ନେଟୱାର୍କ୍ ୧୮ ଗୃପ୍ ୧୦ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିଲା; ନ୍ୟୁଜ୍ ଦେଖାରେ ୫୭% ବୃଦ୍ଧି ଲାଭ କଲା

ନ୍ୟୁଜ୍ ଆପରୁ ଲୋକେ ନ୍ୟୁଜ୍ ପଢ଼ିବା ଓ ଦେଖିବାର ହାରାହାରି ସମୟ ମଧ୍ୟ ୭୬% ବୃଦ୍ଧି ପାଇଛି । ଏହା ସହିତ ନେଟୱାର୍କ ୧୮ ଗୃପର ଦୈନିକ ହାରାହାରି ପହୁଞ୍ଚ ମଧ୍ୟ ୩୪% ବୃଦ୍ଧି ପାଇଛି ।

ନେଟୱାର୍କ୍ ୧୮ ଗୃପ୍ ୧୦ କୋଟି ଦର୍ଶକଙ୍କ ପାଖରେ ପହଞ୍ଚିଲା; ନ୍ୟୁଜ୍ ଦେଖାରେ ୫୭% ବୃଦ୍ଧି ଲାଭ କଲା
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୪ର ସମ୍ବୋଧନ ଏ ପର୍ଯ୍ୟନ୍ତ ସବୁ ଠାରୁ ବଡ଼ ଟିଭି ଭିୟୁଅରସିପ୍ ।
  • News18 Odia
  • Last Updated: March 30, 2020, 9:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲକଡାଉନ୍ ସମୟରେ ଲୋକେ ଟିଭି ଦେଖିବାର ଟ୍ରେଣ୍ଡ୍‌ ଉପରେ ହୋଇଥିବା ଏର ସର୍ଭେରୁ ଜଣା ପଡ଼ିଛି ଯେ ନେଟୱାର୍କ ୧୮ ଗୃପ୍‌ ଦୈନିକ ୧୦ କୋଟି ଦର୍ଶକ ସଂଖ୍ୟା ଛୁଇଁଛି । ଏହି ସର୍ଭେ ବାର୍କ୍‌ ଓ ନିଏଲସନଙ୍କ ଦ୍ୱାରା ମିଳିତ ଭାବେ କରାଯାଇଥିଲା । ଏଥିରେ କୁହାଯାଇଛି ଯେ ଟେଲିଭିଜନରୁ ଖବର ଜାଣିବା ୧୭% ବୃଦ୍ଧି ପାଇଛି ଓ ସାମଗ୍ରିକ ଭାବେ ଲୋକଙ୍କ ଦ୍ୱାରା ଖବରର ବ୍ୟବହାର ୫୭% ବୃଦ୍ଧି ପାଇଛି ।

ନ୍ୟୁଜ୍ ଆପରୁ ଲୋକେ ନ୍ୟୁଜ୍‌ ପଢ଼ିବା ଓ ଦେଖିବାର ହାରାହାରି ସମୟ ମଧ୍ୟ ୭୬% ବୃଦ୍ଧି ପାଇଛି । ଏହା ସହିତ ନେଟୱାର୍କ ୧୮ ଗୃପର ଦୈନିକ ହାରାହାରି ପହୁଞ୍ଚ ମଧ୍ୟ ୩୪% ବୃଦ୍ଧି ପାଇଛି ।

‘‘ଲକଡାଉନ୍‌ ଜାରି ରହିବା ସହିତ ଟିଭି ନ୍ୟୁଜ୍ ଦେଖିବା ବଢ଼ିଚାଲିବ । ଲୋକେ ହୁଏତ ମୋବାଇଲ ଫୋନରୁ ଖବର ପାଉଛନ୍ତି, କିନ୍ତୁ ଟିଭି ଦେଖିଖବରର ସତ୍ୟତା ଯାଞ୍ଚ କରୁଛନ୍ତି । ଏହି ସମୟରେ ଅଣ-ପ୍ରାଇମଟାଇମ୍‌ କାର୍ଯ୍ୟକ୍ରମ ଦେଖିବାର ଅଭିବୃଦ୍ଧି ପ୍ରାଇମଟାଇମ୍‌ କାର୍ଯ୍ୟକ୍ରମ ଠାରୁ ଅଧିକ ହୋଇଛି,’’ କହିଛନ୍ତି ବାର୍କ ଇଣ୍ଡିଆର ସିଇଓ ସୁନୀଲ ଲୁଲା ।

କରୋନା ଭାଇରସ୍‌ ମହାମାରୀ ଓ ସକଡାଉନକୁ ନେଇ ସୃଷ୍ଟି ହୋଇଥିବା ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିଭି ଓ ସ୍ମାର୍ଟଫୋନର ବ୍ୟବହାରରେ ପରିବର୍ତ୍ତନକୁ ବୁଝିବା ପାଇଁ BARC ଓ Nielsen ମିଳିତ ଭାବରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ପରବର୍ତ୍ତୀ ରିପୋର୍ଟଗୁଡିକ ପ୍ରତି ସପ୍ତାହରେ ପ୍ରକାଶ ପାଇବ ।

ମାର୍ଚ୍ଚ ୨୪ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ସମ୍ବୋଧନ କରି ୨୧ ଦିନିଆ ଲକଡାଉନ୍‌ ଘୋଷଣାକୁ ଟିଭିରେ ୨୦୧୯ର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫାଇନାଲ୍ ଠାରୁ ଅଧିକ ଲୋକ ଦେଖିଥିବା ଏହି ସର୍ଭେରୁ ଜଣା ପଡ଼ିଛି । ଆଇପିଏଲ୍‌ ଫାଇନାଲକୁ ୧୩୩ ନିୟୁତ ​​(୧୩.୩ କୋଟି) ସ୍ୱତନ୍ତ୍ର ଦର୍ଶକ (ୟୁନିକ୍‌ ଭ୍ୟୁଅର୍‌) ଦେଖିଥିଲେ ।

BARC-Nielsen ଙ୍କ ତଥ୍ୟ ଅନୁଯାୟୀ ମୋଦିଙ୍କ ୩୦ ମିନିଟର ଟେଲିଭିଜନ୍ ସମ୍ବୋଧନକୁ ୧୯୭ ନିୟୁତ (୧୯.୭ କୋଟି) ଲୋକ ୨୦୧ଟି ଟିଭି ଚ୍ୟାନେଲରେ ଦେଖିଥିଲେ । ଏଥିରୁ ୩,୮୯୧ ନିୟୁତ ଦର୍ଶନ ମିନିଟ୍ ମିଳିଥିଲା ।

ମାର୍ଚ୍ଚ ୨୪ର ସେହି ସମ୍ବୋଧନ ଓ ଘୋଷଣା ଏ ପର୍ଯ୍ୟନ୍ତ ସବୁ ଠାରୁ ବଡ଼ ଟିଭି ଭିୟୁଅରସିପ୍‌ ଓ ବୃହତ ସମ୍ବାଦ ଘଟଣା (ନ୍ୟଜ୍‌ ଇଭେଣ୍ଟ) ଭାବେ ପରିଗଣିତ ହେଉଛି ।

ଗତ ବର୍ଷ ଅଗଷ୍ଟ ୮ରେ ଆର୍ଟିକିଲ୍ ୩୭୦ ଉପରେ ଘୋଷଣା ୧୬୩ଟି ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏହାକୁ ୬୫୪ ନିୟୁତ (୬୫.୪ କୋଟି) ଲୋକ oେଖିଥିଲେ ଓ ଏଥିରୁ ୯୩୪ ନିୟୁତ ଟିଭିଦେଖା ମିନିଟ୍ ମିଳିଥିଲା ।
First published: March 30, 2020, 9:12 PM IST
corona virus btn
corona virus btn
Loading