ରାଜ୍ୟରେ କରୋନା ମୁକାବିଲା ପାଇଁ ୨,୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ନବୀନ

ଲକଡାଉନ୍ ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୯୪ ଲକ୍ଷ ହିତାଧିକାରୀ ପରିବାରଙ୍କ ଲାଗି ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତି ପରିବାରକୁ ୧,୦୦୦ ଟଙ୍କା ଲେଖାଏଁ ଦିଆଯିବ । ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଚାରି ମାସର ଭତ୍ତା ।

ରାଜ୍ୟରେ କରୋନା ମୁକାବିଲା ପାଇଁ ୨,୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ନବୀନ
କରୋନା ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରୁଛନ୍ତି ନବୀନ ପଟ୍ଟନାୟକ ।
  • News18 Odia
  • Last Updated: March 27, 2020, 7:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସର ସଫଳ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇ ଆଜି ୨,୨୦୦ କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି । ନିଜେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓରେ ରେକର୍ଡିଂ ହୋଇଥିବା ଏକ ବାର୍ତ୍ତାରେ ରାଜ୍ୟବାସୀଙ୍କ ସାମନାରେ ଏହି ଘୋଷଣା କରିଛନ୍ତି ।

ଏହି ରାଶିରୁ ଖାଦ୍ୟ ସୁରକ୍ଷା ଯୋଜନାରେ ୯୪ ଲକ୍ଷ ପରିବାରଙ୍କ ଲାଗି ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ପ୍ରତି ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ଦିଆଯିବ । ସେହିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଅଗ୍ରୀମ ଚାରି ମାସର ଭତ୍ତା । ଏ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୯୩୨ କୋଟି ଟଙ୍କା ।

ସେହିପରି ୧,୫୦୦ ଟଙ୍କା ଲେଖାଏଁ ସହାୟତା ପାଇବେ ରାଜ୍ୟରେ ଥିବା ୨୨ ଲକ୍ଷ ନିର୍ମାଣ ଶ୍ରମିକ । ଏହି ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୩୦ କୋଟି ଟଙ୍କା । କରୋନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଲାଗୁହୋଇଥିବା ଲକଡାଉନ୍ ଯୋଗୁଁ ରାଜ୍ୟରେ ନିର୍ମାଣ ଶ୍ରମିକମାନେ ହାତ ବାନ୍ଧି ବସିଛନ୍ତି । ଏଭଳି ସମୟରେ ରାଜ୍ୟ ସରକାରଙ୍କ ଏହି ପ୍ୟାକେଜ ସେମାନଙ୍କ ପାଇଁ ଆଶ୍ବସ୍ତିର ପ୍ରତ୍ଶୃତି ଆଣି ଦେଇଛି ।

ସାମାଜିକ ସୁରକ୍ଷାରେ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗମାନଙ୍କ ପାଖରେ ମଧ୍ୟ ସହାୟତା ରାଶି ପହଞ୍ଚାଇବାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏହି ବର୍ଗ ପାଇଁ ଅଗ୍ରୀମ ଚାରି ମାସର ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

‘‘ମୁଁ ଆପଣମାନଙ୍କୁ ପୁଣି ଥରେ ଅନୁରୋଧ କରୁଛି ଯେ ଆପଣମାନେ ଘରେ ରୁହନ୍ତୁ ଓ କରୋନା ଠାରୁ ଦୂରରେ ରୁହନ୍ତୁ,’’ ଏହି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବା ପରେ ଭିଡିଓ ମେସେଜରେ ରାଜ୍ୟବାସୀଙ୍କୁ କହିଛନ୍ତି ପଟ୍ଟନାୟକ ।

କେତେକ ଘରୋଇ ହସ୍ପିଟାଲ କୋଭିଡ-19ର ଗାଇଡ଼ ଲାଇନ ମାନୁ ନ ଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ରାଜ୍ୟର ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଘରୋଇ ହସ୍ପିଟାଲଗୁଡ଼ିକର କାର୍ଯ୍ୟଧାରାକୁ ନେଇ ଉଠିଛି ପ୍ରଶ୍ନ । କର କ୍ଲିନିକରେ ତୃତୀୟ ପଜିଟିଭ୍ ଚିକିତ୍ସିତ ହେଉଥିବା ଜଣାପଡ଼ିବା ପରେ କ୍ଲିନିକର ଅନ୍ୟ ରୋଗୀମାନେ ଭୟଭୀତ । ସେପଟେ କ୍ଲିନିକ କର୍ତ୍ତୃପକ୍ଷ କହିଛନ୍ତି ଯେ ତୃତୀୟ ପଜିଟିଭ୍ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ମାନି ନ ଥିଲେ । ତଥାପି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା ।
First published: March 27, 2020, 7:41 PM IST
corona virus btn
corona virus btn
Loading