ପିପିଲି Bypoll: BJD ସଭା ଓ ରାଲି କରିବନି ବୋଲି ନବୀନ କହିବା ପରେ ଆରମ୍ଭ ହେଲା ରାଜନୀତି

ବିଜେଡି ଏକ ଦାୟିତ୍ଵସମ୍ପନ୍ନ ଦଳ ଭାବେ ସଭା ଓ ରାଲି କରି ଲୋକଙ୍କ ଜୀବନକୁ ବିପଦରେ ପଡ଼ିବାକୁ ଦେବନି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହାର ଜବାବରେ ବିଜେପି କହିଛି ଯେ ଦଳ କରୋନାର ସବୁ ନିୟମ ମାନି ଲୋକଙ୍କ ପାଖକୁ ଯିବ ।

ପିପିଲି Bypoll: BJD ସଭା ଓ ରାଲି କରିବନି ବୋଲି ନବୀନ କହିବା ପରେ ଆରମ୍ଭ ହେଲା ରାଜନୀତି
ମେ ମାସ ୧୩ ତାରିଖରେ ପିପିଲି ଉପନିର୍ବାଚନ ହେବାର ଅଛି ।
  • News18 Odia
  • Last Updated: April 20, 2021, 8:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସମେତ ସାରା ଦେଶରେ କରୋନା ସଂକ୍ରମଣ ଭୟାନକ ରୂପରେ ବଢ଼ିଚାଲିଥିବାରୁ ରାଜ୍ୟର ଶାସକ ଦଳ ବିଜେଡି କୌଣସି ସଭା ଓ ରାଲି କରିବ ନାହିଁ ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଆରମ୍ଭ ହୋଇଛି ରାଜନୀତି । ସବୁ ରାଜନୈତିକ ଦଳକୁ ନବୀନ ଏହା କରିବା ପାଇଁ ଆହ୍ବାନ କରିବା ପରେ ମୁଖ୍ୟ ବିରୋଧୀ ଦଳ ବିଜେପି କହିଛି ଯେ କରୋନା ସଂକ୍ରମଣର ନିୟମ ମାନି ଦଳ ପ୍ରଚାର କରିବ ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

‘‘ଆମେ ସମ୍ପୂର୍ଣ କୋଭିଡ ନିୟମ ମାନିବୁ। ଯେହେତୁ ନିର୍ବାଚନ ଲଢ଼ୁଚୁ ସେଇଥି ପାଇଁ ଆମକୁ ପ୍ରଚାର କରିବାକୁ ହେବ । ଆମେ ଲୋକଙ୍କ ପାଖକୁ ଯିବୁ, ମାତ୍ର ତାହା ସବୁ କଟକଣା ମାନି କରିବ । କେଉଁ ଦଳ କ’ଣ କହିଲା ଓ କ’ଣ କଲା ସେଥିରେ ବିଜେପିର କିଛି ଯାଏ ଆସେ ନାହିଁ,’’ ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଏହା ବି ପଢ଼ନ୍ତୁ | ମେ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍

କଂଗ୍ରେସ ମୁଖ୍ୟ ମନ୍ତ୍ରୀଙ୍କ ବିଜେଡି ପାଇଁ କରିଥିବା ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ ବୋଲି କହିଛି । ‘‘କରୋନାକୁ ମିଳିମିଶି ସମସ୍ତେ ମୁକାବିଲା କରିବା ଉଚିତ୍ । ହେଲେ ମୁଖ୍ୟ ମନ୍ତ୍ରୀଙ୍କ ଆଗରୁ ରାହୁଳ ଗାନ୍ଧୀ ପଶ୍ଚିମ ବଙ୍ଗରେ ନିର୍ବାଚନ ପ୍ରଚାର ନ କରିବା ଲାଗି ନିଷ୍ପତ୍ତି ନେବା ଓ ଆହ୍ବାନ କରିବା ସମସ୍ତଙ୍କ ଲାଗି ଏକ ଉଦାହରଣ । କରୋନା କଟକଣା ଭିତରେ ପିପିଲି ପାଇଁ କିଭଳି ପ୍ରଚାର କରାଯିବ ସେ ନେଇ ପିସିସି ସଭାପତି ନିଷ୍ପତ୍ତି ନେବେ,’’ କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ


ବିଜେଡି ଏକ ଦାୟିତ୍ଵସମ୍ପନ୍ନ ଦଳ ଓ ଏହା ଲୋକଙ୍କ ଜୀବନକୁ ବିପଦରେ ପଡ଼ିବାକୁ ଦେବ ନାହିଁ ବୋଲି ନବୀନ ପଟ୍ଟନାୟକ କହିଥିଲେ । ଏହି ନିଷ୍ପତ୍ତି ଉପରେ ବିଜେଡି କହିଛି ଯେ ମୁଖ୍ୟ ମନ୍ତ୍ରୀ ଏକ ଅନନ୍ୟ ଉଦାହରଣ ସୄଷ୍ଟି କରିଛନ୍ତି ।

ଏହା ବି ପଢ଼ନ୍ତୁ | ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ

‘‘ଜଣେ ଷ୍ଟେଟସମ୍ୟାନ ହିସାବରେ ଏହା କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ମଣିଷ ଜୀବନ ମୁଲ୍ୟବାନ । ଅନ୍ୟମାନେ ସଂକ୍ରମିତ ନ ହୁଅନ୍ତୁ ସେହି ଉଦ୍ଦେଶ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏହାକୁ ମାନିବା ଦରକାର,’’ କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର


ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

ସୋମବାର ଦିନ ନବୀନ କହିଥିଲେ ଯେ ପ୍ରଚାର ଅବଧି ଓ ପ୍ରଚାର ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଓ ଭାରତର ନିର୍ବାଚନ କମିଶନ ବିଚାର କରିବା ଉଚିତ । ସେ କହିଥିଲେ, ‘‘ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ୁଛୁ । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଓଡ଼ିଶାବାସୀଙ୍କୁ ମୁଁ ମୋ’ର ପରିବାର ସଦସ୍ୟ ବୋଲି ମନେ କରେ । କାହାକୁ ବିପଦରେ ପକାଇବା ଆମ ଉଦ୍ଦେଶ୍ୟ ନୁହେଁ । ଏକ ଦାୟିତ୍ୱବାନ ଦଳ ଭାବେ ବିଜେଡ଼ି କୋଭିଡର ଏହି ଭୟଙ୍କର ସ୍ଥିତିରେ କୌଣସି ଲୋକକୁ ବିପଦରେ ପକାଇବାକୁ ଚାହେଁ ନାହିଁ ।’’



ରାଜ୍ୟରେ ଏବେ ନୂଆ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଲହରରେ ଥିବା ଦୈନିକ ସଂକ୍ରମଣର ରେକର୍ଡ ୪,୩୫୬କୁ ଅତିକ୍ରମ କରିଛି । ସୋମବାର ଦିନ ଏହି ସଂଖ୍ୟା ୪,୪୪୫ରେ ପହଞ୍ଚି ସର୍ବକାଳୀନ ରେକର୍ଡ଼ କରିଥିଲା । ସଂକ୍ରମଣର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ଡି.ଏମ୍‌.ଇ.ଟି. ଡଃ ସି.ବି.କେ. ମହାନ୍ତି କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲଥିଲେ ବି ଏବେ ଢିଲା ହେଲେ ସଙ୍କଟ ଅଧିକ ବିଗିଡି଼ବା ଆଶଙ୍କା ରହିଛି ।
Published by: Anand ST Das
First published: April 20, 2021, 8:02 PM IST