News18 Odia Digital
କଟକ: କଟକ ମୁଣ୍ଡଳୀ ଠାରେ ଥିବା NDRF ତୃତୀୟ ବାଟାଲିୟନର ଜଣେ ଯବାନ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ଆସିବା ପରେ ସଂପୃକ୍ତ ଯବାନଙ୍କୁ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଯବାନ ନିଜ ଟିମ୍ ସହିତ ବତ୍ୟା ଅମ୍ଫନ ମୁକାବିଲା ପାଇଁ ପଶ୍ଚିମ ବଙ୍ଗ ଯାଇ ଫେରିଥିଲେ।
ପଶ୍ଚିମ ବଙ୍ଗ ଯାଇଥିବା NDRF ଟିମର ମୋଟ ୧୭୩ ଜଣ ଯାକ ଯବାନ ଗୁରୁବାର ଦିନ ଓଡ଼ିଶା ଫେରିଥିଲେ । କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଏହି ଯବାନଙ୍କର ସ୍ୱାବ ଶୁକ୍ରବାର ଦିନ ସଂଗୃହିତ ହୋଇଥିଲା। SCB ହସପିଟାଲରେ ପରୀକ୍ଷା ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି । ଏହା ଜଣା ପଡ଼ିବା ପରେ ବାକି ଥିବା ସମସ୍ତ ୧୭୨ ଜଣ ଯବାନଙ୍କ ସ୍ୱାବ ପରୀକ୍ଷା କରାଯାଇଛି ।
‘‘ଅମ୍ଫନ ଲାଗି ଆମର ୧୭୩ ଜଣିଆ ଏକ ବୃହତ ଟିମ ପଶ୍ଚିମ ବଙ୍ଗ ଯାଇଥିଲା। ୪ ତାରିଖରେ ସେମାନେ ବାଟାଲିୟନକୁ ଫେରିଥିଲେ। ସେମାନଙ୍କୁ କ୍ୱାରେଣ୍ଟିନରେ ରଖା ଯାଇଥିଲା। ଆଜି ଜଣେ ଯବାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପୂରା ଟିମର ସଦସ୍ୟଙ୍କ ସ୍ୱାବ ଶନିବାର ଦିନ ପରୀକ୍ଷା ପାଇଁ ଯାଇଛି,’’ କହିଛନ୍ତି NDRF ତୃତୀୟ ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ ଏ.କେ. ପଟ୍ଟନାୟକ।

ପଶ୍ଚିମ ବଙ୍ଗ ଯାଇଥିବା NDRF ଟିମର ମୋଟ ୧୭୩ ଜଣ ଯାକ ଯବାନ ଗୁରୁବାର ଦିନ ଓଡ଼ିଶା ଫେରିଥିଲେ ।
କଟକ ଜିଲ୍ଲାର କରୋନା ସ୍ଥିତି ଧୀରେ ଧୀରେ ଜଟିଳ ହେବାକୁ ଲାଗିଛି। ଗୁରୁବାର ଦିନ ୨୩ ଜଣ ପଜିଟିଭ ଆସିବା ପରେ ଶନିବାର ଦିନ ଏଥିରେ ଆଉ ୧୫ ନୂଆ ରୋଗୀ ଯୋଡ଼ି ହୋଇ ଯାଇଛନ୍ତି । ଫଳରେ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଁଚିଛି।
ପଶ୍ଚିମ ବଙ୍ଗକୁ ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ କରି ଆଜି ସେଠାରୁ ଫେରିଛନ୍ତି ୩୭୨ ଜଣ ଅଗ୍ନିଶମ ଯବାନ। ସେମାନଙ୍କୁ ଭୁବନେଶ୍ୱର-ପୁରୀ ରୋଡ଼ରେ ଥିବା ପୂର୍ବ-ନିର୍ଦ୍ଧାରିତ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ କ୍ୱାରେଣ୍ଟିନରେ ରଖାଯାଇଛି। ସମସ୍ତଙ୍କର ସ୍ୱାବ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଅଗ୍ନିଶମ ବିଭାଗ।
‘‘ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଣ୍ଟିନରେ ରଖା ଯାଇଛି। କ୍ୱାରେଣ୍ଟିନ ଅବଧି ମଧ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ,’’ କହିଛନ୍ତି ଅଗ୍ନିଶମ ଆଇ.ଜି. ଅସିତ ପାଣିଗ୍ରାହୀ।
ଏହାରି ଭିତରେ ଏକ ହୃଦୟଥରା ଘଟଣା କଟକରେ ଘଟିଛି। ଛାତିରେ ଯନ୍ତ୍ରଣା ସହ ଥଣ୍ଡା କାଶ ଅନୁଭବ କରିବାରୁ ଛତ୍ରବଜ଼ାର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଗତସିଂହପୁର ଜିଲ୍ଲା ବାସିନ୍ଦା ଜଣେ ୧୬ ବର୍ଷ ବୟସ୍କା ବାଳିକା ଭର୍ତ୍ତି ହୋଇଥିଲେ । ଶୁକ୍ରବାର ଦିନ ୧୦ଟା ୫୫ ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ସମ୍ପୃକ୍ତ ବାଳିକାଙ୍କର ସ୍ୱାବ ପରୀକ୍ଷା ହୋଇ ନ ଥିବାରୁ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି ସନ୍ଦେହ କରାଯାଇଥିଲା। ହସ୍ପିଟାଲରୁ ଖବର ପାଇ CMCର ୱାର୍ଡ ଅଫିସର ସେଠାରେ ପହଞ୍ଚିଥିଲେ । ମୃତ ଦେହକୁ ନିଜ ଗାଁକୁ ନ ନେଇ କଟକରେ ହିଁ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାକୁ ବାଳିକାଙ୍କ ପରିବାର ନିଷ୍ପତ୍ତି କରିଥିଲା । ଫଳରେ କାଠଯୋଡ଼ି ନଦୀ କୂଳରେ ତାଙ୍କର ପରିବାର ଲୋକଙ୍କ ସହ CMC କର୍ମଚାରୀ ମାନେ ପି.ପି.ଇ. କିଟ ପିନ୍ଧି ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ CMCର ପ୍ରତିକ୍ରିୟା ମିଳି ପାରିନାହିଁ।
ଏହା ବି ପଢ଼ନ୍ତୁ: ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।