ଲକଡାଉନ୍ ବିଷୟରେ ପ୍ରଧାନ ମନ୍ତ୍ରୀଙ୍କୁ ୫ଟି ପ୍ରସ୍ତାବ ଦେଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ

ମେ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଆଉ କିଛି ନିୟମ କୋହଳ ହୋଇପାରେ ବୋଲି ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନାରେ ପ୍ରଧାନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୋମବାର ଭିଡିଓ କନଫେରେନ୍ସ ବୈଠକରେ ନବୀନଙ୍କୁ ଶୁଣୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

ସୋମବାର ଭିଡିଓ କନଫେରେନ୍ସ ବୈଠକରେ ନବୀନଙ୍କୁ ଶୁଣୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।

  • Share this:
News18 Odia Digital

ଭୁବନେଶ୍ୱର / ନୂଆ ଦିଲ୍ଲୀ: ଆଜି କରୋନା ଭାଇରସ୍‌ ସଂକ୍ରମଣର ସଫଳ ମୁକାବିଲା ଓ ଦେଶରେ ଲକଡାଉନ୍‌ ସ୍ଥିତି ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ପାଞ୍ଚଟି ପ୍ରସ୍ତାବ ରଖିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସବୁ ମୁଖ୍ୟ ମନ୍ତ୍ରୀଙ୍କ ସହିତ ଭିଡିଓ କନଫେରେନ୍ସି୍ଂ ଜରିଆରେ ଆଲୋଚନା କରି ମୋଦି ସେମାନଙ୍କ ପରାମର୍ଶ ଶୁଣିଛନ୍ତି ଓ ସେମାନଙ୍କୁ ବି କେତେକ ପରାମର୍ଶ ଦେଇଛନ୍ତି ।

ନବୀନ ପଟ୍ଟନାୟକ ଦେଇଥିବା ପ୍ରଥମ ପ୍ରସ୍ତାବ ହେଲା ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ସ୍ଥିର କରିବା ଦାୟିତ୍ବ ସ୍ଥାନୀୟ ପ୍ରଶାସନକୁ ଦିଆଯାଉ । କେଉଁ ପ୍ରକାର ଜୋନ୍ ଓ ଜୋନର ଆକାର କିଭଳି ରହିବ ସେ କ୍ଷମତା ସ୍ଥାନୀୟ ପ୍ରଶାସନ ପାଖରେ ରହୁ । ଦ୍ବିତୀୟ ପ୍ରସ୍ତାବ ହେଲା ରାଜ୍ୟରେ ଆର୍ଥିକ ଗତିବିଧି କ୍ଷେତ୍ରରେ ନୂଆ ମାନକ କାର୍ଯ୍ୟ ପଦ୍ଧତି ସ୍ଥିର କରାଯାଉ । ତୃତୀୟ ପ୍ରସ୍ତାବରେ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ପ୍ରୋତ୍ସାହନ ଯୋଜନାର ସଂଶୋଧନ କରାଯାଉ ।

ଏହା ବି ପଢ଼ନ୍ତୁ: କାଲି ଠାରୁ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ; ଭୁବନେଶ୍ବରରୁ ସେବା ୧୩ରୁ

ଚତୁର୍ଥ ପ୍ରସ୍ତାବରେ ସେ କହିଛନ୍ତି ଯେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଅଧିକ କ୍ଷମତା ମିଳିଲେ କରୋନା ମୁକାବିଲା ଆହୁରି ତ୍ବରାନ୍ବିତ ହୋଇପାରିବ । ଲକଡାଉନରେ ଫସିଥିବା ଲୋକଙ୍କ ପରିବହନ ପାଇଁ ନବୀନ ପରାମର୍ଶ ଦେଇ କହିଛନ୍ତି ଯେ ରାଜ୍ୟଗୁଡ଼ିକର ପରାମର୍ଶ କ୍ରମେ ରେଳ ଚଳାଚଳ ନିୟନ୍ତ୍ରିତ କରାଯିବା ଦରକାର ।

ନିଜ ପାଞ୍ଚଟି ପ୍ରସ୍ତାବ ମୋଦିଙ୍କୁ ପଢ଼ି ଶୁଣାଉଛନ୍ତି ନବୀନ ।


ଏହା ବି ପଢ଼ନ୍ତୁ: ରାଜ୍ୟରେ ମେ ୨୦ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ଖାତା ଦେଖା; ୨୦ ଦିନରେ ସରିବ

ମୁଖ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରି ପ୍ରଧାନ ମନ୍ତ୍ରୀ ଦୁଇ ଗଜ୍ ସାମାଜିକ ଦୂରତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ ଓ ଏଭଳି ପଦକ୍ଷେପ ଦ୍ୱାରା ହିଁ କରୋନା ଭୂତାଣୁ ଠାରୁ ରକ୍ଷା ପାଇ ହେବ ବୋଲି କହିଛନ୍ତି ମୋଦି । ଗ୍ରାମାଞ୍ଚଳରେ ଯେମିତି କରୋନା ପହଞ୍ଚି ନ ପାରିବ, ସେ ଦିଗରେ ରାଜ୍ୟଗୁଡ଼ିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ପର୍ଯ୍ୟାୟକ୍ରମେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ପ୍ରଧାନ ମନ୍ତ୍ରୀ । ଆଲୋଚନା ବେଳେ ପ୍ରଧାନ ମନ୍ତ୍ରୀ ଦେଶର କିଛି ଅଞ୍ଚଳରେ ଆର୍ଥିକ ଗତିବିଧିକୁ ଆହୁରି ତ୍ବରାନ୍ବିତ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ।

କରୋନା ମୁକାବିଲାର ଭାରତର ସଫଳତାକୁ ବିଶ୍ବ ମାନିଛି ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଦିଗରେ ରାଜ୍ୟଗୁଡ଼ିକର ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ପ୍ରବାସୀମାନଙ୍କୁ ଘରକୁ ଫେରାଇ ନେବା ପାଇଁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିଛି । ଏଥି ସହ ମଙ୍ଗଳବାର ଠାରୁ ଦେଶର କିଛି ରୁଟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ମେ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଆଉ କିଛି ନିୟମ କୋହଳ ହୋଇପାରେ ବୋଲି ପ୍ରଧାନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: ଲକଡାଉନ୍‌ର ସବୁ ନିୟମ ମାନି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ଏତେ ଶୀଘ୍ର ଟ୍ରେନ୍ ଚଳାଚଳ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ତାମିଲ ନାଡୁ ଓ ଛତିଶଗଡ଼ ରାଜ୍ୟ ସରକାରମାନେ । ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କହିଛନ୍ତି ଯେ ଟ୍ରେନ୍ ଚଳାଚଳ ହେଲେ କରୋନା ମୁକାବିଲା ପ୍ରକ୍ରିୟାରେ ବାଧା ଆସିବ । କାରଣ ଅଧିକ ପ୍ରବାସୀ ରାଜ୍ୟକୁ ଫେରିଲେ ଟେଷ୍ଟିଂ ଓ ଟ୍ରେସିଂରେ ସମସ୍ୟା ସୃଷ୍ଟି ହୋଇପାରେ ।

ଲକଡାଉନ୍ ବଢ଼ାଇବା ସପକ୍ଷରେ ମତ ରଖିଛନ୍ତି ପଞ୍ଜାବ ମୁଖ୍ୟ ମନ୍ତ୍ରୀ ଅମରିନ୍ଦର ସିଂହ । ପ୍ରଧାନ ମନ୍ତ୍ରୀଙ୍କ ଆଲୋଚନା ବେଳେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଶାହ କହିଛନ୍ତି ଯେ ଆରୋଗ୍ୟ ସେତୁ ଆପ୍ କିଭଳି ଅଧିକରୁ ଅଧିକ ଲୋକ ଡାଉନଲୋଡ୍ କରି ବ୍ୟବହାର କରିବେ ସେ ଦିଗରେ ରାଜ୍ୟଗୁଡ଼ିକ ଧ୍ୟାନ ଦେବା ଦରକାର ।

ଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକ
First published: