ବିଦେଶରେ ଫସି ରହିଥିବା ଦୁଇ ଲକ୍ଷ ଭାରତୀୟ ଫେରିବେ ଦେଶକୁ; ମେ ୭ରୁ ବିମାନ ଯିବ

ମେ ୭ ତାରିଖରୁ ମେ ୧୩ ତାରିଖ ପର୍ଯ୍ୟନ୍ତ ଭାରତ ସରକାର ପର୍ଯ୍ୟାୟ କ୍ରମେ ୟୁ.ଏ.ଇ.କୁ ୧୦ଟି ବିମାନ, ୟୁ.ଏସ୍‌.ଏ. ଓ ୟୁ.କେ.କୁ ୭ଟି ଲେଖାଁଏ ବିମାନ, ସାଉଦି ଆରବ ଓ ସିଙ୍ଗାପୁରକୁ ୫ଟି ଲେଖାଏଁ ବିମାନ ଓ କତାରକୁ ୨ଟି ବିମାନ ପଠାଇବେ ।

ବିଦେଶରେ ଫସି ରହିଥିବା ଦୁଇ ଲକ୍ଷ ଭାରତୀୟ ଫେରିବେ ଦେଶକୁ; ମେ ୭ରୁ ବିମାନ ଯିବ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲକ୍‌ଡାଉନ୍‌ କାରଣରୁ ବିଦେଶରେ ଅଟକ ରହି ଯାଇଥିବା ପାଖାପାଖି ଦୁଇ ଲକ୍ଷ ଭାରତୀୟଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪,୮୦୦ଙ୍କୁ ସ୍ୱଦେଶ ଫେରାଇ ଆଣବା ପାଇଁ ଭାରତ ସରକାର ଆସନ୍ତା ମେ ୭ ତାରିଖରୁ ବିଭିନ୍ନ ରାଷ୍ଟ୍ରକୁ ବିମାନ ପଠାଇବେ । ଏ ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ମେ ୭ ତାରିଖରୁ ମେ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସ୍ଥାନାନ୍ତର ସରିବ ।

ଏହି ସମୟ ମଧ୍ୟରେ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସର ୬୪ ବିମାନଟି ବିମାନ ବିଭିନ୍ନ ବିଦେଶୀ ରାଷ୍ଟ୍ରମାନଙ୍କୁ ଉଡାଣ ଭରିବା ସହ ସେଠାରେ ଅଟକ ପଡ଼ିଥିବା ଭାରତୀୟମାନଙ୍କ ମଧ୍ୟରୁ ୧୪,୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବେ । ସଂଯୁକ୍ତ ଆରବ ଏମିରେଟସ୍‌, ବ୍ରିଟେନ, ଆମେରିକା, କତାର, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଫିଲିପିନ୍ସ, ବାଂଲାଦେଶ, ବାହାରିନ୍‌, କୁଏତ୍‌ ଓ ଓମାନରେ ଲକଡାଉନ୍‌ କାରଣରୁ ଅଟକ ରହିଯାଇଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହେବ।

କରୋନା ଭାଇରସର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖ ଠାରୁ ଦେଶରେ ଲକ୍‌ଡାଉନ ଜାର କରିଥିଲେ । ଫଳରେ ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ବନ୍ଦ ରହିଥିଲା । ଆସନ୍ତା ମେ ୭ ତାରିଖରୁ ଭାରତ ସରକାର ପର୍ଯ୍ୟାୟ କ୍ରମେ ମେ ୧୩ ତାରିଖ ମଧ୍ୟରେ ୟୁ.ଏ.ଇ.କୁ ୧୦ଟି ବିମାନ, ୟୁ.ଏସ୍‌.ଏ. ଓ ୟୁ.କେ.କୁ ୭ଟି ଲେଖାଁଏ ବିମାନ, ସାଉଦି ଆରବକୁ ୫ଟି ବିମାନ, ସିଙ୍ଗାପୁରକୁ ୫ଟି ବିମାନ ଓ କତାରକୁ ୨ଟି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ପଠାଇବେ । ଏହି ବିମାନଗୁଡ଼ିକ ବିଦେଶ ଭୂଇଁରେ ଅଟକି ରହିଯାଇଥିବା ୧୪,୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବେ ।

ସୂତ୍ରରୁ ମିଳିଥିବା ଉପସାଗରୀୟ ଦେଶ ଗୁଡ଼ିକରେ ପ୍ରାୟ ୧୦ ହଜାରରୁ ଅଧିକ ଭାରତୀୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ୮୪ ଜଣ ଭାରତୀୟଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି ।

ବିମାନ ବ୍ୟତୀତ ନୌସେନାର ଜାହାଜ ବି ପ୍ରବାସୀ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବ୍ୟବହାର ହେବ । ଆଜି କେତେକ ଜାହାଜ ବାହାରିଯାଇଥିବାର ସୂଚନା ମିଳିଛି । ସେହି ଜାହାଜଗୁଡ଼ିକ କେରଳର କୋଟି ବନ୍ଦରରୁ ବାହାରିଛି ଓ ପ୍ରବାସୀ ଭାରତୀୟମାନଙ୍କୁ ନେଇ ପୁଣି କୋଚିରେ ପହଞ୍ଚିବ ବୋଲି ଜଣା ପଡ଼ିଛି ।
First published: May 5, 2020, 9:33 PM IST
corona virus btn
corona virus btn
Loading