NEET UG 2021 ପରୀକ୍ଷା ସେପ୍ଟେମ୍ବର୍ ୧୨ରେ ହେବ; ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି

NEET UG 2021 to be held on September 12, says Education Minister | ଗତ ବର୍ଷ ଦେଶର ୧୫୫ଟି ସହରରେ ନୀଟ୍ ପରୀକ୍ଷା ଆୟୋଜିତ ହୋଇଥିଲା । ଏ ବର୍ଷ ୧୯୮ଟି ସହରରେ (NEET 2021) ଆୟୋଜିତ ହେବ । ଏନ୍.ଟି.ଏ. ସ୍ପଷ୍ଟ କରିଛି ଯେ ମେଡିକାଲ୍ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ କେବଳ ଥରେ କରାଯିବ।

NEET UG 2021 ପରୀକ୍ଷା ସେପ୍ଟେମ୍ବର୍ ୧୨ରେ ହେବ; ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି
NEET (UG) 2021 ପରୀକ୍ଷା ସେପ୍ଟେମ୍ବର୍ ୧୨, ୨୦୦୧ରେ ଅନୁଷ୍ଠିତ ହେବ । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ୍ ନିୟମାବଳୀ ପାଳନ କରି ସେପ୍ଟେମ୍ବର୍‌ ୧୨ ତାରିଖରେ ନୀଟ୍‌ ୟୁଜି ପରୀକ୍ଷା (NEET UG 2021) ଅନୁଷ୍ଠିତ ହେବ । ଏଥି ପାଇଁ ଜୁଲାଇ ୧୩ ତାରିଖ ମଙ୍ଗଳବାର ଅପରାହ୍ଣ ୫ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଏହି ସୂଚନା ଦେଇଛନ୍ତି ଦେଶର ନୂଆ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରରେ ଲେଖିଛନ୍ତି, ‘‘ସାରା ଦେଶରେ କରୋନା ଭାଇରସ୍‌ (COVID-19) ନିୟମାବଳୀର ଅନୁପାଳନ କରି NEET (UG) 2021 ପରୀକ୍ଷା ସେପ୍ଟେମ୍ବର୍‌ ୧୨, ୨୦୦୧ରେ ଅନୁଷ୍ଠିତ ହେବ । ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଅପରାହ୍ହ୍‌ଣ ୫ଟାରୁ NTAର ୱେବସାଇଟଗୁଡି଼କ ମାଧ୍ୟମରେ ଆରମ୍ଭ ହେବ ।’’

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

ଏ ବର୍ଷ ଦେଶର ୧୯୮ଟି ସହରରେ ନୀଟ୍‌ ପରୀକ୍ଷା (NEET 2021) ଆୟୋଜିତ ହେବ । ଗତ ବର୍ଷ ଦେଶର ୧୫୫ଟି ସହରରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା । ପ୍ରଧାନ ଏହା ବି କହିଛନ୍ତି ଯେ ଗତ ବର୍ଷ ୩,୮୬୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା, ହେଲେ ଏ ଥର ସେହି ସଂଖ୍ୟା ବୃଦ୍ଧି କରାଯିବ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

‘‘ସାମାଜିକ ଦୂରତା ନିୟମକୁ ସୁନିଶ୍ଚିତ କରିବା ପାଇଁ ପରୀକ୍ଷା କରାଯିବାକୁ ଥିବା ସହରଗୁଡ଼ିକର ସଂଖ୍ୟାକୁ ୧୫୫ରୁ ବଢେଇ ୧୯୮ କରାଯାଇଛି । ୨୦୨୦ରେ ୩,୮୬୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସେହି ସଂଖ୍ୟା ବି ବୃଦ୍ଧି କରାଯିବ,’’ ଟ୍ୱିଟରରେ ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।



ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ନିୟମାବଳୀଗୁଡ଼ିକୁ ପାଳନ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ଥିବା ସବୁ ପ୍ରାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ । ସେ କହିଛନ୍ତି, ‘‘COVID-19 ପ୍ରୋଟୋକଲଗୁଡି଼କର ଅନୁସରଣକୁ ନିଶ୍ଚିତ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ଥିବା ସବୁ ପ୍ରାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ। ପ୍ରବେଶ ଓ ପ୍ରସ୍ଥାନ ସମୟରେ ଷ୍ଟାଗ୍ ଟାଇମ୍ ସ୍ଲଟ୍, ଯୋଗାଯୋଗହୀନ ପଞ୍ଜୀକରଣ, ସଠିକ୍ ପରିମଳ ଓ ସାମାଜିକ ଦୂରତା ସହିତ ବସିବା ଇତ୍ୟାଦି ମଧ୍ୟ ନିଶ୍ଚିତ କରାଯିବ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ଦୁର୍ଘଟଣା ମୃତ୍ୟୁରଭାଇରାଲ୍ ମିଛଉପରେ ବର୍ଷିଲେ

ଏହା ପୂର୍ବରୁ NEET-UG 2021 ପରୀକ୍ଷା ଅଗଷ୍ଟ ୧, ୨୦୨୧ରେ କରାଯିବାକୁ ସ୍ଥିର ହୋଇଥିଲା । ପ୍ରାର୍ଥୀମାନେ ଅଧିକ ଅପଡେଟ୍‌ ପାଇଁ ଅଫିସିଆଲ୍ ୱେବସାଇଟ୍ ଅର୍ଥାତ୍ ntaneet.nic.in ରେ ଏହାର ଯାଞ୍ଚ କରିପାରିବେ ।

ହେଲେ କୋଭିଡ-୧୯ ମହାମାରୀର ଏବେ ଚାଲିଥିବା ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଲକ୍ଷ ଲକ୍ଷ ମେଡିକାଲ୍‌ ପରୀକ୍ଷା ଦେବାକୁ ଆଶାୟୀ ପ୍ରାର୍ଥୀ NEET-UG 2021କୁ ସ୍ଥଗିତ ରଖିବାକୁ ଦାବି କରିଆସୁଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବାକୁ ପିଲାମାନଙ୍କୁ ବାଧ୍ୟ କରିବା ଏକ ଅନ୍ୟାୟ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଟକ: ଛାଡ଼ପତ୍ର ପାଇଁ ବର୍ଷ କୋର୍ଟରେ ଲଢ଼ିବା ପରେ ହାତ ଧରି ଏକାଠି ଘରକୁ ଫେରିଲେ ପତି-ପତ୍ନୀ

ଅନେକ ଛାତ୍ର ଏହା ବି ପରାମର୍ଶ ଦେଇଛନ୍ତି ଯେ JEE ମେନ୍ ୨୦୨୧ ପରୀକ୍ଷା ପରି NEET UG ପରୀକ୍ଷାକୁ ବି ଚଳିତ ବର୍ଷ ଦୁଇ ଥର କିମ୍ବା ତିନି ଥର କରାଯିବା ଉଚିତ୍ । ହେଲେ ପରେ ଏନ୍‌.ଟି.ଏ. ସ୍ପଷ୍ଟ କରିଛି ଯେ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ କେବଳ ଥରେ କରାଯିବ।



କରୋନା ମହାମାରୀ ଓ ଦେଶବ୍ୟାପୀ ଲକଡାଉନକୁ ଦୃଷ୍ଟିରେ ରଖି NEET ପରୀକ୍ଷା ୨୦୨୦ରେ ସ୍ଥଗିତ ରଖାଯାଇଥିଲା। ଏକାଧିକ ଥର ସ୍ଥଗିତ ରହିବା ପରେ ଶେଷରେ ସେପ୍ଟେମ୍ବର ୨୦୨୦ରେ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା ।
Published by: Anand ST Das
First published: July 12, 2021, 7:44 PM IST