୨୪ ତାରିଖରୁ ଘରକୁ ଘର ବୁଲି କରୋନା ସର୍ଭେ ହେବ; MLAମାନେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ

ପ୍ରତି ଗାଁ କଲ୍ୟାଣ ସମିତିକୁ କୋଭିଡ ନିୟନ୍ତ୍ରଣ ପାଇଁ ୧୦,୦୦୦ ଟଙ୍କା ସହାୟତା ମିଳିବ ଓ ଗୃହ ସଙ୍ଗରୋଧର ତଦାରଖ କରୁଥିବା ଆଶାକର୍ମୀମାନଙ୍କୁ ଏକକାଳୀନ ୧୦,୦୦୦ ଟଙ୍କା ସହାୟତା ମିଳିବ ବୋଲି ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।

୨୪ ତାରିଖରୁ ଘରକୁ ଘର ବୁଲି କରୋନା ସର୍ଭେ ହେବ; MLAମାନେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ
ସର୍ବଦଳୀୟ ବୈଠକରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ତିନି ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏ.ଏନ୍‌.ଏମ୍‌.ମାନେ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ । ଏଥି ପାଇଁ ସେମାନଙ୍କୁ ତିନି ମାସ ପାଇଁ ମାସିକ ୧,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତିମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦,୦୦୦ ଟଙ୍କା ସହାୟତା ଦିଆଯିବ ବୋଲି ସେ କହିଛନ୍ତି । ଗୃହ ସଙ୍ଗରୋଧର ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀମାନଙ୍କୁ ମଧ୍ୟ ବାଇସାଇକେଲ୍‌, ଚପଲ, ଛତା, ଟର୍ଚ୍ଚ ଓ କପବୋର୍ଡ଼ ଆଦି ପାଇଁ ଏକକାଳୀନ ୧୦,୦୦୦ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

କୋଭିଡ୍‌ ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଧାୟକମାନଙ୍କୁ ପରାମର୍ଶ ଦେବା ସହିତ ସେମାନେ କୋଭିଡ ପରିଚାଳନା କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ, ବିଶେଷତଃ ମିଶନ ଶକ୍ତି ଗୃପ୍‌ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ, ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

‘‘ଗତ ମାସକରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀମାନଙ୍କୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟ କର୍ମୀମାନେ ଯେପରି ଦିନରାତି କାମ କରିଚାଲିଛନ୍ତି ତାହା ପ୍ରଶଂସନୀୟ । ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି,’’ କହିଛନ୍ତି ପଟ୍ଟନାୟକ ।

ଭର୍ଚ୍ଚୁଆଲ୍ ମାଧ୍ୟମରେ ଆୟୋଜିତ ସର୍ବଦଳୀୟ ବୈଠକର ଏକ ଦୃଶ୍ୟ


ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଲକଡାଉନ କାର୍ଯ୍ୟକାରୀ କରିବା ଓ ଗାଁର ଆବଶ୍ୟକତାକୁ ଦେଖି ଗାଁରେ TMC ଖୋଲିବା ବିଷୟ ନେଇ ସରପଞ୍ଚମାନେ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରିବେ । ଗତ ବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ TMC ଆରମ୍ଭ କରି ସାରିଛନ୍ତି ବୋଲି ସେ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

କୋଭିଡ୍‌ ଯୋଗୁଁ ଅନେକ ପରିବାରର ଆତ୍ମୀୟସ୍ବଜନଙ୍କ ଅସମୟରେ ବିୟୋଗ ଘଟିଥିବାରୁ ମୁଖ୍ୟ ମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି କହିଛନ୍ତି । କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା ଙ୍କୁ ହରାଇ ଥିବା ପିଲାମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହିତ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

‘‘ଆମେ ବର୍ତ୍ତମାନ କୋଭିଡର ଦ୍ବିତୀୟ ଲହର ମଧ୍ୟରେ ଅଛୁ । ଆଗକୁ ଆମକୁ ଆଉ କେତେ ଲହର ଓ କେତେ ଭ୍ୟାରିଆଣ୍ଟର ମୁକାବିଲା କରିବାକୁ ହେବ ତାହା କେହି ଜାଣିନାହାଁନ୍ତି । ଦ୍ବିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ। କାରଣ ଏହା ଦ୍ବାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି । ଏହା ଏକ ଲମ୍ବା ଲଢ଼େଇ,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ଲୋକଙ୍କୁ ସଚେତନତା ଜରିଆରେ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେଇ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ଆଦି ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟ ମନ୍ତ୍ରୀ । ଭୂତାଣୁକୁ ରୋକିବାରେ ଏହା ଆମର ମୁଖ୍ୟ ଅସ୍ତ୍ର ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣରେ ମଣିପୁରର BJP ସଭାପତିଙ୍କ ମୃତ୍ୟୁ ହେଲା; ଶୋକ ପ୍ରକାଶ କଲେ PM

‘‘ରାଜ୍ୟରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି ଓ ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି ଓ ମୁଖ୍ୟ ଡାକ୍ତରଖାନାଗୁଡି଼କରେ ଅକ୍‌ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍‌ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥି ପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ରଖିଛୁ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ସମ୍ପର୍କରେ ସେ କହିଛନ୍ତି ଯେ ନିଜ ରାଜ୍ୟର ଚାହିଦା ପୂରଣ କରିବା ସହିତ ଆଜି ଓଡି଼ଶା ଅନ୍ୟ ରାଜ୍ୟକୁ ମଧ୍ୟ ଅକ୍ସିଜେନ ଯୋଗାଇ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି ବୋଲି ସେ କହିଛନ୍ତି । ‘‘ଏହା ଓଡି଼ଶା ପାଇଁ ନିଶ୍ଚିତ ଭାବରେ ଗୌରବର କଥା । ରାଜ୍ୟରେ ଅକ୍ସିଜେନ୍‌ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଏଥି ପାଇଁ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ଏକ ଟାସ୍କଫୋର୍ସ ମଧ୍ୟ ଗଠନ କରାଯାଇଛି,’’ କହିଛନ୍ତି ପଟ୍ଟନାୟକ । ଓଡ଼ିଶାର ଲୋକେ ଯେପରି ଶୀଘ୍ର ଟିକା ପାଇପାରିବେ ସେଥି ପାଇଁ ରାଜ୍ୟ ସରକାର ବିଶ୍ବ ବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି ସେ କହିଛନ୍ତି ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାୟକମାନଙ୍କୁ କୋଭିଡ଼ ସଂକ୍ରମଣ ରୋକିବା ଦିଗରେ କାମ କରିବା ପାଇଁ ଶପଥ ପାଠ କରାଇଥିଲେ । ଏହା ସତ୍ତ୍ୱେ ବିରୋଧୀ ଦଳମାନେ ସରକାରଙ୍କ କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲେ ଓ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରା

‘‘ଓଡି଼ଶା ସରକାର କେବଳ ପ୍ରଶାସନିକ ସ୍ତରରେ କୋଭିଡ୍‌ ମୁକାବିଲା କରିବା ପାଇଁ ଭାବୁଛନ୍ତି । ତାହା କେବେ ସଫଳ ହେବ ନାହିଁ । ତେଣୁ ଆମେ ପଞ୍ଚାୟତ ସ୍ତରରେ କୋଭିଡ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି ଗଠନ କରିବା ପାଇଁ ଦାବି କରିଛୁ । ସମସ୍ତଙ୍କୁ ନେଇ କୋଭିଡ ମୁକାବିଲା ହେଉ । ରକ୍ତ ଭଣ୍ଡାର କର୍ମଚାରୀ ଓ ଏ.ଏନ୍‌.ଏମ୍‌.ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଲକଡ଼ାଉନ୍‌ ଓ ସଟଡାଉନକୁ ବୃଦ୍ଧି କରାଯାଉ । ଦିନେ ଦୁଇ ଦିନ ଲାଗି ବିଧାନସଭାର ବୈଠକ ଡକାଯାଉ । ସବୁ ବିଧାୟକଙ୍କ ଉଦବେଗକୁ ନୋଟ୍‌ କରାଯାଇ ସମସ୍ୟାର ସମାଧାନ କରାଯାଉ,’’ କହିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।



‘‘ଏହା ସର୍ବଦଳୀୟ ବୈଠକ ନୁହେଁ ସରକାରଙ୍କ ପ୍ରଚାର ସଭା ଥିଲା । ଅନେକ ବିଧାୟକଙ୍କୁ କହିବାକୁ ସୁଯୋଗ ମିଳିଲା ନାହିଁ । ତାଲା ବନ୍ଦ ପାଇଁ ହଇରାଣ ହେଉଥିବା ଶ୍ରମିକମାନଙ୍କ ପରିବାରଙ୍କୁ ମାସିକ ୬,୦୦୦ ଟଙ୍କା ଦିଆଯାଉ । ବିଧାନସଭା ବୈଠକ ତୁରନ୍ତ ଡକାଯାଉ । ବିଧାୟକମାନେ ଗାଁରେ ବୁଲିବା ଦରକାର, ନହେଲେ ପ୍ରଶାସନିକ ଅଧିକାରୀମାନେ ଭୁଲ୍‌ ତଥ୍ୟ ଦେବେ,’’ କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
Published by: Anand ST Das
First published: May 17, 2021, 11:37 PM IST