କରୋନା ମୁକାବିଲା: ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୩୦ କୋଟି ଟଙ୍କାର ପ୍ୟାକେଜ୍ ଦେଲେ ମୁଖ୍ୟ ମନ୍ତ୍ରୀ

କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟରେ ଡାକ୍ତରମାନଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି ।

କରୋନା ମୁକାବିଲା: ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୩୦ କୋଟି ଟଙ୍କାର ପ୍ୟାକେଜ୍ ଦେଲେ ମୁଖ୍ୟ ମନ୍ତ୍ରୀ
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ
  • News18 Odia
  • Last Updated: July 21, 2020, 10:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡ ମୁକାବିଲା ପାଇଁ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ କୋଟି ଟଙ୍କା ଲେଖାଏଁ କରି ମୋଟ ୩୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାକେଜ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଭିଡିଓ କନଫେରେନ୍ସିଂ ବୈଠକରେ ଉଭୟ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।  ଏହା ସହିତ ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍‌ ପରିଚାଳନା ପାଇଁ ମଧ୍ୟ ମୁଖ୍ୟ ମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି।

ରାଜ୍ୟର କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି OHMS (ଓଡ଼ିଶା ହେଲ୍ଥ ଆଣ୍ଡ୍‌ ମେଡିକାଲ୍‌ ସର୍ଭିସ୍‌) କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟ ମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି । ଶ୍ରମ ଓ ESI ବିଭାଗରେ କାମ କରୁଥିବା Insurance Medical Officer ମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ଏହି ଅବସରରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍‌ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟ ମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍‌ ସେକ୍ଟରଙ୍କୁ ଆହ୍ବାନ ଜଣାଇଛନ୍ତି।

ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ Dedicated Covid Hospital ପ୍ରତିଷ୍ଠା କରାଯିବ। ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ Dedicated Covid Hospital ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ। ଭୁବନେଶ୍ବରର ବସ୍ତିମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଫୋକସ୍‌ କରାଯିବ। ବସ୍ତି କମିଟିଗୁଡ଼ିକ ଏ ଦିଗରେ ଭଲ କାମ କରୁଥିବାକୁ BMC ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ।

କଟକରେ ଥିବା ଏସ୍.ସି.ବି. ହସପିଟାଲ୍


ସେହିଭଳି କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଥିବା ବେଳେ ଜିଲ୍ଲାରେ ୯୨୫ଟି ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଥିବା ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ତେବେ ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତିମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ବ ଦେବା ସହିତ କଟକ SCBରେ କୋଭିଡ-୧୯ ସଂପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନା କେନ୍ଦ୍ର ଖୁବ୍‌ ଶୀଘ୍ର କାର୍ଯ୍ୟ କରିବ।

କଟକସ୍ଥିତ ମୋଲେକ୍ୟୁଲାର୍‌ ଜେନୋମ୍‌ ଲ୍ୟାବର ଉନ୍ନତିକରଣ କରାଯିବ। ଏହା ଦ୍ବାରା କୋଭିଡ-୧୯ ରୋଗୀମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ ବୋଲି ମଧ୍ୟ ଭିଡିଓ କନ୍ଫରେନ୍ସିଂରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

‘‘ଏସ୍‌.ସି.ବି. ହସପିଟାଲରେ କୋବିଡ଼ ପରିଚାଳନା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ତାଲିମ କେନ୍ଦ୍ରରେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ,’’ କହିଛନ୍ତି କଟକ ଜିଲ୍ଲାପାଳ ଭବନୀ ଶଙ୍କର ଚୟନି।

ଏହା ବି ପଢ଼ନ୍ତୁ: ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ନଳିନୀ ଶ୍ରୀହରନ୍ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେ

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ଲାଜ୍‌ମା ଥେରାପି ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଓ ଏଥି ପାଇଁ ଏକ ପ୍ରୋଟୋକଲ୍‌ ବିକାଶ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟର ସବୁ ଜିଲ୍ଲାରେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ପାଇଁ ମାନସିକ ରୋଗ ଚିକିତ୍ସକଙ୍କୁ ନିୟୋଜିତ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ।
Published by: Anand Shankar Thankur Das
First published: July 21, 2020, 10:24 PM IST
corona virus btn
corona virus btn
Loading