ଓଡ଼ିଶାରେ ଆଉ ଏକ କରୋନା ହସ୍ପିଟାଲ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଖୋଲିଲା; ୫୦୦ ବେଡ୍ ଅଛି

କଟକ ଓ ଭୁବନେଶ୍ୱରରେ କିଛି ଦିନ ତଳେ ଖୋଲିଥିବା ଅନ୍ୟ ଦୁଇଟି ସରକାରୀ କୋଭିଡ-୧୯ ହସପିଟାଲ୍ ଭଳି ଏଠାରେ ବି ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

ଓଡ଼ିଶାରେ ଆଉ ଏକ କରୋନା ହସ୍ପିଟାଲ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଖୋଲିଲା; ୫୦୦ ବେଡ୍ ଅଛି
ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଶୁଭାରମ୍ଭ କରୁଛନ୍ତି ନବୀନ ପଟ୍ଟନାୟକ; ସମ୍‌ ହସପିଟାଲରେ କୋଭିଡ-୧୯ ହସ୍ପିଟାଲ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ରୋଗୀମାନଙ୍କ ପାଇଁ ଓଡିଶାରେ ସରକାରୀ ସ୍ତରରେ ପ୍ରସ୍ତୁତ ହୋଇସାରିଛି ତିନେଟି ବଡ଼ ହସପିଟାଲ୍‌ । ଆଜି ଭୁବନେଶ୍ୱରର ସମ୍‌ ହସପିଟାଲରେ କାର୍ଯ୍ୟକ୍ଷମ ହୋଇଛି ତୃତୀୟ କୋଭିଡ-୧୯ ହସ୍ପିଟାଲ । ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍‌ କୋଭିଡ-୧୯ ହସ୍ପିଟାଲରେ ୫୦୦ଟି ଶଯ୍ୟା ରହିଛି । କଟକ ଓ ଭୁବନେଶ୍ୱରରେ କିଛି ଦିନ ତଳେ ଖୋଲିଥିବା ଅନ୍ୟ ଦୁଇଟି ସରକାରୀ କୋଭିଡ-୧୯ ହସପିଟାଲ୍‌ ଭଳି ଏଠାରେ ବି ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ ।

ତିନୋଟି ଯାକ କୋଭିଡ-୧୯ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ମେଡିକାଲ ସାମଗ୍ରୀ ରହିଛି । ରୋଗୀଙ୍କ ପାଇଁ ଖାଇବା ଓ ରହିବା ସମ୍ପୂର୍ଣ୍ଣ ମାଗଣା କରାଯାଇଛି । ପୂର୍ବରୁ ରାଜଧାନୀ ଭୁବନେଶ୍ବରର କିମ୍ସ ଓ କଟକର ଅଶ୍ବିନୀ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିଲା । ଏହି ଦୁଇଟି ହସପିଟାଲରେ ୬୫୦ଟି ବେଡ୍ ରହିଛି । କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୬ ତାରିଖରେ କିମ୍ସ ଓ ସମ୍‌ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲୋ ରାଜ୍ୟ ସରକାର ।

ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ ।


ଓଡିଶାରେ କାଲି ଗୋଟିଏ ଦିନରେ ୧୮ ଜଣ କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟାକୁ ୩୯କୁ ବୃଦ୍ଧି ପାଇଛି । ରବିବାର ଅପରାହ୍ଣରେ ଭୁବନେଶ୍ୱରରେ ଦୁଇ ଜଣ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ତା’ ପରେ ସନ୍ଧ୍ୟାରେ ରାଜ୍ୟର ତିନୋଟି ସହରାଞ୍ଚଳରେ ୪୮ ଘଣ୍ଟିଆ ସଟଡାଉନ୍‌ ଉଠିବାର ଘଣ୍ଟାକ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଥିଲା ଯେ ଆଉ ୧୬ଟି ନମୁନା ପଜିଟିଭ୍‌ ବୋଲି ପରୀକ୍ଷାରୁ ଜଣା ପଡ଼ିଛି ।

ଦେଶବାସୀଙ୍କ କରୋନା ଭାଇରସ୍‌ ବିରୁଦ୍ଧରେ ମନୋବଳ ଆହୁରି ଦୃଢ଼ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରାଜ୍ୟର ଲୋକେ ନଅ ମିନିଟ୍‌ ପାଇଁ ଦୀପ ଜାଳିବା ଶେଷ କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଟୁଇଟ୍‌ରେ କହିଥିଲା, “ଭୁବନେଶ୍ୱରରେ ଆଉ ୧୬ଟି କୋଭିଡ ପଜିଟିଭ୍‌ ମାମଲା ସାମନାକୁ ଆସିଛି ।’’

ଏହାର କିଛି ଘଣ୍ଟା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଦୁଇ ଜଣ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ – କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍‌-୨ର ବାସିନ୍ଦା ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଯିଏ ମାର୍ଚ୍ଚର ଶେଷ ସପ୍ତାହରେ ଅଷ୍ଟ୍ରେଲିଆରୁ ଫେରିଥିଲେ ଏବଂ ବୋମିଖାଲର ଜଣେ ୨୯ ବର୍ଷ ବୟସ୍କ ବ୍ୟକ୍ତି ।

କଳାହାଣ୍ଡି ଜିଲ୍ଲାର ଆଉ ଜଣେ ୨୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଶନିବାର ରାତିରେ କରୋନା ପଜିଟିଭ୍ ଭାବେ ଚିହ୍ନଟ କରାଯାଇଥିଲା । ଏହି ବ୍ୟକ୍ତି କିଛି ଦିନ ପୂର୍ବରୁ ବାହରିନରୁ ଫେରିଥିଲେ ଓ ତାଙ୍କ ଭିତରେ ରୋଗର ଲକ୍ଷଣ ଦେଖାଯାଇ ନ ଥିଲା ।
First published: April 6, 2020, 4:14 PM IST
corona virus btn
corona virus btn
Loading