁଛନ୍ତି ।
  • News18 Odia
  • Last Updated: August 31, 2021, 9:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସେପ୍ଟେମ୍ବର ମାସ ପାଇଁ କରୋନା ଗାଇଡଲାଉନ୍‌ ଘୋଷଣା କରିଛନ୍ତି ସରକାର । ନୂଆ ଗାଇଡଲାଇନ୍‌ ଅନୁସାରେ ସାପ୍ତାହାନ୍ତ ସଟଡାଉନ୍‌ ଉଠିଯାଇଥିବା ବେଳେ କେବଳ ପୌରାଞ୍ଚଳରେ ରାତି ୧୦ଟାରୁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ । ଏହା ସହ ବାହାଘର ଶୋଭାଯାତ୍ରା ପାଇଁ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିଛି । ସିନେମା ହଲରେ ଏଣିକି ବସିପାରିବେ ଶତ ପ୍ରତିଶତ ଦର୍ଶକ ।

ନୂଆ ଗାଇଡଲାଇନ୍‌ ଘୋଷଣା କରି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ କେବଳ ଭୁବନେଶ୍ବର, ପୁରୀ ଓ କଟକ ସହରରେ ଚାଲିଥିବା ସପ୍ତାହାନ୍ତ ସଟଡାଉନକୁ ସେପ୍ଟେମ୍ବାର ୧ ତାରିଖରୁ ହଟାଇ ଦିଆଯାଇଛି। ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ହେଲେ ରାଜ୍ୟର ପୌରାଞ୍ଚଳରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏ ରହିବ ନାଇଟ୍‌ କର୍ଫ୍ୟୁ । ନାଇଟ୍‌ କର୍ଫ୍ୟୁ ବେଳେ ଅତ୍ୟବଶକୀୟ ସେବା ଓ ପରିବହନକୁ ଅନୁମତି ମିଳିଛି ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

‘‘ଏବେ ସାରା ରାଜ୍ୟରେ ସହର ହେଉ ବା ଗ୍ରାମାଞ୍ଚଳ ହେଉ କେଉଁଠି ଆଉ ସପ୍ତାହାନ୍ତ ସଟଡାଉନ୍‌ ରହିବ ନାହିଁ । କେବଳ ସାରା ରାଜ୍ୟରେ ଯେତେ ପୌରାଞ୍ଚଳ ଅଛି ସେହି ପୌରାଞ୍ଚଳମାନଙ୍କରେ ପ୍ରତ୍ୟେକ ଦିନ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ,’’ ନୂଆ ଗାଇଡଲାଇନ୍‌ ଘୋଷଣା କରି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss OTT: ‘ବେପନାହ ଉର୍ଫି ଜାଭେଦ୍ ଭାଗ ନେବେ, ଆଣିବେ ଜବରଦସ୍ତ ଗ୍ଲାମର୍; ଦେଖନ୍ତୁ ଫଟୋ

ସାମାଜିକ ଉତ୍ସବ ପାଇଁ କଟକଣାକୁ ବି ଟିକେ କୋହଳ କରାଯାଇଛି । ଏଣିକି ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ବାହାଘର ପ୍ରୋସେସନକୁ ସର୍ତ୍ତମୂଳକ ଅନୁମତି ମିଳିଛି । ବରଯାତ୍ରୀଙ୍କୁ ମିଶାଇ ପ୍ରୋସେସନରେ ସର୍ବାଧିକ ୫୦ ଜଣ ଯାଇପାରିବେ । ହେଲେ ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ସମାବେଶ ମନା କରାଯାଇଛି । କୋଭିଡ୍‌ ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ସେ ନେଇ ନିଷ୍ପତ୍ତି ନେବେ ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ଯୌନ ସମ୍ପର୍କ ବଳାତ୍କାର ନୁହେଁ: କହିଲେ ଆହ୍ଲାବାଦ ହାଇ କୋର୍ଟ

ସିନେମା ହଲ୍‌ ପାଇଁ ବି କଟକଣା କୋହଳ ହୋଇଛି । ଏଣିକି ଶତ ପ୍ରତିଶତ ଦର୍ଶକ ହଲରେ ବସି ଫିଲ୍ମ ଦେଖିପାରିବେ । ଏବେ ଆଉ ଅଡିଟୋରିଅମ, ମଲ୍‌ ଓ ହଲରେ ଟିକା ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ନୁହେଁ । ତେବେ ସେଠାରେ କୋଭିଡ୍‌ ନିୟମ ପାଳନ ହେଉଛି କି ନାହିଁ ସମ୍ପୃକ୍ତ ଅଧିକାରୀ ସୁନିଶ୍ଚିତ କରିବେ ବୋଲି କହିଛନ୍ତି ଜେନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି



ଧାର୍ମିକ ଅନୁଷ୍ଠାନ ଓ ପର୍ବ ପର୍ବାଣୀ ନେଇ ପୂର୍ବରୁ ଜାରି ଥିବା ଗାଇଡ୍‌ଲାଇନ୍‌ ଏବେ ବି ଜାରି ରହିବ । ସେପ୍ଟେମ୍ବରରେ ବିନା ଭକ୍ତରେ ଆୟୋଜିତ ହେବ ସବୁ ପର୍ବପର୍ବାଣୀ । ପୂର୍ବ ପରି ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା ଓ ଟିକାକରଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ କୋଭିଡ୍‌ କଟକଣା ଭାଙ୍ଗିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Published by: Anand S.T. Das
First published: August 31, 2021, 9:29 PM IST