ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁଣି ହେବ ଲକ୍‌ଡାଉନ୍! ନବୀନ କହିଲେ ଲୋକେ ସତର୍କ ନ ହେଲେ ସରକାର ପୁଣି ଲକ୍‌ଡାଉନ୍ ଜାରି କରିବେ

ପୁଣି ହେବ ଲକ୍‌ଡାଉନ୍! ନବୀନ କହିଲେ ଲୋକେ ସତର୍କ ନ ହେଲେ ସରକାର ପୁଣି ଲକ୍‌ଡାଉନ୍ ଜାରି କରିବେ

Naveen Patnaik warns of fresh lockdown in Odisha | ‘‘ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁ ମାତ୍ରାରେ ବଢି଼ଯାଇପାରେ । ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଚେତାବନୀ ପଛରେ ଯଥେଷ୍ଟ କାରଣ ରହିଛି ।

ପୁଣି ହେବ ଲକ୍‌ଡାଉନ୍! ନବୀନ କହିଲେ ଲୋକେ ସତର୍କ ନ ହେଲେ ସରକାର ପୁଣି ଲକ୍‌ଡାଉନ୍ ଜାରି କରିବେ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେତାବନୀକୁ ସାରା ରାଜ୍ୟରେ ଗୁରୁତ୍ୱର ସହ ନିଆଯାଇଛି ।
  • News18 Odia
  • Last Updated: August 4, 2021, 9:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହର ସମ୍ପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରାଉଥିବା ବେଳେ ରାଜ୍ୟରେ ଲକଡାଉନ୍‌ ଉଠାଯିବା ପରେ ଲୋକେ ସତର୍କ ନ ହେଲେ ସରକାର ପୁଣି ଥରେ ଲକଡାଉନ୍‌ ଲାଗୁ କରିପାରନ୍ତି ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

‘‘ବିଶ୍ବର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣର ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ । ଅନଲକ୍‌ ହେବା ପରେ କେତେକ ମାର୍କେଟରେ ବହୁତ ଭିଡ଼ ହେଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହା ଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ,’’ ବୁଧବାର ଦିନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିଜ ବାର୍ତ୍ତାରେ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

ରାଜ୍ୟରେ ଅଗଷ୍ଟ ୧ ତାରିଖଠାରୁ ଅନେକାଂଶରେ ଲକଡାଉନ୍‌ କଟକଣା ଉଠେଇ ଦିଆଯାଇଥିଲା । ହେଲେ ତା’ ପରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଓ କରୋନା ନିୟମ ପ୍ରତି ହେୟ ଭାବ ଦେଖିବା ପରେ ଓଡ଼ିଶାରେ ସ୍ଥିତି ପୁଣି ଥରେ ଖରାପ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିଲେ । ସେହି ପରିପ୍ରେକ୍ଷୀରେ ଆସିଥିବା ମୁଖ୍ୟ ମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଗୁରୁତ୍ୱର ସହ ଦେଖାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ୱେତା ତିୱାରୀ ଗରମାଗରମ୍ ପୋଜ୍ ଦେଇ ଫଟୋ ଉଠାଇଲେ; ତାଙ୍କ ଝିଅ କହିଲା, ‘‘ମା’, ତୁମେ ସାହସୀ’’

ସେ ଆହୁରି କହିଛନ୍ତି, ‘‘ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁ ମାତ୍ରାରେ ବଢି଼ଯାଇପାରେ । ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା

କରୋନା ଭାଇରସ୍‌ ସଂକ୍ରମଣ ବିରୁଦ୍ଧରେ ଚାଲିଛିବା ଯୁଦ୍ଧ ଏ ପର୍ଯ୍ୟନ୍ତ ସରିନାହିଁ ବୋଲି ଦର୍ଶାଇ ପଟ୍ଟନାୟକ କହିଛନ୍ତି ଯେ ଦେଶର ଅନ୍ୟ ରାଜ୍ୟରେ କୋଭିଡ ମାମଲା ବଢୁଛି । ‘‘ଭୁବନେଶ୍ବରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍‌ ହେଉଛି । କିନ୍ତୁ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତା’ର ରହିଛି । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ଏହା ଦ୍ବାରା ହିଁ ଆମେ ତୃତୀୟ ଲହରର ପ୍ରକୋପକୁ କମ୍‌ କରିପାରିବା,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୁଁ ବି ବଲ୍ ଖେଳିପାରେ; ସାରା ଦେଶରେ ଖେଲା ହୋବେ…’, ମଞ୍ଚରେ ଫୁଟବଲ୍ ଖେଳି କହିଲେ ମମତା

‘‘ଦ୍ବିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ । ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି । ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି । କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି । ଦ୍ବିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ ସେମିତି ପରିସ୍ଥିତି ଓଡି଼ଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡି଼ଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତରମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ,’’ ସେ କହିଛନ୍ତି ।



ଦ୍ବିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ ସେଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ । ସେ କହିଛନ୍ତି, ‘‘ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି । ନିଜ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।’’
Published by: Anand ST Das
First published: August 4, 2021, 9:10 PM IST