ରିପବ୍ଲିକ୍ ଡେ ପରେଡରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିବା ପ୍ରାୟ ୧୫୦ ସୈନିକ କରୋନା ପଜିଟିଭ୍: ସୂତ୍ର
ଏଥର ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନଙ୍କୁ ଗଣତନ୍ତ୍ର ଦିବସ ୨୦୨୧ ଉତ୍ସବର ମୁଖ୍ୟ ଅତିଥି ଭାବରେ ଭାରତ ନିମନ୍ତ୍ରଣ କରିଛି । ଆଜିକାଲି ବ୍ରିଟେନରେ ଏକ ନୂଆ କୋଭିଡ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଯାହା ଅତ୍ୟନ୍ତ ବିପଜ୍ଜନକ ଅଟେ ।

ରିପବ୍ଲିକ୍ ଡେ ପରେଡରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚି ଥିବା ପ୍ରାୟ ୧୫୦ ସୈନିକ କରୋନା ପଜିଟିଭ୍: ସୂତ୍ର
- News18 Odia
- Last Updated: December 26, 2020, 3:39 PM IST
ନୂଆ ଦିଲ୍ଲୀ: ଗଣତନ୍ତ୍ର ଦିବସ (Republic Day) ପରେଡ ପାଇଁ ଦିଲ୍ଲୀରେ ପହଞ୍ଚିଥିବା ପ୍ରାୟ ୧୫୦ ସୈନିକ କରୋନା ପଜିଟିଭ୍ (Corona Positive) ବୋଲି ଜଣାପଡିଛି । ରିପବ୍ଲିକ୍ ଡେ ଓ ଆର୍ମି ଡେରେ ଯୋଗଦେବାକୁ ଆସିଥିବା ଏହି ସମସ୍ତ ସୈନିକଙ୍କୁ (soldier) ଏକ ସୁରକ୍ଷିତ ବାୟୋ ବବଲକୁ ପଠାଇବା ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟ ବାହାରକୁ ଆସିବା ପରେ ଜଣାପଡିଛି ଯେ ଏହି ସୈନିକ ମାନଙ୍କ ମଧ୍ୟରୁ କେତେକ କରୋନା ପଜିଟିଭ୍ ଅଛନ୍ତି । ଦି ହିନ୍ଦୁରେ ପ୍ରକାଶିତ ଖବର ଅନୁଯାୟୀ ସୂତ୍ର ମାଧ୍ୟମରେ ପ୍ରକାଶ ହୋଇଛି ଯେ ଏମାନେ ସବୁ ଏ ଲକ୍ଷଣାଧାରୀ (A Symptoms) ଅଟନ୍ତି । ସକାରାତ୍ମକ ସୈନିକମାନଙ୍କୁ ଦିଲ୍ଲୀର ଛବୀନରେ କ୍ଵାରାଣ୍ଟିନ କରାଯାଇଛି ।
ଗତ ବର୍ଷ ଜନସନ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ପ୍ରମୁଖ ବିଦେଶ ଯାତ୍ରା ହେବ । ଏଭଳି ପରିସ୍ଥିତିରେ ଏତେ ସଂଖ୍ୟକ ସୈନିକଙ୍କ କରୋନା ପଜିଟିଭ୍ ହେବାର ଖବର ହଡ଼କମ୍ପ ସୃଷ୍ଟି କରିଛି । ଗଣତନ୍ତ୍ର ଦିବସ ଅବସରରେ ହଜାର ହଜାର ସୈନିକ ପ୍ରଦର୍ଶନ କରିଥାନ୍ତି । ଏପରି ପରିସ୍ଥିତିରେ ଅଧିକ ସୈନିକଙ୍କ କରୋନା ପଜିଟିଭ୍ ହେବାର ଭୟ ରହିଛି ।