ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ

ମହାରାଷ୍ଟ୍ର ଓ ଗୁଜୁରାଟରୁ ଶ୍ରମିକମାନଙ୍କୁ ଆଣିବାକୁ ଥିବା ବସର ରୋଡ୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ମହାରାଷ୍ଟ୍ର ଓ ଗୁଜୁରାଟରେ ଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ୨ ରାଜ୍ୟର CMଙ୍କ ସହ କଥା ହେଲେ ନବୀନ
ବିଜୟ ରୁପାଣୀ ଓ ଉଦ୍ଧବ ଠାକରେଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହେଉଛନ୍ତି ନବୀନ ପଟ୍ଟନାୟକ ।
  • News18 Odia
  • Last Updated: April 26, 2020, 6:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗୁଜୁରାଟ ଓ ମହାରାଷ୍ଟ୍ରରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କ ଦୁର୍ଦ୍ଦଶାର ଖୁବ୍ ଶୀଘ୍ର ଅବସାନ ହେବ । ସେମାନଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁଜୁରାଟ ମୁଖ୍ୟ ମନ୍ତ୍ରୀ ବିଜୟ ରୁପାଣୀ ଓ ତା’ପରେ ମହାରାଷ୍ଟ୍ର ମୁଖ୍ୟ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହୋଇଛନ୍ତି । ଏହି ଉଭୟ ଆଲୋଚନାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦିଲ୍ଲୀରୁ ଯୋଗ ଦେଇଥିଲେ ।

ଏହି ଦୁଇ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯିବ । ଏଥିରେ ଓଡ଼ିଶାରୁ ଦୁଇ ଜଣ ବରିଷ୍ଠ ଅଫିସରଙ୍କ ସହ ମହାରାଷ୍ଟ୍ର ଓ ଗୁଜରାଟରୁ ଦୁଇ ଜଣ ଲେଖାଏଁ ଅଫିସର ରହିବେ । ଓଡ଼ିଆ ଶ୍ରମିକମାନେ କେବେ ଓ କିଭଳି ଓଡ଼ିଶା ଆସିବେ ତାହା ଏହି କମିଟି ସ୍ଥିର କରିବ । ସେମାନଙ୍କୁ ବସ୍ ଯୋଗେ ଓଡ଼ିଶା ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ଆଲୋଚନାରୁ ସ୍ପଷ୍ଟ ହୋଇଛି ।

ମହାରାଷ୍ଟ୍ର ଓ ଗୁଜୁରାଟରୁ ଶ୍ରମିକମାନଙ୍କୁ ଆଣିବାକୁ ଥିବା ବସର ରୋଡ୍ ଟ୍ୟାକ୍ସ ଛାଡ଼ କରିବା ପାଇଁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଆବଶ୍ୟକ ପଡ଼ିଲେ ଅନ୍ୟ ପରିବହନ ବ୍ୟବସ୍ଥା ମାଧ୍ୟମରେ ଅଣାଯିବାକୁ ବ୍ୟବସ୍ଥା ହେବ ।

ଗୁଜରାଟରେ ଥିବା କିଛି ଓଡ଼ିଆ ଶ୍ରମିକ


ସରକାରଙ୍କ ନିଷ୍ପତ୍ତି ଉପରେ ନିଜ ପ୍ରତିକ୍ରିୟା ରଖି ସୁରଟରେ ରହୁଥିବା ଓଡ଼ିଆ ଭୀମ ସେନ ସ୍ୱାଇଁ କହିଛନ୍ତି: ‘‘ସରକାରଙ୍କ ଉପରେ ଭରସା ପାଉନି । ପୂର୍ବରୁ ମୁଖ୍ୟ ମନ୍ତ୍ରୀ କହିଥିଲେ ଯେ ସବୁ ରାଜ୍ୟର ମୁଖ୍ୟ ମନ୍ତ୍ରୀଙ୍କୁ କହିବେ ଓଡ଼ିଆ ଲୋକଙ୍କ ଖାଇବା ରହିବା ସୁବିଧା କରିବା ପାଇଁ । କିନ୍ତୁ ସେଭଳି କିଛି ହେଲାନି । ଆମକୁ ଏଠି ଖାଇବାକୁ ଦିଆ ଗଲାନି । ବହୁ କଷ୍ଟରେ ରହୁଛୁ । ଘରୁ ଆମପାଖକୁ ଟଙ୍କା ପଠାଇଲେ ଯାହା କିଛି କିଣାକିଣି କରି ଚଳୁଛୁ । ନେବେ ବୋଲି କହୁଛନ୍ତି କିନ୍ତୁ ଭରସା ପାଇନି ।’’

ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶାରେ ସେମାନେ ପହଞ୍ଚିବା ପରେ ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବେ । ମାଗଣାରେ ଖାଇବା ଓ ରହିବାକୁ ଦିଆଯିବା ସହ ପ୍ରତ୍ୟେକ ଙ୍କୁ ଦୁଇ ହଜାର ଟଙ୍କା ଦେବାପାଇଁ ସରକାର ଘୋଷଣା କରିଛନ୍ତି ।
First published: April 26, 2020, 6:13 PM IST
corona virus btn
corona virus btn
Loading