ଓଡ଼ିଶାର ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ବୋଲି ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ

ରାଜ୍ୟରେ କରୋନା ସଂକ୍ରମଣର ଏହି ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଗଲାଣି । କର୍ତ୍ତବ୍ୟ ପାଳନ ବେଳେ କୋଭିଡରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଦେଉଛନ୍ତି ରାଜ୍ୟ ସରକାର ।

ଓଡ଼ିଶାର ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ବୋଲି ଘୋଷଣା କଲେ ମୁଖ୍ୟ ମନ୍ତ୍ରୀ
ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘୋଷଣା ଦ୍ୱାରା ରାଜ୍ୟର ୬,୯୪୪ ଜଣ ପଞ୍ଜୀକୃତ ସାମ୍ବାଦିକ ଉପକୃତ ହୋଇପାରିବେ।

ରବିବାର ଦିନ ଏହି ଘୋଷଣା କରିବା ବେଳେ ମୁଖ୍ୟ ମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସାମ୍ବାଦିକମାନେ ରାଜ୍ୟକୁ ଅନବରତ ସେବା ଯୋଗାଉଛନ୍ତି । ‘‘କରୋନାର ପ୍ରକୋପ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଖରେ ସେମାନେ ଖବର ପହଞ୍ଚାଉଛନ୍ତି । ସେମାନେ ଲୋକଙ୍କ ପାଖରେ କରୋନା ସଚେତନତା ସମ୍ପର୍କିତ ଖବର ବି ନିରବିଚ୍ଛିନ୍ନ ଭାବେ ପହଞ୍ଚାଉଛନ୍ତି,’’ କହିଛନ୍ତି ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୬,୯୪୪ ଜଣ ସାମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହୋଇଛନ୍ତି । ସେମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ନିଜ କର୍ତ୍ତବ୍ୟ ପାଳନ ବେଳେ କୋଭିଡରେ ପ୍ରାଣ ହରାଉଥିବା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

ରାଜ୍ୟରେ କରୋନା ସଂକ୍ରମଣର ଚଳିତ ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ୧୨ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଗଲାଣି ।

‘‘ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିବା ନିଶ୍ଚୟ ଏକ ବଡ଼ ଘଟଣା । ଏଥି ପାଇଁ ମୁଁ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ରାଜ୍ୟର ସାମ୍ବାଦିକମାନଙ୍କୁ କରୋନାର ସମ୍ମୁଖ ଯୋଦ୍ଧା ଘୋଷଣା କରିବା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ୍‌ ଦାବି ରଖିଥିଲା । ଭାରତ ବର୍ଷରେ ଓଡ଼ିଶା ଏହି ଘୋଷଣା କରିଥିବା ପ୍ରଥମ ରାଜ୍ୟ ହୋଇଛି,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ।

ଏହା ବି ପଢ଼ନ୍ତୁ | Reliance Oxygen ଯୋଗାଣକୁ ସୁପ୍ରିମ୍ କୋର୍ଟରେ ସ୍ୱାଗତ କରାଗଲା; ମୁକେଶ ତଦାରଖ କରୁଛନ୍ତି

କରୋନାର ଏହି ଦ୍ବିତୀୟ ଲହରରେ ଅନେକ କର୍ମଜୀବୀ ସାମ୍ବାଦିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ୧୪ରୁ ଅଧିକ କର୍ମଜୀବୀ ସାମ୍ବାଦିକ ପ୍ରାଣ ହରାଇବା ପରେ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । ସାମ୍ବାଦିକମାନଙ୍କୁ ଟିକାକରଣଠୁ ଚିକିତ୍ସା ପର୍ଯ୍ୟନ୍ତ ସବୁ ସୁବିଧା ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି ଜୋର୍‌ ଧରିଛି । ମୄତ୍ୟୁ ପରର ସହାୟତା ବ୍ୟତୀତ ସାମ୍ବାଦିକମାନଙ୍କୁ ଏ ପର୍ଯ୍ୟନ୍ତ କୌଣସି ସୁରକ୍ଷା ବଳୟକୁ ଅଣାଯାଇ ନ ଥିଲା ।



‘‘ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେମାନେ ଏବେ ବିଧିବଦ୍ଧ ଭାବେ ସମ୍ମୁଖ କରୋନା ଯୋଦ୍ଧା ଭାବେ ପରିଗଣିତ ହେବେ । ଏହା ଫଳରେ ସାମ୍ବାଦିକମାନଙ୍କ ମନବୋଳ ବୄଦ୍ଧି ପାଇବ । ସାମ୍ବାଦିକମାନଙ୍କ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ହୋଇଆସୁଥିଲା,’’ କହିଛନ୍ତି ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ।
Published by: Anand ST Das
First published: May 2, 2021, 11:31 PM IST