ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»‘୧୪ ଦିନ ମାସ୍କ ପିନ୍ଧିବା… ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ’: କହିଲେ ମୁଖ୍ୟ ମନ୍ତ୍ରୀ

‘୧୪ ଦିନ ମାସ୍କ ପିନ୍ଧିବା… ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ’: କହିଲେ ମୁଖ୍ୟ ମନ୍ତ୍ରୀ

ରାଜ୍ୟରେ ଦୈନିକ ସଂକ୍ରମଣ ୧,୦୦୦ ପାର୍ କରିଥିବାରୁ ଚିନ୍ତା ବଢ଼ିଛି । ଏଣିକି ମାସ୍କ ନ ପିନ୍ଧିଲେ ଦୁଇ ଗୁଣା ଫାଇନ ଆଦାୟ ହେବ । ଯଦି ଆମେ କୋଭିଡ୍ ନିୟମ ମାନିବା ଓ ମାସ୍କ ପିନ୍ଧିବା ତାହେଲେ ବିନା ଲକଡାଉନରେ ସଂକ୍ରମଣ ରୋକିପାରିବା,’’ କହିଛନ୍ତି ପଟ୍ଟନାୟକ ।

‘୧୪ ଦିନ ମାସ୍କ ପିନ୍ଧିବା… ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ’: କହିଲେ ମୁଖ୍ୟ ମନ୍ତ୍ରୀ
ରାଜ୍ୟର ମାଆମାନଙ୍କୁ ନବୀନ ବିଶେଷ ଅନୁରୋଧ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସଚେତନ କରାଇଛନ୍ତି । ଶୁକ୍ରବାରଠାରୁ ଆଗାମୀ ୧୪ ଦିନ ଯାଏଁ ମାସ୍କ ପିନ୍ଧା ଅଭିଯାନ ଆରମ୍ଭ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

‘‘ଆମେ ଯଦି ଏହି ୧୪ ଦିନ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରିବା, ତାହେଲେ ସବୁ ଦିନ ପାଇଁ ଏହା ଅଭ୍ୟାସରେ ପରିଣତ ହୋଇଯିବ। ଆମେ ସଙ୍କଳ୍ପ ନେବା, ଠିକ୍ ଭାବେ ମାସ୍କ ପିନ୍ଧିବା । ବେକରେ ଝୁଲାଇ କରି ନୁହେଁ, ନାକ ଓ ମୁହଁକୁ କଭର୍‌ କରି ପିନ୍ଧିବା। ବିନା ମାସ୍କରେ ଘରୁ ବାହାରିବା ନାହିଁ । ତେବେ ଯାଇ କରୋନାଠାରୁ ଜିତିବା,’’ ଏକ ଟେଲିଭିଜନ୍‌ ସମ୍ବୋଧନରେ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | IPL 2021: ଆରମ୍ଭ ହେଲା କ୍ରିକେଟ୍ ମହା କୁମ୍ଭ; ଜାଣନ୍ତୁ #IPL2021 ବିଷୟରେ ସବୁ କଥା

ମୁଖ୍ୟ ମନ୍ତ୍ରୀ ଆହୁରି କହିଛନ୍ତି, ‘‘ମାଆମାନଙ୍କୁ ବିଶେଷ ଅନୁରୋଧ, ପିଲାମାନଙ୍କୁ ବାହାରକୁ ଗଲେ ଠିକ୍ ଭାବେ ମାସ୍କ ପିନ୍ଧିବେ ଧ୍ୟାନ ଦିଅନ୍ତୁ । ମାଆମାନେ ସତର୍କ ହେଲେ କରୋନା କେବେ ବି ଆମ ଘର ଭିତରକୁ ଆସି ପାରିବନି । ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ । କିଛି ଲୋକଙ୍କ ଅବହେଳା ପାଇଁ କାହିଁକି ସାରା ସମାଜ ଲକଡାଉନ୍ ଭଳି ପରିସ୍ଥିତିର ସମ୍ମୁଖୀନ ହେବ?’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | IPL 2021: କ୍ୱାରେଣ୍ଟାଇନ୍ ସରିବାରୁ କ୍ରିସ୍ ଗେଲ୍ ମାଇକେଲ୍ ଜ୍ୟାକସନଙ୍କ ନାଚ ନାଚିଲେ; VIDEO ଭାଇରାଲ୍

ପଟ୍ଟନାୟକ କହିଛନ୍ତି ଯେ ମାସ୍କ ଠିକ୍ ଭାବେ ନ ପିନ୍ଧି ବାହାରକୁ ଆସୁଥିବା ଲୋକଙ୍କଠାରୁ ଫାଇନ ଆଦାୟ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ‘‘ମାସ୍କ ନ ପିନ୍ଧିଲେ ଦୁଇ ଗୁଣା ଫାଇନ ଆଦାୟ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟେ ପଟେ ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟ ପଟେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପଣବନ୍ଦୀ କୋବ୍ରା ଯବାନ ରାକେଶ୍ବରଙ୍କୁ ଛାଡ଼ିଦେଲେ ମାଓବାଦୀମାନେ; ‘‘ମୋଆଖିରେ ପଟି ବାନ୍ଧି...’’

‘‘ଗତ ଏକ ବର୍ଷରୁ ଅଧିକ ସମୟ ଧରି ବିଶ୍ବ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଙ୍କଟ ନିକଟ ଅତୀତରେ କେବେ ବି ଆସି ନ ଥିଲା । କରୋନା ସଂକ୍ରମଣର ପ୍ରଥମ ଲହର ବେଳେ ଜନ ସାଧାରଣ ଓ ପଞ୍ଚାୟତ ପ୍ରତିନିଧିମାନେ ସହଯୋଗ କରିଥିଲେ । କୋଭିଡ୍ ଯୋଦ୍ଧାଙ୍କ ଅସୀମ ତ୍ୟାଗ ଓ ସେବା ଯୋଗୁଁ ଅନେକ ଜୀବନ ରକ୍ଷା କରିପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା । ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡି଼ଥିଲା । ବାରମ୍ବାର ଲକଡାଉନ ଓ ସଟଡାଉନ୍ କରିବାକୁ ପଡିଥିଲା । ଲକଡାଉନ୍‌ ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବେପାର ବଣିଜ କ୍ଷତିରେ ଚାଲିଥିଲା, ଗରିବ ଲୋକଙ୍କ ରୋଜଗାର ଗୁରୁତର ପ୍ରଭାବିତ ହୋଇଥିଲା । ସାମାଜିକ ଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା । ଦ୍ବିତୀୟ ଲହର ଏବେ ବହୁତ ଶୀଘ୍ର ବ୍ୟାପୁଛି । ଯଦି ଆମେ କୋଭିଡ୍ ନିୟମ ମାନିବା ଓ ମାସ୍କ ପିନ୍ଧିବା ତାହେଲେ ବିନା ଲକଡାଉନରେ ସଂକ୍ରମଣ ରୋକିପାରିବା,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟାରେ କରୋନା ଟିକା ନ ଥିବାରୁ ଚିନ୍ତା ବଢ଼ିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ‘‘ଟିକା ଅଭାବ ଯୋଗୁଁ ଗୁରୁବାର ଦିନ ଦୁଇଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ ରହିଥିଲା । ଏବେ ୩.୨ ଲକ୍ଷ କୋଭିସିଲଡ଼ ଟିକା ଓ ୧ ଲକ୍ଷ କୋଭାକ୍ସିନ ଟିକା ଅଛି । ଗୁରୁବାର ଦିନ ୮୭୨ ଟିକା କେନ୍ଦ୍ରରେ ୧ ଲକ୍ଷ ୩୨ ହଜାର ଲୋକଙ୍କ ଟିକାକରଣ କରାଯାଇଛି । ରାଜ୍ୟରେ ଶୁକ୍ରବାର ସୁଦ୍ଧା ମୋଟ ୩୯ ଲକ୍ଷ ୮୪ ହଜାର ୮୭୮ ଟିକାକରଣ ହୋଇଛି । ଯେତିକି ଟିକା ମହଜୁଦ ରହିଛି ଶୁକ୍ରବାର ଦିନ ସବୁ ଟିକାକରଣ କେନ୍ଦ୍ରରେ ତାହା ଦିଆଯିବ। ଆଶା ଅଛି ଖୁବ୍‌ ଶୀଘ୍ର ଟିକା ଆସି ପହଞ୍ଚିବ ।’’

ଏହା ବି ପଢ଼ନ୍ତୁ | ବିବାହ ପରେ ସେକ୍ସ ପ୍ରତି ଆଗ୍ରହ କମ୍ ହୋଇଯାଏ କାହିଁକି? ଏହି ପ୍ରଶ୍ନର ଉତ୍ତର ଏଇଠି ଅଛି

ଟିକା ନେଲେ ବି କରୋନା ହେବ ନାହିଁ ବୋଲି ଭାବିବା ଓ କହିବା ଭୁଲ ବୋଲି କହିଛନ୍ତି ପାଣିଗ୍ରାହୀ । ଟିକା ନେବା ଦ୍ୱାରା ଆଣ୍ଟିବଡି ସୃଷ୍ଟି ହୁଏ ଓ ତାହା କରୋନା ସଂକ୍ରମଣକୁ ଗୁରୁତର ହେବାରୁ ରୋକିବାରେ ସହାୟତା କରେ ବୋଲି ସେ କହିଛନ୍ତି ।



ରାଜ୍ୟରେ ଦୈନିକ ସଂକ୍ରମଣ ୧,୦୦୦ ପାର୍‌ କରିଥିବାରୁ ସରକାର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ିଛି । ଶୁକ୍ରବାର ଦିନ ରାଜ୍ୟରେ ୧,୨୮୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଲା ୧୫ ଦିନ ମଧ୍ୟରେ ସଂକ୍ରମଣର ଚିତ୍ର ସମ୍ପୂର୍ଣ୍ଣ ଓଲଟିଯାଇଛି । ମୃତ୍ୟ ସଂଖ୍ୟା ଉଦବେଗଜନକ ନ ଥିଲେ ବି ସଂକ୍ରମଣ ହାର ଦ୍ରୁତ ଗତିରେ ବଢି଼ ଚାଲିଛି । ଏହାରି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି ହୋଇଛି ।
Published by: Anand ST Das
First published: April 9, 2021, 9:48 PM IST