ଦେଶରେ ଅକ୍ସିଜେନ୍ ସଙ୍କଟ ବେଳେ ଓଡ଼ିଶା ସାହାଯ୍ୟର ହାତ ବଢ଼ାଇଲା; ଯୋଗାଇଦେବ ଏହି ଗ୍ୟାସ୍

Naveen Patnaik Says Odisha Will Supply Oxygen | ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ କଥା ହୋଇଛନ୍ତି । ଦିଲ୍ଲୀକୁ ଓ ଅନ୍ୟ ରାଜ୍ୟମାନଙ୍କୁ ଓଡ଼ିଶା ଅମ୍ଳଜାନ ଯୋଗାଇଦେବ ବୋଲି ନବୀନ ପ୍ରତିଶୃତି ଦେଇଛନ୍ତି ।

(ବାମରୁ ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ ଓ ଅରବିନ୍ଦ କେଜରିୱାଲ

(ବାମରୁ ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ ଓ ଅରବିନ୍ଦ କେଜରିୱାଲ

  • Share this:
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ (Covid-19 Pandemic)  ଯୋଗୁଁ ଦେଶର ଅନେକ ରାଜ୍ୟ ମେଡିକାଲ ଅମ୍ଳଜାନ (medical oxygen) ଅଭାବ ସହ ସଙ୍ଘର୍ଷ କରୁଛନ୍ତି । ଏହି ସଙ୍କଟ ସମୟରେ ଓଡି଼ଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Narendra Modi) ସହ କଥା ହୋଇଛନ୍ତି । ସେ ପ୍ରଧାନ ମନ୍ତ୍ରୀଙ୍କୁ କହିଛନ୍ତି ଯେ ଏବେ ଦେଶରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓ ସେଇଥି ପାଇଁ ଓଡି଼ଶା ମେଡିକାଲ୍‌ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରି ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବ । ଦେଶର କୋଭିଡ ବିରୋଧୀ ଲଢେଇରେ ଓଡ଼ିଶା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ଦିଲ୍ଲୀରେ କରୋନା ସଙ୍କଟ (Delhi Corona crisis) ବିକଟାଳ ରୂପ ନେଉଥିବା ବେଳେ କେଜରିୱାଲ ସରକାରକୁ (Kejriwal Government) ବି ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶା ସରକାର । କୋଭିଡ ସ୍ଥିତି ନେଇ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ (Arvind Kejriwal) ସହ କଥା ହୋଇଥିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ବିରୋଧୀ ଲଢ଼େଇରେ ଦିଲ୍ଲୀକୁ ଓଡ଼ିଶା ଅକ୍ସିଜେନ ଯୋଗାଇ ଦେବ ବୋଲି ପଟ୍ଟନାୟକ କହିଥିଲେ ।

ଏହା ବି ପଢ଼ନ୍ତୁ | ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛି

ଏହା ପରେ କେଜରିୱାଲ୍‌ ଏକ ଟ୍ବିଟ୍‌ କରି ଜଣାଇଛନ୍ତି ଯେ ଅକ୍ସିଜେନ ନେଇ ନବୀନ ନିଜ ଆଡୁ ଫୋନ୍‌ କରିଥିଲେ ଓ ଆଶ୍ବାସନା ଦେଇଥିଲେ ଯେ ଦିଲ୍ଲୀକୁ ଅମ୍ଲଜାନ ଯୋଗାଣ କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରିବ ଓଡ଼ିଶା । ‘‘ଦିଲ୍ଲୀରେ ଯେପରି ଠିକରେ ଅକ୍ସିଜେନ ପହଞ୍ଚିବ ସେଥି ପାଇଁ ଜଣେ ଅଫିସରଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ସହଯୋଗ ପାଇଁ ନବୀନଙ୍କୁ କୃତଜ୍ଞତା ଜଣାଉଛି,’’ ଲେଖିଛନ୍ତି କେଜରିୱାଲ।

ଅରବିନ୍ଦ କେଜରିୱାଲଙ୍କ ଟ୍ୱିଟ୍‌


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

କରୋନାର ଦ୍ୱିତୀୟ ଲହର ମଧ୍ୟ ଓଡି଼ଶାରେ ପ୍ରଭାବ ଦେଖାଉଛି । ଗୁରୁବାର ଦିନ ରାଜ୍ୟରେ ୬,୦୦୦ରୁ ଅଧିକ ନୂଆ କରୋନା ସଂକ୍ରମଣ ମାମଲା ସାମନାକୁ ଆସିଛି । ଏଥି ସହିତ ୨,୦୦୯ ଜଣ କରୋନା ଆକ୍ରାନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୋଟିଏ ଦିନରେ ମୋଟ ସାତ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ରେକର୍ଡ କରାଯାଇଛି ।

ଏହା ବି ପଢ଼ନ୍ତୁ | ପିପିଲି Bypoll: ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ କଂଗ୍ରେସ ପ୍ରାର୍ଥୀ କରିପାରେ

ଗୁରୁବାର ଦିନ ଗୃହ ମନ୍ତ୍ରଣାଳୟ କହିଛି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶିଳ୍ପ ଅମ୍ଳଜାନ (industrial oxygen) ଯୋଗାଣ ବନ୍ଦ ରହିବ । ତଥାପି କିଛି ବିଶେଷ ବର୍ଗକୁ ଛାଡ଼ କରାଯାଇଛି । ଏହା ବ୍ୟତୀତ ଡାକ୍ତରୀ ଅମ୍ଳଜାନର ପରିବହନରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି କୁହାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ମେଡିକାଲ ଅମ୍ଳଜାନର ଆନ୍ତଃରାଜ୍ୟ ପରିବହନରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଛୁରୀ ଭୁସି ହତ୍ୟା କଲା; ଲୋକେ VIDEO ବନେଇଲେ

ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ସଙ୍କଟ ମଧ୍ୟରେ ଅମ୍ଳଜାନ ଓ ଔଷଧର ଅଭାବକୁ ଦୃଷ୍ଟିରେ ରଖି ସୁପ୍ରିମ୍‌ କୋର୍ଟ (Supreme Court) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗର ସଜ୍ଞାନ ଗ୍ରହଣ କରି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ୍ ପଠାଇଛନ୍ତି । ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସରକାର କେଉଁ ଜାତୀୟ ଯୋଜନା କରିଛନ୍ତି ତାହା ସୁପ୍ରିମ୍‌ କୋର୍ଟ ସରକାରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି । କୋର୍ଟ ଏହି ମାମଲାରେ ହରିଶ୍‌ ସାଲଭେଙ୍କୁ ଆମିକସ୍ କ୍ୟୁରିଆ ଭାବରେ ନିଯୁକ୍ତ କରିଛନ୍ତି ।



ଦେଶରେ ଦ୍ରୁତ ଗତିରେ ବଡୁଥିବା କରୋନା ଗ୍ରାଫକୁ ଦୃଷ୍ଟିରେ ରଖି ସୁପ୍ରିମ୍‌ କୋର୍ଟ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଠାରୁ ଏହାର ମୁକାବିଲାର ଜାତୀୟ ଯୋଜନା ଲୋଡି଼ଛନ୍ତି । ପ୍ରଥମଟି ହେଉଛି ଅମ୍ଳଜାନ ଯୋଗାଣ, ଦ୍ୱିତୀୟଟି ହେଉଛି ଔଷଧ ଯୋଗାଣ, ତୃତୀୟଟି ହେଉଛି ଟିକା ଦେବାର ପ୍ରଣାଳୀ ଓ ପଦ୍ଧତି, ଏବଂ ଚତୁର୍ଥଟି ହେଉଛି ଲକଡାଉନ୍ କେବଳ ରାଜ୍ୟର ଅଧିକାର ହେବା ଉଚିତ, କୋର୍ଟର ନୁହେଁ । ସୁପ୍ରିମ୍‌ କୋର୍ଟ ଏହି ସବୁ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି । ଶୁକ୍ରବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Published by:Anand S.T. Das
First published: