News18 Odia Digital
ଭୁବନେଶ୍ୱର: କରୋନା ସଂକ୍ରମଣ ଓ ଲକଡାଉନ୍ ମାଡ଼ରେ ରାଜ୍ୟରେ ବେହାଲ ଅବସ୍ଥାରେ ପହଞ୍ଚିଲାଣି ଯୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନମାନେ (MSME) । କରୋନା କାରଣରୁ ବାରମ୍ବାର ଲକଡାଉନ ଓ ସଟଡାଉନ ପ୍ରଭାବରେ ଗଭୀର ଭାବରେ ପ୍ରଭାବିତ ହୋଇଛି ଏହି କ୍ଷେତ୍ର। ରାଜ୍ୟରେ ବନ୍ଦ ହେବାକୁ ବସିଲାଣି ପ୍ରାୟ ୪୦ ପ୍ରତିଶତ ଶିଳ୍ପ ପ୍ରତିଷ୍ଠାନ।
ରାଜ୍ୟରେ ପଞ୍ଜିକୃତ ୧୫ ଲକ୍ଷରୁ ଅଧିକ ମଏସଏମଇ ଶିଳ୍ପ ପ୍ରତିଷ୍ଠାନ ଭିତରୁ ପ୍ରାୟ ସାଢ଼େ ୪ ଲକ୍ଷ ପ୍ରତିଷ୍ଠାନ ଏବେ ଏକ ପ୍ରକାର ତାଲା ବନ୍ଦ୍ ଅବସ୍ଥାକୁ ଯିବାକୁ ବସିଲାଣି। ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ଆଶଙ୍କା ଏଭଳି କରୋନା ସ୍ଥିତି ଲାଗିରହିଲେ ପରିସ୍ଥିତି ଅଧିକ ଗମ୍ଭୀର ହେବ।
‘‘କୋଭିଡ-୧୯ କାରଣରୁ ପ୍ରାୟ ପାଞ୍ଚ ମାସ ହେଲା ବନ୍ଦ ପଡିଥିଲା ମୋ’ର ବ୍ୟବସାୟ । ଗତ ମାସରେ କିଛିଟା କରୋନା କଟକଣା କୋହଳ ହେବା ପରେ ଆମେ ଅଣ୍ଟା ସଳଖିଲା ବେଳକୁ ପୁଣି କରୋନ ମାଡ଼ ହେଲା । ଅଳ୍ପ ଲୋକରେ ଯାହା ବି ଉତ୍ପାଦନ ହେଉଛି ତାହା କିଣିବାକୁ ଗ୍ରାହକ ନାହାନ୍ତି। କେମିତି ଚାଲିବ ବ୍ୟବସାୟ? ପୂର୍ବରୁ ୨୦୦ ଲୋକଙ୍କୁ ନେଇ କାମ ଚାଲୁଥିଲା । ଏବେ ୨୦/୩୦ ପ୍ରତିଶତ ଲୋକଙ୍କୁ ନେଇ କାମ ଚାଲୁଛି। କଣ କରିବୁ?’’ ପଚାରିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଶିଳ୍ପ ଉଦ୍ୟୋଗୀ ବଂଶୀଧର ବାରିକ।
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ ସାଢ଼େ ୪ ଲକ୍ଷ ପ୍ରତିଷ୍ଠାନ ଏବେ ତାଲା ବନ୍ଦ ଅବସ୍ଥାକୁ ଯିବାକୁ ବସିଲାଣି । ସ୍ଥିତି ଏମିତି ଲାଗି ରହିଲେ ଆସନ୍ତା କିଛି ମାସ ଭିତରେ ବିପର୍ଯ୍ୟସ୍ତ ହୋଇପଡିବ ଏମଏସଏମଇ କ୍ଷେତ୍ର।

ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ ଶିଳ୍ପ ସଂସ୍ଥା
‘‘ରାଜ୍ୟରେ ସାମଗ୍ରିକଭାବେ ଏମଏସଏମଇ ଶିଳ୍ପର ଅବସ୍ଥା ଖରାପ ଥିବା ବେଳେ ଅଣୁ ଓ ଲଘୁ ଉଦ୍ୟୋଗଗୁଡ଼ିକର ସ୍ଥିତି ଅତ୍ୟନ୍ତ ଉଦବେଗଜନକ । ଏହି ଦୁଇ କ୍ଷେତ୍ର ହେଉଛି ସର୍ବାଧିକ ପ୍ରଭାବିତ। ସରକାରୀ ପ୍ରୋତ୍ସାହନର ସେଭଳି ପ୍ରଭାବ ପରିଲକ୍ଷିତ ହେଉନାହିଁ । ମାସ ମାସ ଧରି ଶିଳ୍ପ ବନ୍ଦ ରହିବା କାରଣରୁ ଋଣ ଭାର ବଢୁଛି। ଦକ୍ଷ, କୁଶଳୀ କର୍ମଚାରୀଙ୍କୁ ଶିଳ୍ପ ପ୍ରତିଷ୍ଠାନ ହାତଛଡ଼ା କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଶିଳ୍ପ କ୍ଷେତ୍ର ଲାଗି ସରକାର ଅଧିକ ଉଦାର ନୀତି ଗ୍ରହଣ କରିବା ଦରକାର,’’ କହିଛନ୍ତି ୟୁସିସିଆଇ ସଭାପତି ରମେଶ ମହାପାତ୍ର ।
ସଦ୍ୟତମ ଅର୍ଥନୈତିକ ରିପୋର୍ଟ ଅନୁସାରେ ଏମଏସଏମଇ କ୍ଷେତ୍ରରେ ରାଜ୍ୟରେ ପଞ୍ଜିକୃତ ମୋଟ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷରୁ ଅଧିକ । କରୋନା ମହାମାରୀ ପୂର୍ବରୁ ଏହି ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଥିଲା । ଏମାନେ ପ୍ରାୟ ୪୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଠି କରିଥାନ୍ତି । ଲକଡାଉନର ପ୍ରଭାବରେ ଏମାନେ ଏବେ ସଙ୍କଟରେ । ଫଳରେ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ କର୍ମ ସଂସ୍ଥାନ ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଛନ୍ତି ମହାପାତ୍ର ।
ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ଅଣୁ ଓ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଲାଗି ସରକାର ପ୍ରୋତ୍ସାହନ ବଢ଼ାଇବା ଉଚିତ । ଶିଳ୍ପ ବିଶେଷଜ୍ଞ ଭବାନୀ ଶଙ୍କର ପାଣି କହିଛନ୍ତି, ‘‘ଏବେ କୋଭିଡ ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ରାଜ୍ୟର ୧୫ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଭାଗ୍ୟ । ଏବେ କୋଭିଡ ନିୟନ୍ତ୍ରଣ ଉପରେ ନିର୍ଭର କରୁଛି ରାଜ୍ୟର ୧୫ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଭାଗ୍ୟ । ସମୟ ସହିତ ତାଳ ଦେଇ ରାଜ୍ୟରେ ଏମଏସଏମଇ କ୍ଷେତ୍ରକୁ କିଛି ଭିନ୍ନ ଭାବରେ ଭାବିବାକୁ ପଡ଼ିବ। ନହେଲେ ଆଗକୁ ଏଥି ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ।’’
ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେଏହା ବି ପଢ଼ନ୍ତୁ: କଳହର କରୁଣ ପରିଣତି: ପତ୍ନୀ ଓ ଶାଶୁ ମିଶି ଝାଡ଼ୁରେ ପିଟିଲେ, ତେଣୁ ସେ ଆତ୍ମହତ୍ୟା କଲେ‘‘ଏମଏସଏମଇ କ୍ଷେତ୍ର ପାଇଁ ସରକାରୀ ପ୍ରୋତ୍ସାହନ ରହିଛି । କିନ୍ତୁ ସ୍ଥିତିରେ ସୁଧାର ଆସିବାକୁ ସମୟ ଲାଗିବ,’’ କହିଛନ୍ତି ଅର୍ଥନୀତିଜ୍ଞ ଚିତ୍ତରଞ୍ଜନ ବେହେରା ।
ଦୟାକରି ଦୁଇ ମିନିଟ ସମୟ ଦେଇ ଉପରେ ଥିବା ଏହି ସର୍ଭେରେ ଭାଗ ନିଅନ୍ତୁ ।ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।