News18 Odia Digital
ଭୁବନେଶ୍ୱର: କରୋନା ଭାଇରସ୍ ଟିକା ପାଇଁ ଦେଶର ସବୁ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି ସେ ।ନବୀନ ଲେଖିଛନ୍ତି ଯେ ଟିକା ପାଇଁ ପରସ୍ପର ଭିତରେ ନ ଲଢ଼ି ଏକାଠି ଲଢ଼ିବାକୁ ହେବ । ଲୋକଙ୍କୁ ସୁରକ୍ଷା ଦେବାର ଏକ ମାତ୍ର ମାଧ୍ୟମ ଟିକା ବୋଲି ଦର୍ଶାଇ ସେ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନ କଲେ କୌଣସି ରାଜ୍ୟ ସୁରକ୍ଷିତ ରହିବେ ନାହିଁ ।
କେନ୍ଦ୍ର ସରକାର ନିୟମ କୋହଳ କରିବା ପରେ କେତେକ ରାଜ୍ୟ ଗ୍ଲୋବାଲ୍ ଟେଣ୍ଡର ଡାକିଥିଲେ, ହେଲେ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ଏକ ମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ ବୋଲି କହିଛନ୍ତି ପଟ୍ଟନାୟକ । ସବୁ ଲୋକଙ୍କ ଟିକାକରଣ ପାଇଁ ନିୟମକୁ କୋହଳ କରିବା ପାଇଁ ରାଜ୍ୟମାନଙ୍କୁ ଅନୁମତି ମିଳୁ ବୋଲି ବି ସେ ଏହି ଚିଠିରେ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟିସୂଚନା ଅନୁଯାୟୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡର୍ ଫଳପ୍ରଦ ହେଲାନି । ଗ୍ଲୋବାଲ ଟେଣ୍ଡରରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ (କୋଭିଶିଲଡ୍ ନିର୍ମାତା) ଓ ଭାରତ ବାୟୋଟେକ (କୋଭାକ୍ସିନ୍ ନିର୍ମାତା) ସାମିଲ ହୋଇ ନ ଥିଲେ । ଏପରିକି ଏହି ଦୁଇ କମ୍ପାନୀ ପ୍ରି-ବିଡ୍ ବୈଠକରେ ମଧ୍ୟ ସାମିଲ ହୋଇ ନ ଥିଲେ ।
ଏହା ବି ପଢ଼ନ୍ତୁ | କରୋନା କାଳରେ କର୍ମଚାରୀଙ୍କ କଲ୍ୟାଣ ପାଇଁ ଅନେକ ବଡ଼ ଘୋଷଣା କଲେ ନୀତା ଓ ମୁକେଶ ଅମ୍ବାନୀବିଦେଶୀ ଟିକା କମ୍ପାନୀ ଫାଇଜର୍ ଓ ମଡେର୍ଣ୍ଣା ମଧ୍ୟ ରାଜ୍ୟମାନଙ୍କୁ ସିଧାସଳଖ ଟିକା ଯୋଗାଇବା ପାଇଁ ଅନିଚ୍ଛୁକ । ସେମାନେ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି । ଗ୍ଲୋବାଲ୍ ଟେଣ୍ଡରରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଆଗ୍ରହ ଦେଖାଉ ନ ଥିବା ଦର୍ଶାଇ ରାଜ୍ୟ ସରକାର ମଙ୍ଗଳବାର ଦିନ କେନ୍ଦ୍ର ସରକାରଙ୍କୁ ଟିକା କ୍ରୟ କରି ଯୋଗାଇବା ପାଇଁ ଅନୁରୋଧ କରିଥିଲେ।
ଏହା ବି ପଢ଼ନ୍ତୁ | ଟ୍ୟୁସନ୍ କରୁ କରୁ ଏକାଦଶ ଶ୍ରେଣୀର ଛାତ୍ର ସହ ପ୍ରେମ ହେଲା; ତାକୁ ନେଇ ଫେରାର୍ ହେଲେ ଶିକ୍ଷୟତ୍ରୀପୁର୍ବରୁ କେରଳର ମୁଖ୍ୟ ମନ୍ତ୍ରୀ ପିନରାୟୀ ବିଜୟନ୍ ୧୧ଟି ଅଣ-ବିଜେପି ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କୁ ଏକ ଚିଠ ଲେଖିଥିଲେ । ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡି଼କ ରାଜ୍ୟ ସହିତ ଚୁକ୍ତି କରିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବାରୁ କେନ୍ଦ୍ରୀୟ ବ୍ୟବସ୍ଥାରେ ଟିକା ଦିଆଯିବାକୁ ସବୁ ରାଜ୍ୟ ଦାବି କରନ୍ତୁ ବୋଲି ସେଥିରେ ସେ ଅନୁରୋଧ କରିଥିଲେ ।
ଏହା ବି ପଢ଼ନ୍ତୁ | ସୁପ୍ରିମ୍ କୋର୍ଟ କହିଲେ: ‘‘କେନ୍ଦ୍ରର ଟିକାକରଣ ନୀତି ମନମୁଖୀ ଓ ଅଯୌକ୍ତିକ; ଆମକୁ ପୂରା ବିବରଣୀ ଦିଅ’’ଟିକାର ଗ୍ଲୋବାଲ ଟେଣ୍ଡରକୁ ନେଇ ଓଡ଼ିଶାରେ ଜୋର୍ ଧରିଛି ରାଜନୀତି । ବିଜେପି କହିଛି ଯେ ଗ୍ଲୋବାଲ୍ ଟେଣ୍ଡର୍ ଫେଲ୍ ମାରିବା ପରେ ରାଜ୍ୟ ସରକାର କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗି ଚୁପଚାପ୍ ବସିବାକୁ ଚାହୁଁଛନ୍ତି । ‘‘କେନ୍ଦ୍ର ସରକାର ଟିକା ଦେଉ ନ ଥିବା ଅଭିଯୋଗ କରିବାକୁ ଚାହୁଁଛି ରାଜ୍ୟ । କେନ୍ଦ୍ର ଉପରକୁ ଦୋଷ ଠେଲିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବୋଲି ଲାଗୁଛି,’’ କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।
ଏହା ବି ପଢ଼ନ୍ତୁ | ଯଦି ଆପଣ ବି LIC ପଲିସି ନେଇଛନ୍ତି, ତାହେଲେ ଜାଣନ୍ତୁ ଏହି କଥା; ନହେଲେ ହରେଇବେ ସବୁ ଟଙ୍କାକଂଗ୍ରେସ କହିଛି ଯେ ଟିକାକରଣ ନେଇ କେନ୍ଦ୍ର ଓ ରାଜ୍ୟ ଉଭୟେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସମସ୍ତଙ୍କୁ ମାଗଣାରେ ଟିକାକରଣ କରାଯାଉ ବୋଲି ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ‘‘କେନ୍ଦ୍ର ସରକାର ଆଇନଗତ ବ୍ୟବସ୍ଥା କରନ୍ତୁ, ରାଜ୍ଯ ସରକାର ଟିକା ପାଇଁ ଟଙ୍କା ଦେବେ । ସଙ୍ଘୀୟ ବ୍ୟବସ୍ଥା ଭିତରେ କେନ୍ଦ୍ର ରାଜ୍ୟକୁ ଟିକା ଯୋଗାଉ,’’ କହିଛନ୍ତି ବିଜେଡି ସାଂସଦ ସୁବାଷ ସିଂ ।
ସମାଜସେବୀ ମାନସ ପଟ୍ଟନାୟକ କହିଛନ୍ତି, ‘‘କେରଳରେ ସବୁ ଲୋକଙ୍କୁ ମାଗଣାରେ ଟିକା ଯୋଗାଇବା ପାଇଁ କେରଳ ସରକାର ସେଠାକାର ବିଧାନ ସଭାରେ ଏକ ସଂକଳ୍ପ ପାସ୍ କରାଇଛନ୍ତି । ସେଠାକାର ବିରୋଧୀ ଦଳ ତାକୁ ସମର୍ଥନ କରିଛି । ଓଡ଼ିଶା ମୁଖ୍ୟ ମନ୍ତ୍ରୀ ସେମିତି ଏକ ପଦକ୍ଷେପ ନେଇ ଓଡି଼ଶା ବିଧାନ ସଭାରେ ବି ସଂକଳ୍ପ ପାସ୍ କରାଇବା ଉଚିତ ।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।