କରୋନା ମୁକାବିଲା: ଆଙ୍କର୍ ଓ ରିପୋର୍ଟରମାନଙ୍କୁ ମିଳୁଥିବା ଧମକ ଉପରେ ଚିନ୍ତା ବ୍ୟକ୍ତ କଲା ଏନ୍.ବି.ଏ.

ନ୍ୟୁଜ୍ ଚାନେଲମାନେ କରୋନା ଭାଇରସ୍ ବିସ୍ତାରରେ ତବଲିଘି ଜମାତର ଭୂମିକାକୁ ପ୍ରକାଶ କରିବା ପରେ ଆଙ୍କର୍ ଓ ରିପୋର୍ଟରମାନଙ୍କୁ ଅନଲାଇନରେ ଗାଳିଗୁଲଜ କରିବା ଓ ଧମକ ଦେବା ଘଟଣାଗୁଡ଼ିକ ସାମନାକୁ ଆସିଛି ।

କରୋନା ମୁକାବିଲା: ଆଙ୍କର୍ ଓ ରିପୋର୍ଟରମାନଙ୍କୁ ମିଳୁଥିବା ଧମକ ଉପରେ ଚିନ୍ତା ବ୍ୟକ୍ତ କଲା ଏନ୍.ବି.ଏ.
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗର କିଛି ଲୋକ ନ୍ୟୁଜ୍ ଚ୍ୟାନେଲମାନଙ୍କରେ କାର୍ଯ୍ୟ କରୁଥିବା ଆଙ୍କର୍ ଓ ରିପୋର୍ଟରଙ୍କୁ ଅନଲାଇନରେ ଗାଳିଗୁଲଜ କରିବା ଓ ଧମକ ଦେବା ଘଟଣାଗୁଡ଼ିକ ବିଷୟରେ ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ (NBA) ଚିନ୍ତା ବ୍ୟକ୍ତ କରିଛି ।

ଇଲେକ୍ଟ୍ରୋନିକ୍ ମିଡିଆ ନିକଟରେ କରୋନା ଭାଇରସ୍ ବିସ୍ତାରରେ ତବଲିଘି ଜମାତର ଭୂମିକାକୁ ପ୍ରକାଶ କରିବା ପରେ ଏହି ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକ ଲକ୍ଷ୍ୟ କରାଯାଇଛି । ତବଲିଘି ଜମାତର ଭୂମିକା ଫଳରେ ଦେଶବ୍ୟାପୀ ଅନେକ କରୋନା ଭାଇରସ୍‌ ପଜିଟିଭ୍‌ ମାମଲା ଆସିଛି ଓ ମୃତ୍ୟୁ ଘଟିଛି ।

ନ୍ୟୁଜ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଆଙ୍କର୍ ଓ ରିପୋର୍ଟରମାନଙ୍କୁ ହ୍ୱାଟ୍ସ ଆପ୍, ଟିକଟକ୍ ଓ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଶେଷ ଭାବରେ ଟାର୍ଗେଟ କରାଯାଉଛି । ସୋସିଆଲ ମିଡିଆରେ ଏପରି ଭିଡିଓ ପ୍ରସାରିତ ହୋଇଛି ଯେଉଁଥିରେ କେତେକ ଧାର୍ମିକ ପ୍ରଚାରକ କିଛି ଟିଭି ନ୍ୟୁଜ୍ ଆଙ୍କରଙ୍କ ନାମ ନେଉଛନ୍ତି ଓ ସେହି ଚ୍ୟାନେଲଗୁଡ଼ିକର ରିପୋର୍ଟରଙ୍କ ଉପରେ ଆକ୍ରମଣର ଧମକ ଦେଉଛନ୍ତି ।

ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ ସମାଜର ଏହି କ୍ଷତିକାରକ ଧାରାକୁ ଦୃଢ଼ ନିନ୍ଦା କରିବା ସହ ସରକାର ତଥା ଆଇନ ଲାଗୁକାରୀ ସଂସ୍ଥାଗୁଡ଼ିକୁ ଏପରି ସାମାଜ-ବିରୋଧୀ ଉପାଦାନଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଅନୁରୋଧ କରିଛି ।

ବର୍ତ୍ତମାନର ଲକଡାଉନ୍ ସମୟରେ ଭାରତରେ କରୋନା ଭାଇରସ୍ ମହାମାରୀ ବିଷୟରେ ଖବର ଦେବାରେ ଇଲେକ୍ଟ୍ରୋନିକ୍ ମିଡିଆ ଏକ ଆଦର୍ଶ କାର୍ଯ୍ୟ କରିଛି ଓ ରିପୋର୍ଟଗୁଡ଼ିକ ସାମଗ୍ରିକଭାବେ ଯଥାର୍ଥ, ସଠିକ୍ ଓ ସନ୍ତୁଳିତ ରହିଛି । କରୋନାଭାଇରସ୍ ମହାମାରୀ ଉପରେ ଟିଭି ବିତର୍କରେ ସମାଜର ସମସ୍ତ ବର୍ଗକୁ ଯଥାର୍ଥ ପ୍ରତିନିଧିତ୍ୱ ଦିଆଯାଇଛି ।

ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଆସୋସିଏସନ୍ ଧାର୍ମିକ ମୌଳବାଦୀମାନଙ୍କୁ ଖୋଲା ଧମକ ଦେବାରୁ ଓ ନ୍ୟୁଜ୍ ଚ୍ୟାନେଲମାନଙ୍କ ବିରୁଦ୍ଧରେ ଇଙ୍ଗିତ ନ କରିବାକୁ ଆହ୍ୱାନ ଦେଇଛି । ଏହି ପରି କାର୍ଯ୍ୟକଳାପ ଆମ ସମ୍ବିଧାନରେ ଦର୍ଶାଯାଇଥିବା ବକ୍ତବ୍ୟ ଓ ଅଭିବ୍ୟକ୍ତିର ସ୍ୱାଧୀନତାର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି ।

ମୌଳବାଦୀଙ୍କ ସମେତ ସମାଜର ସମସ୍ତ ବର୍ଗଙ୍କ ପାଇଁ ନ୍ୟୁଜ୍ ଚ୍ୟାନେଲଗୁଡ଼ିକ ଉପଲବ୍ଧ । NBA ଏହି ନେତାମାନଙ୍କୁ ଆଗକୁ ଆସି କରୋନା ଭାଇରସର ବିସ୍ତାର କରିବାରେ ତବଲିଘି ଜାମାତର ଭୂମିକା ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଆହ୍ୱାନ ଦେଇଛି ।
First published: April 6, 2020, 1:21 PM IST
corona virus btn
corona virus btn
Loading