ଏବେ କରୋନା ଟିକା ଖୋଲା ବଜାରରେ ମିଳୁ ବୋଲି PMଙ୍କୁ ଚିଠି ଲେଖି ଅନୁରୋଧ କଲେ ନବୀନ

ଦୈନିକ କରୋନା ଟିକାର ୩ ଲକ୍ଷ ଡୋଜ୍ ଦିଆଗଲେ ୪୫ ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କ ଟିକାକରଣ ପାଇଁ ୧୬୦ ଦିନ ସମୟ ଲାଗିବ, ହେଲେ ଟିକା ନ ଥିବାରୁ ଓଡ଼ିଶା ଏହି ଟାର୍ଗେଟ ହାସଲ କରିବା କଷ୍ଟ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏବେ କରୋନା ଟିକା ଖୋଲା ବଜାରରେ ମିଳୁ ବୋଲି PMଙ୍କୁ ଚିଠି ଲେଖି ଅନୁରୋଧ କଲେ ନବୀନ
ନବୀନ ପଟ୍ଟନାୟକ (ବାମ) ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।
  • News18 Odia
  • Last Updated: April 17, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ମଧ୍ୟରେ ଖୋଲା ବଜାରରେ ଏହି ଟିକା ମିଳୁ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ସଂଖ୍ୟାରେ ଟିକା ଯୋଗାଇ ଦିଆଯାଉ ବୋଲି ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ସେ ।

କରୋନା ଟିକା ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଚିଠି ଲେଖିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମୁଖ୍ୟ ମନ୍ତ୍ରୀଙ୍କୁ ସମର୍ଥନ କରିଥିବା ବେଳେ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ସହଭାଗିତାରେ କାମ କରିବା ଦରକାର । ‘‘ଏବେ ବ୍ଲେମ୍‌ ଗେମର ସମୟ ନୁହେଁ,’’ କହିଛନ୍ତି ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍୧ରୁ ଏହି ସବୁ ବ୍ୟାଙ୍କ୍ ଚେକ୍ ବୁକ୍ ପାସ୍ ବୁକ୍ ଆଉ କାମ କରୁନାହିଁ; ଜାଣନ୍ତୁ କେଉଁ ବ୍ୟାଙ୍କ୍

‘‘ଦୈନିକ କରୋନା ଟିକାର ୩ ଲକ୍ଷ ଡୋଜ୍ ଦିଆଗଲେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ପାଇଁ ୧୬୦ ଦିନ ସମୟ ଲାଗିବ । କିନ୍ତୁ ଟିକା ପ୍ରଦାନରେ ଅସୁବିଧା ଯୋଗୁଁ ଆମେ ଏହି ଟାର୍ଗେଟ ହାସଲ କରିବାରେ ଚ୍ୟାଲେଞ୍ଜର ସାମନା କରୁଛୁ । ତେଣୁ ଓଡ଼ିଶାକୁ ୨୫ ଲକ୍ଷ ଭ୍ୟାକ୍ସିନ ଯୋଗାଇ ଦିଆଯାଉ ଓ ବର୍ତ୍ତମାନର କରୋନା ସ୍ଥିତିକୁ ନଜରରେ ରଖି ଭ୍ୟାକ୍ସିନକୁ ଖୋଲା ବଜାରରେ ବିକ୍ରି କରିବାର ଅନୁମତି ଦିଆଯାଉ । ଏହା ଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ,’’ ନିଜ ଚିଠିରେ ଲେଖିଛନ୍ତି ନବୀନ ପଟ୍ଟନାୟକ ।

ପ୍ରଧାନ ମନ୍ତ୍ରୀଙ୍କୁ ନବୀନ ଲେଖିଥିବା ଚିଠିର ପ୍ରଥମ ପୃଷ୍ଠା


ତା’ ଛଡ଼ା ବିଶ୍ୱରେ ସ୍ୱୀକୃତ ଟିକାକୁ ଆମ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବାକୁ ମଧ୍ୟ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ‘‘ସର୍ବାଧିକ କରୋନା ସଂକ୍ରମିତ ସହରଗୁଡି଼କୁ ପ୍ରାଧାନ୍ୟ ଦିଆଯାଉ । ରାଜ୍ୟଗୁଡି଼କୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦିଆଯାଉ । ଏହା ଦ୍ୱାରା କରୋନା ସହ ଲଢି଼ବାରେ ଶକ୍ତି ମିଳିବ । ଓଡି଼ଶାରେ ଟିକା ନେବା ପାଇଁ ଲୋକେ ଆଗ୍ରହୀ ଅଛନ୍ତି । ମାତ୍ର ଟିକା ଉପଲବ୍ଧ ନ ଥିବାରୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି,’’ ଲେଖିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

ଭାରତରେ ଟିକା ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି ଓ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଟିକା ଉତ୍ପାଦନ ବଢ଼ାନ୍ତୁ ବୋଲି ମୁଖ୍ୟ ମନ୍ତ୍ରୀ ଏହି ଚିଠିରେ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ପଟ୍ଟନାୟକ ପ୍ରଧାନ ମନ୍ତ୍ରୀଙ୍କୁ ଏହି ଚିଠି ଲେଖିବାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, ‘‘ମୁଖ୍ୟ ମନ୍ତ୍ରୀ ଚିଠି ଲେଖି ଠିକ୍ କରିଛନ୍ତି । ରାଜ୍ୟରେ ଟିକା ନାହିଁ ବୋଲି ଜଣା ପଡ଼ିଯାଇଛି । ଟିକାକୁ ଖୋଲା ମାର୍କେଟକୁ ଅଣାଯାଉ । ଟିକା ସମସ୍ତଙ୍କୁ ଦିଆଯାଉ । ଏଥିରେ ବୟସ ଦେଖା ନ ଯାଉ । ତୁରନ୍ତ ପ୍ରଧାନ ମନ୍ତ୍ରୀ ଏଥି ପାଇଁ ବ୍ୟବସ୍ଥା କରନ୍ତୁ।’’

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ମନ୍ତ୍ରୀ ଓଡ଼ିଶାର ସ୍ଥିତି ପ୍ରଧାନ ମନ୍ତ୍ରୀଙ୍କୁ ଜଣାଇବା ସ୍ୱାଗତଯୋଗ୍ୟ ବୋଲି କହଥିଲେ ବି ବର୍ତ୍ତମାନ ସ୍ଥିତିରେ ସଙ୍ଘୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ସହଭାଗିତାରେ କାମ କରିବା ଦରକାର ବୋଲି ଜୋର୍‌ ଦେଇ କହିଛନ୍ତି ।



ରାଜ୍ୟରେ କରୋନା ଟିକାର ଅଭାବ ଯୋଗୁଁ ଶନିବାର ଦିନ ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଥିଲା I ରାଜ୍ୟର ୧,୫୦୦ ଟିକାକରଣ କେନ୍ଦ୍ରରୁ ୧,୦୭୩ଟି କେନ୍ଦ୍ରରେ ଟିକା ନ ଥିବାରୁ ଟିକାକରଣ ବନ୍ଦ ରଖାଯାଇଥିବା ଜଣାପଡ଼ିଛି l ରାଜ୍ୟରେ ଯେତିକି ଟିକା ରହିଛି ସେଥିରେ ଆଗାମୀ ଦୁଇରୁ ତିନି ଦିନ ଟିକାକରଣ ହୋଇପାରିବ ବୋଲି କହିଛନ୍ତି ଅଧିକାରୀମାନେ l ରାଜ୍ୟରେ ଏବେ କୋଭିସିଲିଡ଼ ଟିକାର ୩.୬ ଲକ୍ଷ ଡୋଜ୍‌ ଓ କୋଭକ୍ସିନ୍‌ ଟିକାର ୨.୩ ଲକ୍ଷ ଡୋଜ ରହିଥିବା ଜଣାପଡ଼ିଛି I
Published by: Anand ST Das
First published: April 17, 2021, 11:54 PM IST