କରୋନା ଭାଇରସ୍: ପୁଣି ଚ଼ୀନରୁ ଫେରିଲେ ୩୨୩ ଭାରତୀୟ; ସେଠାରେ ମୃତ୍ୟୁ ସଂଖ୍ୟା ୩୦୪ ହେଲାଣି

ଶରୀରରେ ଅତ୍ୟଧିକ ତାପମାତ୍ରା ଥିବା ଯୋଗୁଁ ଛଅ ଜଣ ଭାରତୀୟଙ୍କୁ ଚ଼ୀନର ଅଧିକାରୀମାନେ ପ୍ରଥମ ବିମାନରେ ଚଢ଼ିବାକୁ ଦେଇନଥିଲେ । ତା’ଛଡ଼ା ୨୫ ଜଣ ଭାରତୀୟ ନିଜ ଇଚ୍ଛାରେ ଚ଼ୀନରେ ରହିଯାଇଥିଲେ । ପ୍ରାୟ ଶହେରୁ ଅଧିକ ଭାରତୀୟ ହୁଏଇର ଓହାନ ଅଞ୍ଚଳରେ ରହିଯାଇଛନ୍ତି ।

କରୋନା ଭାଇରସ୍: ପୁଣି ଚ଼ୀନରୁ ଫେରିଲେ ୩୨୩ ଭାରତୀୟ; ସେଠାରେ ମୃତ୍ୟୁ ସଂଖ୍ୟା ୩୦୪ ହେଲାଣି
ଚ଼ୀନ ଯିବା ପୂର୍ବରୁ ଏଆର୍‌ ଇଣ୍ଡିଆର ବୋଇଂ ବିମାନ ।
  • News18 Odia
  • Last Updated: February 3, 2020, 2:17 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଜିଂ: କରୋନା ଭାଇରସରେ ଆକ୍ରାନ୍ତ ଚୀନର ଉହାନ ସହରରୁ ରବିବାର ଦ୍ବିତୀୟ ଥର ପାଇଁ ବିମାନ ଯୋଗେ ଭାରତକୁ ଫେରାଇ ଅଣାଗଲା ୩୨୩ ଜଣ ଭାରତୀୟଙ୍କୁ ଓ ସାତ ଜଣ ମାଳଦ୍ବୀପ ନାଗରିକଙ୍କୁ । ଅଧିକାରୀମାନଙ୍କ ସୂଚନା ଅନୁସାରେ ଅଦ୍ୟାବିଧି ମୋଟ ୬୫୪ ଜଣଙ୍କୁ ଚ଼ୀନରୁ ଭାରତ ଫେରାଇ ଅଣାଯାଇସାରିଲାଣି । ଏହି ଉଦ୍ଧାର କାର୍ଯ୍ୟ ପାଇଁ ଏୟାର ଇଣ୍ଡିଆର ଜମ୍ବୋ ବି ୭୪୭ ବିମାନ ଚ଼ୀନର ଉହାନଙ୍କୁ ଦୁଇ ଥର ଉଡ଼ାଣ ଭରିଥିଲା ।

କରୋନା ଭାଇରସ ଯୋଗୁଁ ଚ଼ୀନରେ ଏ ପର୍ଯ୍ୟନ୍ତ ୩୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪,୩୮୦ ଜଣ ସଂକ୍ରମଣର ଶିକାର ହୋଇଛନ୍ତି ।

ଉହାନରୁ ଦ୍ବିତୀୟ ଥର ଏୟାର ଇଣ୍ଡିଆ ବିମାନ ୩୨୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରି ଆଜି ଦିଲ୍ଲୀରେ ଅବତରଣ କରିଛି । ସାତ ଜଣ ମାଳଦ୍ବୀପର ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଚ଼ୀନରେ ଥିବା ଭାରତୀୟ ରାଜଦୂତ ବିକ୍ରମ ମିଶ୍ରୀ ଟ୍ବିଟ୍ କରି ଚ଼ୀନର ବୈଦଶିକ ମନ୍ତ୍ରଣାଳୟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା ପାଇଁ ଧନ୍ୟବାଦ ଦେଇଛନ୍ତି ।

‘‘ହୁଏଇ ଓ ଉହାନର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି ଆମ ଟିମ୍ ୯୬ ଘଣ୍ଟା ଦୀର୍ଘ ଜଟିଳ ଅପରେସନରେ ଉଡ଼ାଣ ପାଇଁ ସହଯୋଗ କରିଥିବାରୁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ,’’ ଏକ ଟ୍ବିଟରେ କହିଛନ୍ତି ମିଶ୍ରୀ । ସେ ଟ୍ବିଟ୍ କରି ତୃଣମୂଳ ସ୍ତରକୁ ଯାଇ ସାହସିକତାର ସହ ସାଧାରଣ ଲୋକଙ୍କ ସେବା ପାଇଁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ଦୁଇ ଅଧିକାରୀ ଦୀପକ ପଦ୍ମକୁମାର ଓ ଏମ୍ ବାଲାକ୍ରିଷ୍ଣନକୁ ସ୍ବତନ୍ତ୍ରରୂପେ ପ୍ରଂଶସା କରିଛନ୍ତି ।

ଶରୀରରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଚାରିଜଣ ଭାରତୀୟଙ୍କୁ ଦ୍ବିତୀୟ ବିମାନରେ ଅଣାଯାଇ ପାରିଲା ନାହିଁ । ଶନିବାର ସକାଳୁ ଉହାନରୁ ୩୨୪ ଜଣ ଭାରତୀୟଙ୍କୁ ପ୍ରଥମ ବିମାନରେ ଉଦ୍ଧାର କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ରହିଥିବା ଜଣାଯାଇଛି । ଶରୀରରେ ଅତ୍ୟଧିକ ତାପମାତ୍ରା ଥିବା ଜଣାପଡ଼ିବା ପରେ ଛଅ ଜଣ ଭାରତୀୟଙ୍କୁ ଚ଼ୀନର ପ୍ରତ୍ୟାର୍ପଣ ବିଭାଗର କର୍ମଚାରୀମାନେ ପ୍ରଥମ ବିମାନରେ ଚଢ଼ାଇବାକୁ ଦେଇନଥିଲେ ।

କରୋନା ଭାଇରସର ଲକ୍ଷଣ ଅଛି କି ନାହିଁ ସେ ନେଇ ପରୀକ୍ଷା କରାଯିବା ପରେ ଜଣାପଡ଼ିବ ବୋଲି ଅଧିକାରୀ କହିଥିଲେ ।

ପଚିଶ ଜଣ ନିଜ ଇଚ୍ଛାରେ ରହିଯାଇଥିବା କହଛନ୍ତି ମିଶ୍ରୀ । ଏହା ବ୍ୟତୀତ ପ୍ରାୟ ଶହେରୁ ଅଧିକ ଭାରତୀୟ ହୁଏଇର ଓହାନ ଅଞ୍ଚଳରେ ରହିଯାଇଥିବା ସେ କହିଛନ୍ତି ।

ଉଦ୍ଧାର କାର୍ଯ୍ୟ ସମୟରେ ଭାରତୀୟ ରାଜଦୂତ ସମସ୍ତଙ୍କୁ ସୂଚୀତ କରି କହିଥିଲେ ଯେ ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ଚ଼ଉଦ ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର କ୍ୟାମ୍ପରେ ପରୀକ୍ଷଣରେ ରହିବାକୁ ପଡ଼ିବ ।
First published: February 3, 2020, 2:17 AM IST
corona virus btn
corona virus btn
Loading