News18 Odia Digital
ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ଯୋଗୁଁ ସରକାର ସପ୍ତାହାନ୍ତ ସଟଡାଉନ୍ ଜାରି କରିଛନ୍ତି । ରାଜ୍ୟରେ ରବିବାର ଦିନ ପୁଣି ୬,୧୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସ୍ଥିତିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ।
ସଟଡାଉନର ଭଲ ପ୍ରଭାବ ଦେଖାଯାଉଛି । ଲୋକେ ସଟଡାଉନକୁ ମାନୁଥିବା ଦେଖିବାକୁ ମିଳୁଛି । ତଥାପି କେତେକ ଅଭ୍ୟାସଗତ ଅମାନିଆ ବାହାରେ ବିନା କାରଣରେ ବୁଲୁଥିବାରୁ ପୋଲିସ ସେମାନଙ୍କୁ ରୋକିଛି ଓ ଦଣ୍ଡ ବିଧାନ କରିଛି ।
ଦେଖନ୍ତୁ ଲାଇଭ୍:ଓଡ଼ିଶାରେ ସୋମବାର ଦିନ ୩,୪୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ୬,୧୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩,୫୪୬ ଜଣ ଓ ବାହାରୁ ୨,୫୭୦ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ଼ରେ ୭୮୫ ଜଣ, ନୂଆପଡ଼ାରେ ୪୩୦ ଜଣ, କଟକରେ ୩୪୩ ଜଣ, କଳାହାଣ୍ଡିରେ ୩୨୧ ଜଣ, ଯାଜପୁରରେ ୩୨୪ ଜଣ, ନବରଙ୍ଗପୁରରେ ୩୧୮ ଜଣ, ସମ୍ବଲପୁରରେ ୨୮୦ ଜଣ, ବରଗଡ଼ରେ ୨୬୮ ଜଣ, ଝାରସୁଗୁଡ଼ାରେ ୨୫୪ ଜଣ, ବଲାଙ୍ଗିରରେ ୧୮୯ ଜଣ ଓ ପୁରୀରେ ୧୮୦ ଜଣ ଚିହ୍ନଟ ହୋଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।