COVIDର ଚିକିତ୍ସା ପାଇଁ ନୂଆ ଔଷଧ ‘ଭିରାଫିନ୍’କୁ ମିଳିଲା ଜରୁରୀକାଳୀନ ଅନୁମତି; ଭଲ କାମ କରୁଛି

New Corona Medicine Virafin Gets Approval | ‘ଭିରାଫିନ୍’ ଔଷଧ ବ୍ୟବହାର କରିବାର ସାତ ଦିନ ମଧ୍ୟରେ ୯୧.୧୫ ପ୍ରତିଶତ କରୋନା ସଂକ୍ରମିତ ବ୍ୟକ୍ତି RT-PCR ପରୀକ୍ଷାରେ ନେଗେଟିଭ୍ ହୋଇଥିବା ଦେଖାଯାଇଛି । ଏହି ଔଷଧ ୨୫ଟି କେନ୍ଦ୍ରରେ ଟ୍ରାଏଲ୍ ହୋଇଥିଲା, ଯାହାର ଫଳାଫଳ ଭଲ ଥିଲା ।

ଏହି ଔଷଧ କେବଳ ଡାକ୍ତରଖାନାରେ ଉପଲବ୍ଧ ହେବ । (ପ୍ରତୀକାତ୍ମକ ଛବି)

ଏହି ଔଷଧ କେବଳ ଡାକ୍ତରଖାନାରେ ଉପଲବ୍ଧ ହେବ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ମହାମାରୀ ଘୋର ସମସ୍ୟା ସୃଷ୍ଟି କରିଛି । ଔଷଧଠାରୁ ଅମ୍ଳଜାନ ପର୍ଯ୍ୟନ୍ତ ଅଭାବ ଦେଖାଦେଇଛି ।ଏହି ସମୟରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି ।

କୋଭିଡ୍-୧୯ର ଚିକିତ୍ସା ପାଇଁ ଔଷଧ କମ୍ପାନୀ ଜାଇଡସ୍ କ୍ୟାଡିଲା (Zydus Cadila) ଦ୍ୱାରା ତିଆରି ହୋଇଥିବା ‘ଭିରାଫିନ୍’ (Virafin) ଔଷଧକୁ ଜରୁରୀକାଳୀନ ଅନୁମତି ଦିଆଯାଇଛି । ଖବର ଅନୁଯାୟୀ, ଔଷଧ କମ୍ପାନୀ ଜାଇଡସ୍ କ୍ୟାଡିଲା ଦାବି କରିଛି ଯେ ଭିରାଫିନ୍ (Corona medicine Virafin) ବ୍ୟବହାର କରିବାର ସାତ ଦିନ ମଧ୍ୟରେ ୯୧.୧୫ ପ୍ରତିଶତ କରୋନା ସଂକ୍ରମିତ ବ୍ୟକ୍ତି RT-PCR ପରୀକ୍ଷାରେ ନକରାତ୍ମକ (ନେଗେଟିଭ୍‌) ହୋଇଥିବା ଦେଖାଯାଇଛି । ଏହି ଆଣ୍ଟି-ଭାଇରସ୍ ଔଷଧର ବ୍ୟବହାର କରୋନା ରୋଗୀଙ୍କୁ ଆରାମ ଦେଇଥାଏ ଓ ଭୂତାଣୁ ବିରୁଦ୍ଧରେ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ।

ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ

କମ୍ପାନୀର କହିବା ଅନୁସାରେ ଯଦି କରୋନା ଭାଇରସ ସଂକ୍ରମଣ ଆରମ୍ଭ ହେବା ସମୟରେ ଭିରାଫିନ୍ ଔଷଧ ଦିଆଯାଏ, ତାହେଲେ ରୋଗୀମାନଙ୍କର ଏହି ରୋଗରୁ ମୁକ୍ତି ପାଇବାରେ ଅନେକ ସାହାଯ୍ୟ ମିଳେ ଓ ସେମାନଙ୍କ କଷ୍ଟ ମଧ୍ୟ ହ୍ରାସ ପାଏ । ତେବେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହି ଔଷଧ ଦିଆଯିବା ଉଚିତ ଓ ଏହି ଔଷଧ କେବଳ ଡାକ୍ତରଖାନାରେ ଉପଲବ୍ଧ ହେବ । କମ୍ପାନୀ ଏହି ଔଷଧକୁ ୨୫ଟି କେନ୍ଦ୍ରରେ ଟ୍ରାଏଲ୍‌ କରିଥିଲା, ଯାହାର ଫଳାଫଳ ଭଲ ଥିଲା ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରୁ ଓଡ଼ିଶା ଫେରୁଥିଲେ ୧୪-ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ; ସୀମାରେ ଚେକିଂ କଡ଼ା ହେଲା

୧ ମଇ ଠାରୁ ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ କରାଯିବ ।


ଦେଶରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଟିକାକରଣ (Corona Vaccine) ଅଭିଯାନ ଚାଲିଛି । ଏହି ଅଭିଯାନରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ ଟିକା ‘କୋଭିଶିଲ୍ଡ’ (Covishield) ଓ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ଟିକା ‘କୋଭୋକ୍ସିନ୍’ (Covaxin) ସକ୍ରିୟ ଭାବରେ ବ୍ୟବହୃତ ହେଉଛି ।ରୁଷିଆର ଟିକା ସ୍ପୁଟନିକ୍-ଭିର (Sputnik-V) ଜରୁରୀକାଳୀନ ବ୍ୟବହାରକୁ ମଧ୍ୟ ଭାରତ ସରକାର ଅନୁମୋଦନ କରିଛନ୍ତି । ଖୁବ୍ ଶୀଘ୍ର ଋଷିଆର ଏହି ଟିକା ଟିକାକରଣରେ ବ୍ୟବହୃତ ହେବ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ

ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିଲା । ୧ ମଇ ଠାରୁ ୧୮ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ କରାଯିବ । ଏଥି ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ଏହା ବି ପଢ଼ନ୍ତୁ | ଫେରାର୍ଗ୍ୟାଙ୍ଗଷ୍ଟର୍ଶେଖ୍ହାଇଦର୍କୁ ତେଲଙ୍ଗାନାରୁ ଗିରଫ କଲା କମିଶନରେଟ୍ ପୋଲିସ

ଶୁକ୍ରବାର ଦିନ ଦେଶରେ ରେକର୍ଡ଼ ସଂଖ୍ୟକ (୩,୩୨,୭୩୦) ନୂଆ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି । ଏହା ସହିତ ଦେଶରେ ସମୁଦାୟ ସଂକ୍ରମଣ ମାମଲା ୧,୬୨,୬୩,୬୯୫କୁ ବୃଦ୍ଧି ପାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁଯାୟୀ ଶୁକ୍ରବାର ପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୨,୨୬୩ ଜଣଙ୍କ ମୃତ୍ୟୁ ହେବା ପରେ ମୋ’ଟ ମୃତ୍ୟୁ ସଂଖ୍ୟା ୧,୮୬,୯୨୦ରେ ପହଞ୍ଚିଛି ।



ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସାମନାକୁ ଆସିଥିବା କୋଭିଡ-୧୯ ମାମଲାର ୭୫.୦୧ ପ୍ରତିଶତ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ମଧ୍ୟ ପ୍ରଦେଶ, ତାମିଲ ନାଡୁ, ଗୁଜୁରାଟ ଓ ରାଜସ୍ଥାନରୁ ଆସିଛି ।
Published by:Anand ST Das
First published: